‘Drishyam’-Style Murder: ‘ଦୃଶ୍ୟମ’ ଷ୍ଟାଇଲରେ ମର୍ଡର! ଓଡ଼ିଶାରେ ହତ୍ୟା, ଆନ୍ଧ୍ରରେ ପୋତିଥିଲା ମୃତଦେହ

Aug 16, 2026 - 14:50
‘Drishyam’-Style Murder: ‘ଦୃଶ୍ୟମ’ ଷ୍ଟାଇଲରେ ମର୍ଡର! ଓଡ଼ିଶାରେ ହତ୍ୟା, ଆନ୍ଧ୍ରରେ ପୋତିଥିଲା ମୃତଦେହ

‘ଦୃଶ୍ୟମ’ ଫିଲ୍ମ ଷ୍ଟାଇଲରେ ମର୍ଡର ! ଓଡ଼ିଶାରେ ମାରିଲା ଆନ୍ଧ୍ରରେ ମୃତଦେହ ପୋତିଲା। ୨୨ ବର୍ଷୀୟ ଝିଅକୁ ଭଲ ପାଉଥିଲା ଦୁଇ ଦୁଇଟା ସ୍ତ୍ରୀର ସ୍ବାମୀ । ଗର୍ଭବତୀ ହେବା ପରେ ତଣ୍ଟିଚିପି ମାରିଦେଲା। କ୍ରାଇମର ଏ ସତ କାହାଣୀ କୌଣସି ଫିଲ୍ମ ଠାରୁ କିଛି କମ୍ ନୁହେଁ। ସେମିଳିଗୁଡ଼ାର ୨୨ ବର୍ଷୀୟା ଅଲବିନା ଗରଡ଼ା ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ମୋବାଇଲ୍ ଲୋକେସନ୍, CDR ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତକାରୀ ଦଳ ଆନ୍ଧ୍ରପ୍ରଦେଶର ଏକ ଶାଗୁଆନ୍ ବଗିଚାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ବାନ୍ଧିଛି। 

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ଯୁବତୀ ଅଲବିନା ସେମିଳିଗୁଡ଼ାର ଏକ ବିୟୁଟି ପାର୍ଲରରେ କାମ କରୁଥିଲେ। ସେଠାରେ ମୋହନ ଖିଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏମିତିକି ଯୁବତୀ ଗର୍ଭବତୀ ମଧ୍ୟ ଥିଲେ। ହେଲେ ମୋହନ ପୂର୍ବରୁ ଦୁଇଟି ବିବାହ କରିଥିବା  ଅଲବିନା ପରେ ଜାଣିବାକୁ ପାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ସଂପର୍କରେ ଫାଟ ହୋଇଥିଲା। ତେଣୁ ମୋହନ ଅଲବିନାଙ୍କୁ ଚଣ୍ଟି ଚିପି ହତ୍ୟା କରିଥିଲା। ଆଉ ତାଙ୍କ ମୋବାଇଲକୁ ମାଲବାହୀ ଗାଡିରେ ଫିଙ୍ଗି ଦେଇଥିଲା। ପରେ ପରିବାରର ଅଭିଯୋଗ ଆଧାରରେ ମୋବାଇଲ୍ ଟ୍ରାକ୍ କରି ପୂରା ଘଟଣା ଉପରୁ ପରଦା ହଟାଇଛି ପୋଲିସ। 

ଜଙ୍ଗଲରେ ପୋତାଯାଇଥିବା ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଏହାକୁ ପୋଷାକପତ୍ର ଆଧାରରେ ମୃତଦେହକୁ ଚିହ୍ନଟ କରିଛନ୍ତି। ତେବେ ମୃତଦେହର ପରିଚୟ ନିଶ୍ଚିତ କରିବାକୁ DNA ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ଘଟଣାରେ ବ୍ୟବହୃତ WagonR କାର୍ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଛି ପୋଲିସ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।