Drown: ନାଗାବଳୀରୁ ନାବାଳକ, ବଂଶଧାରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଝଞ୍ଜାବତୀରେ ଭାସି ଜଣେ ନିଖୋଜ

Nov 03, 2026 - 18:22
Drown: ନାଗାବଳୀରୁ ନାବାଳକ, ବଂଶଧାରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଝଞ୍ଜାବତୀରେ ଭାସି ଜଣେ ନିଖୋଜ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ବାତ୍ୟା ଯୋଗୁଁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା।

ନଦୀ ଜଳସ୍ତର ବଢ଼ିବା କାରଣରୁ ୩ଜଣ ଭାସିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି।

ଅନ୍ୟ ଜଣେ ନାବାଳକ ନିଖୋଜ ଅଛନ୍ତି।

Advertisment ତିନିଦିନ ତଳେ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି।

ମୃତକ ହେଲେ ୧୪ ବର୍ଷୀୟ ପ୍ରଭାତ କୁମାର ପାଣି।

ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ନାଗାବଳୀ ନଦୀରୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ପ୍ରଭାତ ଗତ ରବିବାର ସାଙ୍ଗମାନଙ୍କ ସହ ରାୟଗଡ଼ା ନିକଟ ଅଣ୍ଟାରୀଗୁଡ଼ା ଅଞ୍ଚଳର ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ।

ଗାଧେଇବା ସମୟରେ ପ୍ରଖର ଜଳସ୍ରୋତରେ ସେ ଭାସିଯାଇଥିଲେ।

ସେ ରାୟଗଡ଼ାରେ ମାମୁଘରେ ରହି ପାଠ ପଢ଼ୁଥିଲେ।

ସେହିଭଳି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ୪ ନମ୍ବର ୱାର୍ଡର ଜଣେ ବୃଦ୍ଧା ବଂଶଧାରା ନଦୀକୁ ଗାଧୋଇବାକୁ ଯାଇ ଗତ ୧ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିବା ଘଟଣାରେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛିI ବୃଦ୍ଧା ଜଣକ ହେଲେ କତାଲାଗୁଡା ଗ୍ରାମର ବି.ପାଗାଡ଼ାଲୁI ପରିବାରବର୍ଗଙ୍କ ସୂଚନା ଅନୁଯାୟୀ ନିଖୋଜ ବୃଦ୍ଧା ଜଣକ ଗ୍ରାମର ଅନ୍ୟ କିଛି ମହିଳାଙ୍କ ସହ କପା ତୋଳିବାକୁ ଯାଇ, କପା ତୋଳି ଘରକୁ ଫେରିବା ସମୟରେ ସନ୍ଧ୍ୟାରେ ନଦୀ ତୁଠକୁ ଗାଧୋଇବାକୁ ଯାଇ ବଂଶଧାରା ନଦୀରେ ଭାସି ଯାଇଥିଲେI ଆଜି ଗ୍ରାମବାସୀ ବୃଦ୍ଧାଙ୍କ ଶବକୁ ନଦୀରେ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

Cyclone Arnab Recovery: ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ ଅନ୍ୟ ଏକ ଘଟଣାରେ ଆଜି ଝଞ୍ଜାବତୀ ନଦୀରେ ଗାଧୋଇବାକୁ ଯାଇ ଜଣେ ୧୪ ବର୍ଷୀୟ ନାବାଳକ କାନି ଖୋସଲା ନିଖୋଜ ହୋଇଯାଇଛନ୍ତି।

ରାୟଗଡ଼ା ସଦର ନୂଆସାହି ଅଞ୍ଚଳର କାନି ମଙ୍ଗଳବାର ସକାଳେ ସାଙ୍ଗମାନଙ୍କ ସହ ଅମ୍ବାଗୁଡ଼ା ନିକଟ ଝଞ୍ଜାବତୀ ନଦୀକୁ ଯାଇଥିଲେ।

ଗାଧେଇବା ବେଳେ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର ଦଳ ନଦୀରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଖବର ଲେଖା ହେବା ସୁଦ୍ଧା ତାଙ୍କର ପତ୍ତା ମିଳିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।