Drinking Invitation Turns Violent: ଘରୁ ଡାକି ନେଇ ମଦ ପିଆଇଲେ, ତା ପରେ ଯୁବକଙ୍କୁ ହାଣିଦେଲେ
ଘରୁ ଡାକି ନେଲେ ସାଙ୍ଗ ହୋଇ ମଦ ପିଇଲେ ଆଉ ତା ପରେ ହାଣିଦେଲେ। ମରଣାନ୍ତକ ଆକ୍ରମଣରେ ଛିଡିଲା ଯୁବକଙ୍କ ହାତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନୂଆଁ ବଳଧିଆ ଛକ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଆହତ ଯୁବକ ଜଣଙ୍କ ହେଲେ ମୌଲାଭଣଜା ପଞ୍ଚାୟତ ତିଳେଶ୍ୱର ଗାଁର ପ୍ରେମା ବିଷୋୟୀ । ସେ ଘରେ ଥିବା ବେଳେ କିଛି ଯୁବକ ତାଙ୍କୁ ଡାକିଥିଲେ ।
ସାଙ୍ଗ ହୋଇ ମଦ ପିଇବା ପରେ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଅଭିଯୁକ୍ତ ଯୁବକମାନେ ପ୍ରେମାଙ୍କୁ ନିର୍ମମ ଭାବେ ହାଣିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ହାତ ଛିଡିଯାଇଥିବା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ମେଡ଼ିକାଲକୁ ଆଣିଥିଲେ ।
ସେଠାରେ ପ୍ରାଥମିକ ଚକିତ୍ସା ପରେ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସ କିମ୍ବା ଆହତଙ୍କ ପ୍ରତିକ୍ରିୟା ମିଳିପାରିନି ।.....
ଘରୁ ଡାକି ନେଇ ଯୁବକଙ୍କୁ ହାଣିଦେଲେ
ମରଣାନ୍ତକ ଆକ୍ରମଣରେ ଯୁବକଙ୍କ ଛିଡିଲା ହାତ !
ଆହତ ଯୁବକ ହେଲେ ପ୍ରେମା ବିଶୋୟୀ
ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ଅଭିଯୋଗ
ଘଟଣାସ୍ଥଳରେ ପୋଲିସର ତଦନ୍ତ
ଗୁରୁତର ଯୁବକ ଭୁବନେଶ୍ବର ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।