Double Death Shocks Nuapada Village: ପୁଅର ହାତଗୋଡ଼ ବନ୍ଧା, ଫ୍ୟାନ୍‌ରେ ଝୁଲୁଥିଲେ ବୋହୂ; ଗାଁରେ ଚର୍ଚ୍ଚା

Oct 13, 2026 - 13:55
Double Death Shocks Nuapada Village: ପୁଅର ହାତଗୋଡ଼ ବନ୍ଧା, ଫ୍ୟାନ୍‌ରେ ଝୁଲୁଥିଲେ ବୋହୂ; ଗାଁରେ ଚର୍ଚ୍ଚା

ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଗାଁରେ ଏକ ଅଭାବନୀୟ ଘଟଣା। ଘର ଭିତରୁ ସ୍ବାମୀ ସ୍ତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ହେଲେ ସଂକୀର୍ତ୍ତନ ଗହୀର ଓ ତାଙ୍କ ପତ୍ନୀ ସୁଭଦ୍ରା ପୋଢ଼। ସବୁଦିନେ ସକାଳେ ଉଠୁଥିବା ସଂକୀର୍ତ୍ତନ ଆଜି ସକାଳ ୭ଟା ପର୍ଯ୍ୟନ୍ତ କବାଟ ଖୋଲିନଥିଲେ। ସନ୍ଦେହରେ ତାଙ୍କ ମାଆ ବାରମ୍ବାର କବାଟ ବାଡେଇ ଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବା ଓ ଭିତରୁ କୌଣସି ପ୍ରତିକ୍ରିୟା ନ ଆସିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଝରକା ଖୋଲି ଦେଖିଲା ବେଳକୁ ପୁଅ ହାତଗୋଡ଼ ବନ୍ଧା ଅବସ୍ଥାରେ ନିସ୍ତେଜ ହୋଇ ଖଟ ଉପରେ ପଡିଛି ଆଉ ବୋହୂର ଶରୀର ଫ୍ୟାନରେ ଝୁଲୁଛି। ଏହି ଘଟଣା ଜାଣିଲା ପରେ ଗାଁଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖଡ଼ିଆଳ ପୋଲିସ ପହଞ୍ଚି ୨ଟି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। 

 ଖଡ଼ିଆଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
ବନ୍ଦ ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।