Drug Cache Busted: ଜଙ୍ଗଲରୁ ଗଞ୍ଜେଇ ଜବତ, ଭର୍ତ୍ତି ହୋଇ ରହିଥିଲା ୨୮ଟି ବସ୍ତାରେ

Aug 18, 2026 - 16:12
Drug Cache Busted: ଜଙ୍ଗଲରୁ ଗଞ୍ଜେଇ ଜବତ, ଭର୍ତ୍ତି ହୋଇ ରହିଥିଲା ୨୮ଟି ବସ୍ତାରେ

ଜଙ୍ଗଲରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତରବା ପଂଚାୟତ ଆଟାପଡ଼ା ଗାଁ ନିକଟସ୍ଥ ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଜବତ କରିଛି ପୋଲିସ। ବେଆଇନ ଗଞ୍ଜେଇ କାରବାର ଖବର ପାଇ ପୋଲିସ ସହ ଡିଭିଏଫ ବାହିନୀ ଜଙ୍ଗଲରେ ଚଢାଉ କରିଥିଲେ।

ଜଙ୍ଗଲରୁ ୨୮ ବସ୍ତାରେ ଥିବା ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ। ତେବେ ଏହି କାରବାରରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ତଦନ୍ତ କରୁଛି ପୋଲିସ। 

ଜଙ୍ଗଲରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ
ଅଡବା ଥାନା ଆଟାପଡ଼ା ଗାଁ ନିକଟ ଜଙ୍ଗଲରୁ ଗଞ୍ଜେଇ ଜବତ
୨୮ ବସ୍ତାରେ ଭର୍ତ୍ତି ୭ କୁଇଣ୍ଟାଲ ଗଞ୍ଜେଇ ଜବତ 
ଜବତ ଗଞ୍ଜେଇର ମୂଲ୍ୟ ୭୦ ଲକ୍ଷ ହେବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।