Dog bite: ଘର ଭିତରେ ଶୋଇଥିଲା ଶିଶୁପୁତ୍ର; ଝୁଣିଦେଲା ବୁଲା କୁକୁର

Oct 04, 2026 - 18:20
Dog bite: ଘର ଭିତରେ ଶୋଇଥିଲା ଶିଶୁପୁତ୍ର; ଝୁଣିଦେଲା ବୁଲା କୁକୁର

"କୋଷାଗୁମୁଡ଼ା/କୋଡ଼ିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ସଦର ଚାଉଁରିଆ ସାହିର ରାଜୁ ଦଳେଇଙ୍କ ଏକ ବର୍ଷର ଶିଶୁକୁ କୁକୁର କାମୁଡ଼ି ଲହୁଲୁହାଣ କରିଛି।

ଆଜି ମଧ୍ୟାହ୍ଣ ସମୟରେ ନିଜ ଘର ଭିତରେ ଶିଶୁପୁତ୍ର ଶୋଇଥିବା ଅବସ୍ଥାରେ ଏକ ବୁଲା କୁକୁର ମୁହଁ, ଆଖି, ଗାଲକୁ କାମୁଡି ଖିନଭିନ କରିବା ବେଳେ ଶିଶୁଟି କାନ୍ଦିବାରୁ ଘର ବାହାରେ ଥିବା ରାଜୁ ଦଳେଇର ଭଉଣୀ ରେଖା ଦଳେଇ କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ କୁକୁରଟି ଆକ୍ରମଣ କରିଥିଲା।

Advertisment ଏହି ସମୟରେ ସାହି ପଡ଼ିଶା ଲୋକ ଦୌଡ଼ି ଆସିବାରୁ କୁକୁରଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା।

ତୁରନ୍ତ ଦୋକାନରେ ଥିବା ରାଜୁକୁ ଖବର ଦେବାରୁ ସେ ତୁରନ୍ତ ଆସି ଦେଖିଲା ହୃଦୟ ବିଦାରକ ଦୃଶ୍ୟ।

ତୁରନ୍ତ ରାଜୁ କୋଡ଼ିଙ୍ଗା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ।

ସେଠାରେ ମେଡିକାଲ କର୍ତ୍ତୃପକ୍ଷ ୧୦୮ ଯୋଗେ ନବରଙ୍ଗପୁର ମେଡିକାଲକୁ ପଠାଇ ଥିଲେ।

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲକୁ ପଠାଇଥିବା ପରିବାର ତରଫରୁ ସୂଚନା ମିଳିଛି।

Review: ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।