Drug Peddlers Arrested: ପୁରୀରେ ବ୍ରାଉନ୍‌ସୁଗାର୍‌ କାରବାର ଉପରେ ପୁଲିସ୍‌ର ବଡ଼ ଚଢ଼ାଉ: ୪ ଗିରଫ; ୨୬ ଲକ୍ଷର ନିଶାଦ୍ରବ୍ୟ ଜବତ

Nov 04, 2026 - 14:47
Drug Peddlers Arrested: ପୁରୀରେ ବ୍ରାଉନ୍‌ସୁଗାର୍‌ କାରବାର ଉପରେ ପୁଲିସ୍‌ର ବଡ଼ ଚଢ଼ାଉ: ୪ ଗିରଫ; ୨୬ ଲକ୍ଷର ନିଶାଦ୍ରବ୍ୟ ଜବତ

ପୁରୀ (ଶିବ ପ୍ରସାଦ ଦାଶ): ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି।

ଡେଲାଙ୍ଗ ଥାନା ଅଞ୍ଚଳରେ ଚଢ଼ାଉ କରି ପୁଲିସ୍‌ ୪ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ୍‌ସୁଗାର୍‌ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି।

Advertisment ଗାଡ଼ିଟିକୁ କାବୁ କରିଥିଲେ ପୁଲିସ୍‌ର ସୂଚନା ଅନୁଯାୟୀ, ଗତକାଲି ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ନିକଟରେ ଏକ ସିଲଭର୍‌ ରଙ୍ଗର ଅର୍ଟିଗା ଗାଡ଼ିରେ କିଛି ନିଶା ବ୍ୟବସାୟୀ ଏକାଠି ହୋଇ ଡ୍ରଗ୍ସ କାରବାର କରୁଥିବା ନେଇ ଖବର ମିଳିଥିଲା।

ସୂଚନା ପାଇବା କ୍ଷଣି ଡେଲାଙ୍ଗ ଥାନାର ସବ୍‌-ଇନ୍ସପେକ୍ଟର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ କାବୁ କରିଥିଲେ।

ଗିରଫ ହୋଇଥିବା ୪ ଜଣ ନିଶା ବ୍ୟବସାୟୀ ହେଲେ, ଚନ୍ଦନ ଅଲିଆସ୍‌ ଚନ୍ଦ୍ରଶେଖର ବିଶ୍ୱାଳ (ପୂର୍ବରୁ ଅନେକ ଏନ୍‌ଡିପିଏସ୍‌ କେସ୍‌ରେ ଜଡ଼ିତ କୁଖ୍ୟାତ ଅପରାଧୀ),ସାଗର ଅଲିଆସ୍‌ ଆଲୋକ ନାୟକ, ରଶ୍ମି ରଞ୍ଜନ ହରିଚନ୍ଦନ,ବେଙ୍ଗ ଅଲିଆସ୍‌ ସୋନୁ (ସାତଶଙ୍ଖ ଅଞ୍ଚଳର)।

ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ୍‌ ପ୍ରାୟ ୨୬୧ ଗ୍ରାମ୍‌ (ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା)ର ବ୍ରାଉନ ସୁଗାର ସହ,୧ଟି ପିସ୍ତଲ,୧ଟି ସିଲଭର୍‌ ଅର୍ଟିଗା କାର୍‌, ୧ଟି କଳା-ନୀଳ ୟାମାହା ବାଇକ୍‌ ଓ ୧ଟି ବଜାଜ୍‌ ପଲସର୍‌ ବାଇକ୍‌,୬ଟି ମୋବାଇଲ୍‌ ଫୋନ୍‌ ଏବଂ ୬,୦୦୦ ଟଙ୍କା ନଗଦ ଜବତ କରିଛି ।

ପୁଲିସ୍‌ ଜେରା ସମୟରେ ଜଣାପଡ଼ିଛି ଯେ, କୁଆପଦା ଅଞ୍ଚଳର 'ମଧିଆ' ଅଲିଆସ୍‌ ବିଭୂତି ଭୂଷଣ ସିଂ ନାମକ ବ୍ୟକ୍ତି ଜିଲ୍ଲା ବାହାରୁ ଏହି ବ୍ରାଉନ୍‌ସୁଗାର୍‌ ଆଣି ଏମାନଙ୍କୁ ଯୋଗାଉଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମଧିଆ ଫରାର ହୋଇଯିବାରେ ସଫଳ ହୋଇଥିଲା।

ତାହା ବିରୋଧରେ ମଧ୍ୟ ପୂର୍ବରୁ ଅନେକ ମାମଲା ରହିଛି ଏବଂ ପୁଲିସ୍‌ ତାକୁ ଖୋଜୁଛି।

ନିଶା ବେପାର ବିରୋଧରେ 'ଜିରୋ ଟଲେରାନ୍ସ' ଜିଲ୍ଲାରେ ବୃଦ୍ଧି ପାଉଥିବା ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପୁଲିସ୍‌ 'ଜିରୋ ଟଲେରାନ୍ସ' ନୀତି ଆପଣେଇଛି।

ଯେତେ ଛୋଟ କିମ୍ବା ବଡ଼ ପରିମାଣର ନିଶାଦ୍ରବ୍ୟ ହେଉନା କାହିଁକି, ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଆରକ୍ଷୀ ଅଧୀକ୍ଷକ ଚେତାବନୀ ଦେଇଛନ୍ତି।

Bail Hearing Deferred: ଚୌଦ୍ୱାର ଜେଲ୍‌ର ନିଲମ୍ବିତ ଅଧୀକ୍ଷକ ସୁଜିତ ରାଉଳଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।