Earth Again Conference 2026: ‘ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଚିନ୍ତା କରାଯିବ ଉଚିତ’

Oct 04, 2026 - 11:48
Earth Again Conference 2026: ‘ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଚିନ୍ତା କରାଯିବ ଉଚିତ’

"ଭୁବନେଶ୍ବର: ଅତୀତରେ ଋଷିକୁଲ୍ୟା ନଦୀ ପାଖରେ ପ୍ରବଳ ମାଛ ମିଳୁଥିଲା।

ଏହି ନଦୀ ପାଖରେ ଆଗରୁ ଯେପରି ମାଛ ମିଳୁଥିଲା, ଏବେ ଆଉ ତାହା ନାହିଁ।

ଅର୍ଥାତ ଧୀରେ ଧୀରେ ହ୍ରାସ ପାଉଛି।

ସରକାର ଯଦି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ ପାଇଁ ଚିନ୍ତା କରିବେ ତାହେଲେ ଲୋକଙ୍କ ସମସ୍ୟା ଦୂର ହୋଇପାରେ।

ଗଂଜାମ ଜିଲ୍ଲାର ଏକ ବେସରକାରୀ ସଂସ୍ଥା କହିଛି, ଆମେ ନିରୀହ ଲୋକ।

ସମୁଦ୍ରରୁ ମାଛ ମାରିଲେ ପେଟ ପୋଷୁ।

କିନ୍ତୁ ଆମେ କଣ ଏମିତି କଲୁ ଯେ ସମୁଦ୍ର ଆମ ଘରକୁ ମାଡ଼ିଆସିଲା, ଆମ ଜୀବନ, ଜୀବିକା ପ୍ରଭାବିତ ହେବ।

ଉପକୂଳ ଅଞ୍ଚଳରେ ଲୋକମାନଙ୍କର ଚିନ୍ତା ଭିନ୍ନ।

ସମସ୍ତଙ୍କର ଏକ ଧାରଣା ଅଛି ଯେ ସମୁଦ୍ର ସମସ୍ତଙ୍କର ଅଛି।

ତେଣୁ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଦୈନିକ "ସମ୍ବାଦ" ଏବଂ ଆମ ଓଡ଼ିଶାର ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମ୍ମିଳନୀରେ ଏହି ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବୀମାନେ ଏହି ଚର୍ଚ୍ଚା କରିଛନ୍ତିAdvertisment ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ହଲ୍‌ରେ ଶନିବାର ଚର୍ଚ୍ଚା ହୋଇଛି ଯେ, ଜୀବିକା ସମସ୍ୟା ଯୋଗୁଁ ବହୁତ ଅସୁବିଧା ଦେଖାଦେଉଛି।

ସେମାନଙ୍କର ଅଧିକ ଖର୍ଚ୍ଚ ବହୁତ ବେଶି ଅଛି ଓ କମ୍ୟୁନିଟିର ମୁଖ୍ୟ ରୋଜଗାରିଆ ବ୍ୟକ୍ତିମାନେ ବହୁତ ମାର୍ଜିନାଇଜ୍ଡ ଅନୁଭବ କରୁଛନ୍ତି।

ଏହି କମ୍ୟୁନିଟିରେ ମାନସିକ ସ୍ୱାସ୍ଥ୍ୟର ପ୍ରଭାବ ବହୁତ ଅଧିକ ରହିଛି ମଦ୍ୟପାନ ସମସ୍ୟା ମଧ୍ୟ ଅଧିକ ରହିଛି ଯାହାଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି।

ଫଟୋରେ "ପୁନଶ୍ଚ ପୃଥିବୀ"ର ଉଦ୍‌ଯାପନୀ ଦିବସ ସମାରୋହରେ ହୋଇଥିବା ଆଲୋଚନା ଅନୁସାରେ ଚାଷୀମାନଙ୍କୁ ବିରି, ମୁଗ, ସୂର୍ଯ୍ୟମୁଖୀ ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲ କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଅନେକ ଚାଷୀଙ୍କର ଫାର୍ମର ଆଇଡି କିମ୍ବା କୃଷକ ପୋର୍ଟାଲରେ ନାଁ ନଥିବାରୁ, ସେମାନଙ୍କର ନାଁ ପଞ୍ଜୀକରଣ କରାଯାଉଛି।

ସରକାରଙ୍କ ପକ୍ଷରୁ ମୁଗ ଓ ବିରି ବିହନ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହା ଜଳସେଚିତ ଅଞ୍ଚଳ ନହେବା କାରଣରୁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି ହେଉଛି।

ସେହିପରି ୧୫ ବର୍ଷ ତଳେ ଯେଉଁ ଜଙ୍ଗଲଜାତ ଦ୍ରବ୍ୟରୁ ଲୋକଙ୍କ ରୋଜଗାର ହୋଇପାରୁଥିଲା  ତାହା ଏବେ ବହୁତ୍ ଗୁଣ କମିଯାଇଛି ।

ସରକାର ଯେଉଁ ବିହନ ଦେଉଛନ୍ତି ସେଥିରେ ବହୁତ୍ ଡେରି ହୋଇଯାଉଛି ଯେଉଁଥିପାଇଁ ଲୋକ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ସରକାର ଏବଂ ଜଙ୍ଗଲ ବିଭାଗ ଜଙ୍ଗଲକୁ ପୁନଃରୁଦ୍ଧାର କଲେ ଏବଂ ସମୟ ପୂର୍ବରୁ ବିହନ ଦେଲେ ଲୋକ ବହୁତ୍ ଉପକୃତ ହେବେ ବୋଲି ଆଲୋଚନା ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।