Drone Attack: ହର୍ମୁଜ୍ ନିକଟରେ ଏଲପିଜି ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟଙ୍କ ସମେତ ୧୯ କ୍ରୁ ସଦସ୍ୟ ସୁରକ୍ଷିତ

Sep 21, 2026 - 14:07
Drone Attack: ହର୍ମୁଜ୍ ନିକଟରେ ଏଲପିଜି ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟଙ୍କ ସମେତ ୧୯ କ୍ରୁ ସଦସ୍ୟ ସୁରକ୍ଷିତ

"ତେହେରାନ: ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ଜାରି ରହିଛି।

ହର୍ମୁଜ୍ ପ୍ରଣାଳୀ ନିକଟରେ ରବିବାର ଏକ ଲାଇବେରିଆନ୍ ପତାକାଯୁକ୍ତ ଏଲପିଜି ଟ୍ୟାଙ୍କର୍ ଏମଟି ଅଲ୍ ମାରିଆ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି।

ଜାହାଜଟି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ।

ନଅ ଜଣ ଭାରତୀୟ ନାଗରିକଙ୍କ ସମେତ ଜାହାଜରେ ଥିବା ୧୯ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।Advertisment ମୁଖ୍ୟ ଇଞ୍ଜିନ୍ ଏବଂ ପାୱାର ସିଷ୍ଟମ୍ ସ୍ୱାଭାବିକ ରିପୋର୍ଟ ଅନୁଯାୟୀ, ଡ୍ରୋନ୍ ଆକ୍ରମଣ ପରେ ଜାହାଜର ମୁଖ୍ୟ ଇଞ୍ଜିନ୍ ଏବଂ ପାୱାର ସିଷ୍ଟମ୍ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି।

ଆକ୍ରମଣ ପରେ ଟ୍ୟାଙ୍କରକୁ ସୁରକ୍ଷିତ ଭାବରେ ସଂଯୁକ୍ତ ଆରବ ଏମିରେଟ୍ସର ଖୋର୍ ଫକ୍କାନ ବନ୍ଦରକୁ ନିଆଯାଇଥିଲା।

ସେଠାରେ ଜାହାଜ ଏବେ ଲଙ୍ଗର ପକାଇଛି।

Student Death: ୩ ଦିନ ପ୍ରତିବାଦ ପରେ ଛାତ୍ରମାନଙ୍କ ଆଗରେ ମୁଣ୍ଡ ନୁଆଁଇଲା ଆଇଆଇଟି ବମ୍ବେ ପ୍ରଶାସନ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆକ୍ରମଣ ମଧ୍ୟରେ, ଭାରତୀୟ ନାବିକମାନେ ବିପଦର ସମ୍ମୁଖୀନ ହେଉଛନ୍ତି।

ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଭାରତୀୟ ପତାକା ଜାହାଜ ସହିତ ଚାରୋଟି ଘଟଣା ରିପୋର୍ଟ ହୋଇଛି।

ଏହି ସମୟରେ ଭାରତୀୟ କର୍ମଚାରୀ ଥିବା ବିଦେଶୀ ପତାକା ଜାହାଜ ସହ ଜଡିତ ୫୮ଟି ଘଟଣା ରେକର୍ଡ କରାଯାଇଛି।

ଏହି ଆକ୍ରମଣରେ ୧୦ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।