11 OCTOBER 2026

Welcome!

Unlock your personalized experience.
Sign Up

Durga Puja: କୋରଡ଼କଣ୍ଟା ଦୁର୍ଗାପୂଜା ସମିତି: ରାଜଧାନୀରେ ‘ବାହୁବଳୀ’ର ମାହିଷ୍ମତୀ ସାମ୍ରାଜ୍ୟ

Oct 11, 2026 - 05:59
Durga Puja: କୋରଡ଼କଣ୍ଟା ଦୁର୍ଗାପୂଜା ସମିତି: ରାଜଧାନୀରେ ‘ବାହୁବଳୀ’ର ମାହିଷ୍ମତୀ ସାମ୍ରାଜ୍ୟ

ମା’ ଦୁର୍ଗାଙ୍କୁ ସ୍ବାଗତକରିବା ପାଇଁ ରାଜଧାନୀର ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ପାଖାପାଖି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଗଲାଣି। ପୀଠରେ ଷୋଳପୂଜା ଆରମ୍ଭ ହୋଇଯାଇଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ଗଢ଼ା ଓ ତୋରଣ ସାଜସଜ୍ଜା ‌କାମ ଜାରି ରହିଛି। ବିଭିନ୍ନ ପୂଜାମଣ୍ଡପର ସାଜସଜ୍ଜା ଓ ପ୍ରସ୍ତୁତିକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ଭୁବନେଶ୍ୱର: ଚଳଚ୍ଚିତ୍ର ‘ବାହୁବଳୀ’ର ମାହିଷ୍ମତୀ ସାମ୍ରାଜ୍ୟର ଐତିହାସିକ ପ୍ରାସାଦ, ଘୋଡ଼ା, ହସ୍ତୀ, ପ୍ରାକୃତିକ ସବୁଜିମା ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ି ଦେଇଯାଇଥିଲା। ସେହି ସାମ୍ରାଜ୍ୟକୁ ପୁଣି ଥରେ ଚର୍ଚ୍ଚାକୁ ଆଣିବାକୁ ପ୍ରୟାସ କରୁଛନ୍ତି କୋରଡ଼କଣ୍ଟା ଦୁର୍ଗାପୂଜା ସମିତି। ଚଳିତ ବର୍ଷ ୧୫ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ସମିତି ପକ୍ଷରୁ ‘ବାହୁବଳୀ’ ଚଳଚ୍ଚିତ୍ରରରେ ପ୍ରଦର୍ଶିତ ହୋଇଥିବା ଐତିହାସିକ ମହଲ ସଦୃଶ ତୋରଣ ପ୍ରସ୍ତୁତ କରାଯାଉଛି। ଏହାର ଉଚ୍ଚତା ୭୦ଫୁଟ ରହିଥିବା ବେଳେ ଚଉଡ଼ା ୮୦ଫୁଟ ରହିଛି। ୫୦ରୁ ଊର୍ଦ୍ଧ୍ୱ କାରିଗର ଏହି ତୋରଣ ପ୍ରସ୍ତୁତ କରୁଛନ୍ତି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୬ଫୁଟ ରହିଥିବା ବେଳେ ମେଢ଼ର ଉଚ୍ଚତା ୨୨ ଫୁଟ ରହିଛି। ମା’ଙ୍କ ପାଇଁ ରୁପାର ମୁକୁଟ ସହ ଅନ୍ୟାନ୍ୟ ଅଳଙ୍କାର ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ପୂଜା ଖର୍ଚ୍ଚ ୩୦ ଲକ୍ଷ ଟଙ୍କା ରହିଛି। ପୂଜାରେ କୋରଡ଼କଣ୍ଟା ଗାଁର ମୁଖ୍ୟ ପ୍ରବେଶ ପଥ ସହିତ ବାଇପାସ୍‌ ଛକକୁ ଆକର୍ଷଣୀୟ ଲାଇଟ୍‌ରେ ସଜାଯିବ। ସମିତି ପକ୍ଷରୁ ମା’ଙ୍କ ଭୋଗ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଷ୍ଟମୀରେ ଆଠ, ନବମୀରେ ନଅ ପ୍ରକାର ଭୋଗ ସମେତ ମା’ଙ୍କ ନିକଟରେ ଦହି ଅନ୍ନ ଭୋଗ ହେବ। ସେହିପରି ଭକ୍ତମାନଙ୍କୁ ଲଡ଼ୁ ଭୋଗ ବଣ୍ଟାଯିବ। 

Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍‌ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା

ମନମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁମାରୀ ପୂଜା
ପୂଜା ଅବସରରେ ଷଷ୍ଠୀଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଷଷ୍ଠୀରେ ଭଜନ ସନ୍ଧ୍ୟା ହେଉଥିବା ବେଳେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ଦଳ ପରିବେଷଣ କରିବେ। ପୂଜାରେ ଅନ୍ୟତମ ଆକର୍ଷଣ କୁମାରୀ ପୂଜା ସାଜିବ। ପୂଜାକୁ ନିରାପଦ ଓ ପରିବେଶ ଅନୁକୂଳ କରିବା ପାଇଁ ପୂଜାମଣ୍ଡପକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ପ୍ରୟାସ କରାଯିବ। 
ପ୍ରଶାନ୍ତ ଜେନା, ସଭାପତି

୬୫ ଫୁଟର ରାବଣପୋଡ଼ି ଆକର୍ଷଣ
ସବୁବେଳେ ନିଜର ସ୍ୱତନ୍ତ୍ର ରାବଣପୋଡ଼ି ପାଇଁ ଚର୍ଚ୍ଚାରେ ରହୁଥିବା କୋରଡ଼କଣ୍ଟା ଦୁର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ମଧ୍ୟ ଆକର୍ଷଣୀୟ ରାବଣପୋଡ଼ି ଉତ୍ସବ ହେବ। ଏଥର ଦଶହରାରେ ସମିତି ପକ୍ଷରୁ ୬୫ ଫୁଟ ଉଚ୍ଚର ରାବଣ ପୋଡ଼ା ହେବ ସହିତ ଆତସବାଜି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜଧାନୀର ଅଳ୍ପ କେତୋଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ମିଳୁଥିବାରୁ ଏଠାରେ ଅଭିକ ଲୋକଙ୍କ ସମାଗମ ହୁଏ। ତେଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ ହେବା ସହିତ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ।
ଯାଦବ ଜେନା, ସମ୍ପାଦକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।