Donald Trump: ଆମକୁ ନଜଣାଇ ଇରାନୀୟମାନେ ଶୌଚାଳୟ ବି ଯାଇପାରିବେ ନାହିଁ: ଟ୍ରମ୍ପ

Sep 03, 2026 - 11:41
Donald Trump: ଆମକୁ ନଜଣାଇ ଇରାନୀୟମାନେ ଶୌଚାଳୟ ବି ଯାଇପାରିବେ ନାହିଁ: ଟ୍ରମ୍ପ

"ୱାସିଂଟନ୍: ଇରାନ ଉପରେ ଆମେରିକାର ଏଭଳି ନଜର ରଖିଛି ଯେ ସେଠାକାର ଲୋକେ ଆମକୁ ନଜଣାଇ ଶୌଚାଳୟ ବି ଯାଇପାରିବେ ନାହିଁ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି।

ଏହାସହ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଆମେରିକା ପକ୍ଷରୁ ଇରାନର ବିଭିନ୍ନ ଠିକଣା ଉପରେ ହୋଇଥିବା ପ୍ରବଳ ଆକ୍ରମଣରେ ଅନ୍ତତଃ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଇରାନ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।

ଗତ ଜୁଲାଇ ମାସ ପରେ ଦୁଇ ଦେଶ ମଧ୍ୟରେ ଏହା ସବୁଠାରୁ ବଡ଼ ସାମରିକ ସଂଘର୍ଷ ବୋଲି କୁହାଯାଉଛି।Advertisment ସିଷ୍ଟମ୍ ପୁନଃନିର୍ମାଣ କରିବାକୁ ଚେଷ୍ଟାକୁ ଧ୍ୱଂସ ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଆମେ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରୁଛୁ ଏବଂ ପ୍ରତିଦିନ ନିରବଚ୍ଛିନ୍ନ ଭାବେ ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ ବାହାରକୁ ପଠାଯାଉଛି।

ଇରାନୀୟମାନେ ହର୍ମୁଜ୍ ପ୍ରଣାଳୀରେ ସମୁଦ୍ର ମାଇନ୍ ପକାଇବା ପାଇଁ ଏକ ରକେଟ୍ ପ୍ରଣାଳୀ ଓ ରାଡାର୍ ସିଷ୍ଟମ୍ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ଆମେରିକା ସେନା ଧ୍ୱଂସ କରିଦେଇଛି।

ଇରାନର ପ୍ରତ୍ୟେକ ଗତିବିଧି ଉପରେ କଠୋର ନଜର ରଖାଯାଇଛି ଏବଂ ସେମାନଙ୍କର ଏହି ନିର୍ମାଣକାର୍ଯ୍ୟ ଶେଷ ହେବା ଆଗରୁ ହିଁ ଆମେରିକା ଏହାକୁ ନଷ୍ଟ କରିଦେଇଛି।

Trump: "ମୁଁ ଖୁସି, ମୁଁ ସେମାନଙ୍କର ପ୍ରଶଂସକ ନଥିଲି": ପ୍ରିନ୍ସ ହ୍ୟାରି ଏବଂ ମେଘାନଙ୍କ ଆମେରିକା ଛାଡିବା ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ଅନ୍ୟପଟେ ''ୱାଲ୍ ଷ୍ଟ୍ରିଟ୍ ଜର୍ନାଲ''ର ଏକ ରିପୋର୍ଟ ଅନୁସାରେ, ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟଙ୍କ ରହଣି ଅବଧିକୁ ବୃଦ୍ଧି କରୁଛନ୍ତି।

ଏହା ଦର୍ଶାଉଛି ଯେ ଇରାନ ସହ ଚାଲିଥିବା ଏହି ଯୁଦ୍ଧ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଲମ୍ବିପାରେ।

ପୂର୍ବରୁ ଟ୍ରମ୍ପ ଏହାକୁ ଏକ ''ଛୋଟ ଅଭିଯାନ'' ବୋଲି କହିଥିବା ବେଳେ ଏବେ ପରିସ୍ଥିତି ବଦଳିବାରେ ଲାଗିଛି।

ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) ମଙ୍ଗଳବାର ସୂଚନା ଦେଇଛି ଯେ, ଇରାନର ଏୟାର ଡିଫେନ୍ସ, ରାଡାର ସିଷ୍ଟମ, ସାମୁଦ୍ରିକ ସମ୍ପତ୍ତି, ମାଇନ୍ ବିଛାଇବା କ୍ଷମତା ଓ ଯୋଗାଯୋଗ କେନ୍ଦ୍ରଗୁଡ଼ିକ ଉପରେ ବ୍ୟାପକ ଆକ୍ରମଣ କରାଯାଇଛି।

ହର୍ମୁଜ୍ ପ୍ରଣାଳୀରେ ବ୍ୟବସାୟିକ ଜାହାଜ ଏବଂ ଆମେରିକୀୟ ସୈନ୍ୟଙ୍କ ଉପରେ ଆଇଆରଜିସିର ଆକ୍ରମଣ ଉଦ୍ୟମର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଜୋର୍ଡାନ, ୟୁଏଇ, କୁଏତ, ବାହାରିନ ଏବଂ ଇରାକରେ ଥିବା ଆମେରିକା ସମ୍ପୃକ୍ତ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।