Doctor-Technician Dispute Halts X-Ray Services: ଡାକ୍ତର-ଟେକ୍ନିସିଆନ୍ ବିବାଦ, ମେଡିକାଲରେ ଏକ୍ସ-ରେ ସେବା ଠପ୍

Aug 22, 2026 - 15:28
Doctor-Technician Dispute Halts X-Ray Services: ଡାକ୍ତର-ଟେକ୍ନିସିଆନ୍ ବିବାଦ, ମେଡିକାଲରେ ଏକ୍ସ-ରେ ସେବା ଠପ୍

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅବ୍ୟବସ୍ଥା। ଡାକ୍ତର ଓ ଟେକ୍ନିସିଆନଙ୍କ ବିବାଦରେ ହଇରାଣ ହେଉଛନ୍ତି ରୋଗୀ। ବନ୍ଦ ରହିଛି ଜରୁରୀ ଏକ୍ସ-ରେ ସେବା। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏକ୍ସ-ରେ କରିବାକୁ ନେଇ ଡ୍ୟୁଟିରେ ଥିବା ଡାକ୍ତର ଓ ଟେକ୍ନିସିଆନ୍ ସତ୍ୟବ୍ରତ ରାଉତଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ବଢ଼ିବା ପରେ ଡାକ୍ତର ଜଣକ ସତ୍ୟବ୍ରତଙ୍କୁ ମାଡ଼ ମାରିଥିବା ଟେକ୍ନିସିଆନ୍ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଟେକ୍ନିସିଆନ୍।

ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଟେକ୍ନିସିଆନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ହସ୍ପିଟାଲରେ ସମ୍ପୂର୍ଣ୍ଣ ଠପ୍ ହୋଇଛି ଏକ୍ସ-ରେ ସେବା। ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି। ଡାକ୍ତର-ଟେକ୍ନିସିଆନ୍ ବିବାଦର ସମାଧାନ କରି କେବେ ସ୍ୱାଭାବିକ ହେବ ଏକ୍ସ-ରେ ସେବା, ତାକୁ ନେଇ ଏବେ ଚିନ୍ତାରେ ରୋଗୀ। 

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅବ୍ୟବସ୍ଥା
ଡାକ୍ତର-ଟେକ୍ନିସିଆନ୍ ବିବାଦ, ଏକ୍ସ-ରେ ସେବା ଠପ୍
ଟେକ୍ନିସିଆନଙ୍କ କାର୍ଯ୍ୟବନ୍ଦ, ଏକ୍ସ-ରେ ପାଇଁ ରୋଗୀ ହଇରାଣ
ଡାକ୍ତର ମାଡ଼ ମାରିଥିବା ଅଭିଯୋଗରେ ଟେକ୍ନିସିଆନଙ୍କ କାର୍ଯ୍ୟବନ୍ଦ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।