Drinking Water: ଚିତ୍ରକୋଣ୍ଡା ସାରକୁବନ୍ଧ ହଷ୍ଟେଲରେ ପାଣି ସଙ୍କଟ, ୭ ଦିନ ହେଲା ବର୍ଷା ପାଣି ଭରସାରେ ଛାତ୍ରଛାତ୍ରୀ

Sep 26, 2026 - 10:08
Drinking Water: ଚିତ୍ରକୋଣ୍ଡା ସାରକୁବନ୍ଧ ହଷ୍ଟେଲରେ ପାଣି ସଙ୍କଟ, ୭ ଦିନ ହେଲା ବର୍ଷା ପାଣି ଭରସାରେ ଛାତ୍ରଛାତ୍ରୀ

"ଚିତ୍ରକୋଣ୍ଡା: ବାହାରେ ଲଗାଣ ବର୍ଷା ।

ଆଉ ଭିତରେ ପାଣି ପାଇଁ ହାହାକାର।୭ ଦିନ ହେଲା ପିଇବା ପାଣି ନାହିଁ।

ବାଧ୍ୟ ହୋଇ ବର୍ଷା ପାଣି ସଂଗ୍ରହ କରି ତାକୁ ଫୁଟାଇ ପିଇବା ସହ ରୋଷେଇରେ ବ୍ୟବହାର କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ।

ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ସ୍ୱାଭିମାନ ଅଞ୍ଚଳ ସାରକୁବନ୍ଧ ହଷ୍ଟେଲରୁ।ପିଇବା ପାଣି ପାଇଁ ଏଠି ସେଠି ଧାଇଁବା ବଦଳରେ ବର୍ଷା ପାଣି ହିଁ ଏବେ ଏମାନଙ୍କ ଭରସା।

ପ୍ରଥମେ ବର୍ଷା ପାଣିକୁ ଡ୍ରମରେ ସଂଗ୍ରହ କରୁଛନ୍ତି।

ଆଉ ତାକୁ ଫୁଟାଇବା ପରେ ପିଇବା ସହ ରୋଷେଇରେ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ।

ଏହି ଦୃଶ୍ୟ ହିଁ ବୟାନ କରୁଛି ହଷ୍ଟେଲରେ ପାଣି ସମସ୍ୟାର ଗମ୍ଭୀରତା।

ହଷ୍ଟେଲ ଭିତରେ ଯେଉଁ ନଳକୂପ ରହିଛି ସେଥିରୁ ବାହାରୁଛି ନାଲି ରଙ୍ଗର ମାଟି ପାଣି।

ଯାହା ପିଇବା ତ ଦୂରର କଥା, ବ୍ୟବହାର ପାଇଁ ମଧ୍ୟ ଅନୁପଯୋଗୀ।

ସ୍ୱାଭିମାନ ଅଞ୍ଚଳ ସାରକୁବନ୍ଧ ହଷ୍ଟେଲରେ ପଢୁଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ଭଳି ମୌଳିକ ସୁବିଧା ବି ଏବେ ଅପହଞ୍ଚ।Advertisment ପ୍ରଶାସନ କେବେ ନଜର ଦେଉଛି, ତାହାକୁ ଅପେକ୍ଷା ହଷ୍ଟେଲରେ ସୋଲାର ଚାଳିତ ପାଣି ବ୍ୟବସ୍ଥା ଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ।

ଅଳ୍ପ କିଛି ଦିନ ବ୍ୟବହାର ପରେ, ସମ୍ପୂର୍ଣ୍ଣ ଖରାପ ହୋଇପଡିଛି।

ଅନ୍ୟପଟେ ସମସ୍ୟା ସମାଧାନ ପାଇଁ ଇଲେକ୍ଟ୍ରି ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା କହିଛନ୍ତି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ।

ଫଳରେ ଗୋଟିଏ ପଟେ ପାଣି ପାଇଁ ହାହାକାର, ଅନ୍ୟପଟେ ବିଦ୍ୟୁତ୍ ସମସ୍ୟା।

ଏଭଳି ଦୁର୍ଦ୍ଦଶା ଭିତରେ ହଷ୍ଟେଲରେ ରହି ପାଠ ପଢୁଛନ୍ତି କୁନି କୁନି ପିଲା।

ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ କେବେ ନଜର ଦେଉଛି, ତାହାକୁ ଅପେକ୍ଷା।

Flood: ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା, ଉତ୍ତର ବାଲେଶ୍ୱରର ୪ ବ୍ଲକର ୧୫୪ ଗାଁ ଜଳମଗ୍ନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।