Durga puja: ଗାୟତ୍ରୀ ପୀଠରେ ନବରାତ୍ର ପୁଜା ଉଦ୍ଯାପିତ
"ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠରେ ଗାୟତ୍ରୀ ପରିବାର ପକ୍ଷରୁ ଗତ ୧୧ ତାରିଖରୁ ଚାଲିଥିବା ନବରାତ୍ର ପୁଜା ହୋମ ଜଜ୍ଞ ସହିତ ଉଦ୍ଯାପିତ ହୋଇ ଯାଇଛି।
ଯଜ୍ଞରେ ନାରାୟଣ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ ପ୍ରିୟଙ୍କା ସାହୁ, ସନ୍ତୋଷ ବେହେରା ଓ ତାଙ୍କର ଧର୍ମପତ୍ନୀ ବାସନ୍ତୀ ବେହେରା ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ।
ରୋହିତ ପଣ୍ଡା ବ୍ୟାସ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
Advertisment ଏହି ନବରାତ୍ର ନଅ ଦିନ ଧରି ଚାଲିଥିବା ଥିବାବେଳେ ପ୍ରତ୍ୟେହ ଜଜ୍ଞ ଓ ଗାୟତ୍ରୀ ମନ୍ତ୍ର ଜପ ଚାଲିଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ନବୀନ ପ୍ରଧାନ, ଚିରଞ୍ଜିବୀ ପଟ୍ଟନାୟକ, ପରମାନନ୍ଦ ସାହୁ, ସନ୍ତୋଷ ବେହେରା, ଦେବ ନାରାୟଣ ପ୍ରଧାନ, ବଶିଷ୍ଠ ସାହୁ ଯୋଗଦେଇ ସହଯୋଗ କରିଥିଲେ।
ଗାୟତ୍ରୀ ପରିବାରର ଶତାଧିକ ଭକ୍ତ ଉପସ୍ଥିତ ରହି ସାମୁହିକ ପ୍ରସାଦ ସେବନ କରି ଥିଲେ।
୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।