Drunk Youth’s Violent Rampage: ମାତାଲ ଯୁବକର ଉନ୍ମତ୍ତ କାଣ୍ଡ, ଗାଁ ଦାଣ୍ଡରେ ଖଣ୍ଡା ଧରି ଏକାଧିକ ଲୋକଙ୍କୁ ଆକ୍ରମଣ
ଗାଁ ଦାଣ୍ଡରେ ଖଣ୍ଡା ଧରି ମାତାଲ ଯୁବକର ଉନ୍ମତ୍ତ କାଣ୍ଡ। ହାତରେ ଖଣ୍ଡା ଧରି ଆକ୍ରମଣ। ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣରେ ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନିମାପଡ଼ା ଥାନା ସଗଡ଼ା ପଞ୍ଚାୟତ ଆଙ୍କୁସୁପୁର ଗ୍ରାମର ଅମୂଲ୍ୟ ପ୍ରଧାନ ଗତକାଲି ରାତିରେ ହାତରେ ଖଣ୍ଡା ଧରି ଗାଁ ଦାଣ୍ଡରେ ଆତଙ୍କ ଖେଳାଇଥିଲେ।
ପରେ ଅଜୟ କୁମାର ସ୍ୱାଇଁଙ୍କ ଦୋକାନକୁ ଯାଇ କିଛି ଜିନିଷ ମାଗିଥିଲେ। ଅଜୟ ଏଥିରେ ମନା କରିବାରୁ ଅମୂଲ୍ୟ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥିବା ଦୁଇଜଣ ବରିଷ୍ଠ ନାଗରିକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ନିମାପଡ଼ା ପୋଲିସ ଘଟଣାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।