Doctor: ଆୟ ଦେଖି ଦେୟ ନେଉଥିବା ଡାକ୍ତର

Sep 26, 2026 - 21:10
Doctor: ଆୟ ଦେଖି ଦେୟ ନେଉଥିବା ଡାକ୍ତର

"ଆପଣ ରୋଗ ବଇରାଗରେ ପଡ଼ି କୌଣସି ଡାକ୍ତରଙ୍କ କ୍ଲିନିକ୍‌କୁ ଗଲେ ନିଶ୍ଚୟ ଫି" ବା ଦେୟ ଦେଉଥିବେ।

ଚିକିତ୍ସା ପାଇଁ ଡାକ୍ତର ସମସ୍ତଙ୍କ ଠାରୁ ସମାନ ଫି" ହିଁ ନିଅନ୍ତି।

ତେବେ ଗୁଜରାଟର ଅହମଦାବାଦରେ ଥିବା ୮୧ ବର୍ଷୀୟ କର୍ଣ୍ଣ-ନାସା-ଗଳା (ବା "ଇଏନ୍‌ଟି") ସର୍ଜନ୍‌ ଡାକ୍ତର ନନ୍ଦଲାଲ ମାନ୍‌ସେଟ ଏ ଦୃଷ୍ଟିରୁ ନିଆରା।

ତାଙ୍କ ଫି" ବ୍ୟବସ୍ଥା ସବୁ ଡାକ୍ତରଙ୍କ ଠାରୁ ଅଲଗା।

ସେ ରୋଗୀଙ୍କ ଆୟ ଦେଖି ସେହି ଅନୁପାତରେ ଫି" ନେଇଥାନ୍ତି।

ଏପରିକି ଯେଉଁମାନଙ୍କର କୌଣସି ଆୟ ନାହିଁ, ସେମାନଙ୍କୁ ସେ ମାଗଣାରେ ଚିକିତ୍ସା କରିଥାନ୍ତି।

ଏଥିପାଇଁ ଡାକ୍ତର ମାନ୍‌ସେଟ ତାଙ୍କ କ୍ଲିନିକ୍‌ରେ ବିଭିନ୍ନ ବର୍ଗର ରୋଗୀଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି।

ତା" ଅନୁଯାୟୀ ରୋଗୀମାନେ କ୍ଲିନିକ୍‌ରେ ଥିବା ଦାନବାକ୍ସରେ ଫି" ବାବଦ ଟଙ୍କା ଜମାକରିଦିଅନ୍ତି।

Advertisment Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା କ୍ଲିନିକ୍‌ରେ ପ୍ରଦର୍ଶିତ ଚାର୍ଟ ଅନୁସାରେ, ୧୦୦୦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପରାମର୍ଶ ପାଇଁ ୧୦ ଟଙ୍କା ଫି" ଦିଅନ୍ତି।

ସେହିପରି ୧୦,୦୦୦ ଟଙ୍କା ମାସିକ ଆୟ ପାଇଁ ୧୦୦ ଟଙ୍କା ଓ ୧ ଲକ୍ଷ ଟଙ୍କା ରୋଜଗାରକାରୀ ହେଲେ ଫି" ବାବଦକୁ ୧୦୦୦ ଟଙ୍କା ଦେବାକୁ ପଡ଼େ।

ସେଥିରେ ସେ ଏକଥା ମଧ୍ୟ ସ୍ପଷ୍ଟ ଉଲ୍ଲେଖ କରିଦେଇଛନ୍ତି ଯେ, ରୋଗୀଙ୍କର ଆୟ ଶୂନ ହେଲେ, ଫି" ମଧ୍ୟ ଶୂନ।

ଏ ବାବଦରେ ରୋଗୀଙ୍କୁ ଆୟ ପ୍ରମାଣପତ୍ର ବା ଅନ୍ୟ କାଗଜପତ୍ର ଦାଖଲ କରିବାକୁ କୁହାଯାଏ ନାହିଁ।

ଏହା ପଛରେ ଏହି ବର୍ଷୀୟାନ ଡାକ୍ତରଙ୍କ ମହତ୍‌ ଉଦ୍ଦେଶ୍ୟଟି ହେଲା, ଆର୍ଥିକ ପରିସ୍ଥିତି ପାଇଁ କୌଣସି ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ନହୁଅନ୍ତୁ।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।