Do You Die In The End: ବାପା, ତୁମେ ଖରାପ ଲୋକ? ‘ରାମାୟଣ’ରେ ରାବଣ ଭୂମିକା ନେଇ ୟଶଙ୍କୁ ପୁଅର ଅଜବ ପ୍ରଶ୍ନ
ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'କୁ ନେଇ ଏବେ ଚର୍ଚ୍ଚା ଶିଖରରେ।
ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ।
ଏହା ସହ ୟଶ ଫିଲ୍ମର ସହ-ନିର୍ମାତା ମଧ୍ୟ ଅଛନ୍ତି।
ତେବେ ରାବଣ ଭୂମିକା ନେଇ ୟଶଙ୍କ ଘରେ ଘଟିଥିବା ଏକ ମଜାଦାର ଓ ଭାବପ୍ରବଣ ଘଟଣା ଏବେ ସାମ୍ନାକୁ ଆସିଛି।
Advertisment ୟଶ କହିଛନ୍ତି, ତାଙ୍କ ପୁଅ ଜାଣିଥିଲା ଯେ ବାପା ଫିଲ୍ମରେ କାମ କରନ୍ତି।
କିନ୍ତୁ ଯେତେବେଳେ ସେ ରାମାୟଣର କାହାଣୀ ଓ ରାବଣଙ୍କ ଚରିତ୍ର ବିଷୟରେ ଜାଣିଲା, ସେତେବେଳେ ତା'ର ପ୍ରତିକ୍ରିୟା ୟଶଙ୍କ ପାଇଁ ଅପେକ୍ଷାତୀତ ଥିଲା।
ପୁଅ ପଚାରିଥିଲା, “ତୁମେ ତ ଖରାପ ଲୋକ!
ଏମିତି କେମିତି କରିପାରିବ?” ପୁଅର ଏହି ପ୍ରଶ୍ନ ପରେ ୟଶଙ୍କୁ ତା'କୁ ଅଭିନେତା ଓ ଚରିତ୍ର ମଧ୍ୟରେ ଥିବା ତଫାତ ବୁଝାଇବାକୁ ପଡ଼ିଥିଲା।
ୟଶ ବୁଝାଇଥିଲେ, ଏକ ପୂରା କାହାଣୀକୁ ସଠିକ୍ ଭାବେ ପରଦାରେ ଦେଖାଇବା ପାଇଁ ସମସ୍ତ ଚରିତ୍ରର ଉପସ୍ଥିତି ଆବଶ୍ୟକ।
ରାମାୟଣରେ ରାବଣ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଏବଂ ତା' ବିନା ରାମାୟଣର ସଂଘର୍ଷ ଓ ନୈତିକ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ବୁଝିବା କଷ୍ଟକର।
Advertisment ୟଶ ତାଙ୍କ ପୁଅଙ୍କୁ ଏହା ମଧ୍ୟ କହିଥିଲେ ଯେ ପରଦାରେ ବାପାଙ୍କ ଅଭିନୟକୁ ସେ ପସନ୍ଦ କରିପାରେ, କିନ୍ତୁ ରାବଣଙ୍କୁ ନିଜ ଆଦର୍ଶ ଭାବିବା ଉଚିତ ନୁହେଁ।
ତାଙ୍କ କହିବା ଅନୁସାରେ, ରାମାୟଣରେ ଭଗବାନ ରାମ ହିଁ ସେହି ଚରିତ୍ର, ଯାହାଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରିବା ଦରକାର।
ୟଶ ପୁଅଙ୍କୁ ଆହୁରି ବୁଝାଇଥିଲେ ଯେ ରାବଣ ଯେତେ ଶକ୍ତିଶାଳୀ, ଭବ୍ୟ ଓ ପ୍ରଭାବଶାଳୀ ଲାଗୁନାହିଁ କାହିଁକି, ଶେଷରେ ସତ୍ୟ ଓ ଧର୍ମର ବିଜୟ ହୋଇଥାଏ।
ତେଣୁ ଫିଲ୍ମରେ ବାପାଙ୍କ ଅଭିନୟକୁ ତାଳି ମାରିହେବ, କିନ୍ତୁ ଚରିତ୍ରର ଖରାପ ଦିଗକୁ ଅନୁକରଣ କରିବା ଉଚିତ ନୁହେଁ।
ଏହି କଥାବାର୍ତ୍ତା ଆହୁରି ଆକର୍ଷଣୀୟ ହୋଇଥିଲା, ଯେତେବେଳେ ଯଶଙ୍କ ପୁଅ ଜାଣିଲା ଯେ ରାମାୟଣର ଶେଷରେ ରାବଣଙ୍କ ପରାଜୟ ହୁଏ।
ତା'ପରେ ସେ ବାପାଙ୍କୁ ପଚାରିଥିଲା, “ଶେଷରେ ତୁମେ ମରିଯିବ?
ତୁମେ ହାରିଯିବ?” ୟଶଙ୍କ କହିବା ଅନୁସାରେ, ପୁଅର ଏହି ପ୍ରଶ୍ନର ଉତ୍ତର ଦେବା ତାଙ୍କ ପାଇଁ ସହଜ ନଥିଲା।
ୟଶ କହିଛନ୍ତି, ଫିଲ୍ମ ସାଇନ୍ କରିବାବେଳେ ତାଙ୍କ ମନରେ ଦର୍ଶକଙ୍କ ପାଇଁ ଏକ ଶକ୍ତିଶାଳୀ ଓ ସ୍ମରଣୀୟ ଅଭିନୟ କରିବାର ଚିନ୍ତା ଥିଲା।
କିନ୍ତୁ ଘରେ ନିଜ ପୁଅଙ୍କୁ ଚରିତ୍ରର ଭଲ-ମନ୍ଦ ଓ ଅଭିନୟର ଅର୍ଥ ଏତେ ଗଭୀର ଭାବେ ବୁଝାଇବାକୁ ପଡ଼ିବ ବୋଲି ସେ କେବେ ଭାବିନଥିଲେ।
ଅନ୍ୟପଟେ 'ରାମାୟଣ: ପାର୍ଟ ୱାନ୍'ର ଲସ୍ ଆଞ୍ଜେଲସ୍ ପ୍ରିମିୟର୍ ଅକ୍ଟୋବର ୨୭ରେ Academy Museum of Motion Picturesର David Geffen Theatreରେ ଆୟୋଜିତ ହୋଇଥିଲା।
ଏଥିରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ, ନିର୍ଦ୍ଦେଶକ ନିତେଶ ତିୱାରୀ ଓ ନିର୍ମାତା ନମିତ ମଲହୋତ୍ରା ଯୋଗଦେଇଥିଲେ।
ଫିଲ୍ମଟି ଦୁଇ ଭାଗରେ ନିର୍ମିତ ହେଉଛି।
ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ସିନେମାହଲରେ ରିଲିଜ୍ ହେବ।
ଫିଲ୍ମଟି ହିନ୍ଦୀ ସହ ତାମିଲ୍, ତେଲୁଗୁ, କନ୍ନଡ, ମଲୟାଲମ୍ ଓ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ।
ଏବେ ଦର୍ଶକଙ୍କ ନଜର ପରଦାରେ ୟଶଙ୍କ ରାବଣ ଅବତାର ଉପରେ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।