Dubai: ମଣିଷପଣିଆ ଓ ସଚ୍ଚୋଟତା; ଦୁବାଇରେ ଭାରତୀୟ ମହିଳାଙ୍କ ୱାଲେଟ୍ ଫେରାଇ ହୃଦୟ ଜିତିଲେ ଟ୍ୟାକ୍ସି ଡ୍ରାଇଭର
"ଦୁବାଇ: ମଣିଷପଣିଆ ଓ ସଚ୍ଚୋଟତା ଆଜି ବି ଜୀବିତ ରହିଛି।
ଏହାର ଏକ ସୁନ୍ଦର ଉଦାହରଣ ଦୁବାଇରେ ଦେଖିବାକୁ ମିଳିଛି।
ଜଣେ ଭାରତୀୟ ମହିଳା ଟ୍ୟାକ୍ସିରେ ନିଜ ୱାଲେଟ୍ ଛାଡ଼ି ଆସିଥିବା ବେଳେ ଡ୍ରାଇଭର ତାହାକୁ ସୁରକ୍ଷିତ ଭାବେ ଫେରାଇ ଦେଇଛନ୍ତି।
ଏହି ଘଟଣା ମହିଳାଙ୍କ ମନ ଜିତିବା ସହ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି।
Advertisment ଦୁବାଇରେ ରହୁଥିବା ଭାରତୀୟ ମହିଳା ବର୍ତ୍ତିକା ଶର୍ମା ଏକ କାମରେ ଯିବା ସମୟରେ କେୟାରିମ୍ (Careem) ଟ୍ୟାକ୍ସିରେ ନିଜ ୱାଲେଟ୍ ଛାଡ଼ି ଦେଇଥିଲେ।
ପରେ ୱାଲେଟ୍ ନଥିବା ଜାଣି ସେ ଚିନ୍ତାରେ ପଡ଼ିଯାଇଥିଲେ।
କାରଣ, ସେଥିରେ ଟଙ୍କା, କାର୍ଡ ଓ ପାସପୋର୍ଟ ସହ ତାଙ୍କ ଦିବଂଗତ ବାପାଙ୍କ ଶେଷ ଫଟୋ ମଧ୍ୟ ଥିଲା।
ଆଜି ବି ଜୀବିତ ମଣିଷପଣିଆ ବର୍ତ୍ତିକାଙ୍କ ପାଇଁ ଟଙ୍କା କିମ୍ବା କାର୍ଡଠାରୁ ବାପାଙ୍କ ଫଟୋ ଅଧିକ ମୂଲ୍ୟବାନ ଥିଲା।
ଗତ ଡିସେମ୍ବରରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା।
ତେଣୁ ଏହି ଫଟୋ ହଜିଯିବାର ଆଶଙ୍କା ତାଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଦେଇଥିଲା।
ସେ ଭାବି ମଧ୍ୟ ପାରିନଥିଲେ ଯେ ତାଙ୍କର ଏହି ଅମୂଲ୍ୟ ସ୍ମୃତି ପୁଣି ଫେରିପାଇବେ।
ତେବେ କିଛି ସମୟ ପରେ କେୟାରିମ୍ କଷ୍ଟମର୍ କେୟାର ପକ୍ଷରୁ ତାଙ୍କୁ ଖବର ମିଳିଥିଲା ଯେ ଡ୍ରାଇଭର ଏବେନେଜର ଆଫିବି ୱାଲେଟ୍ଟି ପାଇଛନ୍ତି ଏବଂ ତାହାକୁ ସୁରକ୍ଷିତ ରଖିଛନ୍ତି।
ପରେ ସେ ୱାଲେଟ୍ଟିକୁ ବର୍ତ୍ତିକାଙ୍କୁ ଫେରାଇ ଦେଇଥିଲେ।
ଏହା ଖୋଲି ଦେଖିବା ପରେ ସେ ଆଶ୍ୱସ୍ତ ହୋଇଥିଲେ, କାରଣ ଟଙ୍କା, କାର୍ଡ, ପାସପୋର୍ଟ ସହ ବାପାଙ୍କ ଫଟୋ ମଧ୍ୟ ଠିକ୍ଠାକ୍ ଥିଲା।
ଡ୍ରାଇଭରଙ୍କ ଏହି ସଚ୍ଚୋଟତାରେ ଭାବବିହ୍ୱଳ ହୋଇ ବର୍ତ୍ତିକା ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଟିପ୍ ଦେବାକୁ ଚାହିଁଥିଲେ।
କିନ୍ତୁ ଡ୍ରାଇଭର ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।
CONNAUGHT PLACE: ଦିଲ୍ଲୀର କନଟ ପ୍ଲେସ୍ : ନାମକରଣର ରହସ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଅନ୍ୟର ଜିନିଷ ଫେରାଇଦେବା ତାଙ୍କ ପାଇଁ ଏକ ସାଧାରଣ କର୍ତ୍ତବ୍ୟ ବୋଲି ସେ ଭାବିଥିଲେ।
ଏହି ଅନୁଭୂତିକୁ ବର୍ତ୍ତିକା ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
ତାଙ୍କ ମତରେ, ଡ୍ରାଇଭର ତାଙ୍କୁ କେବଳ ଏକ ୱାଲେଟ୍ ଫେରାଇନାହାନ୍ତି, ବରଂ ତାଙ୍କ ବାପାଙ୍କ ଅମୂଲ୍ୟ ସ୍ମୃତିକୁ ମଧ୍ୟ ଫେରାଇ ଦେଇଛନ୍ତି।
ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ ମାନବିକତା ଓ ସଚ୍ଚୋଟତା ଲୋକଙ୍କ ହୃଦୟରେ ଆଶା ଜାଗ୍ରତ କରିପାରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।