Earth Again Conference 2026: ସାଟେଲାଇଟକୁ ମାଧ୍ୟମ କରି ପ୍ରଦୂଷଣ କେଉଁଠୁ ହେଉଛି ଚିହ୍ନଟ କରି ସମାଧାନ କରି ପାରିବା
"ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଉଦ୍ଘାଟନୀ ଅଧିବେଶନରେ ସ୍କୁଲ୍ ଅଫ୍ ଆର୍ଥ, ଓସନ୍ ଆଣ୍ଡ କ୍ଲାଇମେଟ୍ ସାଇନ୍ସ, ଆଇଆଇଟି ଭୁବନେଶ୍ବରର ସହଯୋଗୀ ପ୍ରଫେସର ଡକ୍ଟର ଦେବଦତ୍ତ ସ୍ୱାଇଁ କହିଛନ୍ତି, "ବାୟୁ ପ୍ରଦୂଷଣକୁ ଦୁଇଭାଗରେ ବିଭକ୍ତ କରିପାରିବ।
ଗୋଟିଏ ଇଣ୍ଡଷ୍ଟ୍ରିଥିବା ଅଞ୍ଚଳ ଅନ୍ୟଟି ଇଣ୍ଡଷ୍ଟ୍ରି ନଥିବା ଅଞ୍ଚଳ।
ଆମର ସାତଟି ସହର ପ୍ରଦୂଷଣ ତାଲିକାରେ ରହିଛି।
ବାୟୁ ପ୍ରଦୂଷଣ କଦାପି ଗୋଟିଏ ସ୍ଥାନରୁ ହୁଏ ନାହିଁ।
ଆଜିକାଲି ଟେକ୍ନୋଲୋଜିର ବହୁଳ ବିକାଶ ହେଲାଣି।
ସାଟେଲାଇଟ ମାଧ୍ୟମରେ ପ୍ରଦୂଷଣ କେଉଁଠୁ ହେଉଛି ତାହାକୁ ଚିହ୍ନଟ କରି ସହଜରେ ତାହାର ସମାଧାନ କରାଯାଇପାରିବ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କୌଣସି ସ୍ଥାନରେ ଛୋଟ ହେଉ ଅବା ବଡ଼ କାରଖାନାଟିଏ କରିବା ପୂର୍ବରୁ ତାର ପ୍ରଭାବ ସେ ଅଞ୍ଚଳ ଉପରେ କ"ଣ ପଡ଼ିବ ଏବଂ କୁପ୍ରଭାବ କ"ଣ ରହିବ ତାହାର ଆକଳନ କରିବା ଜରୁରୀ।
ଏହି ଆକଳନ ଓ ଆଲୋଚନାରେ ସ୍ଥାନୀୟ ସମୁଦାୟକୁ ସାମିଲ କରାଯାଇ ସେମାନଙ୍କ ମତାମତ ନେବା ବି ନିହାତି ଆବଶ୍ୟକ।Advertisment ଗ୍ରାମ ବିକାଶର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିବି ଜନସନ କହିଛନ୍ତି, "ପାଣିପା୍ଗର ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି।
ଗୋଟିଏ ଅଞ୍ଚଳରେ ବର୍ଷା ହେଉ ନଥିଲେ ଅନ୍ୟପଟେ ପାଗ ଶୁଖିଲା ରହୁଛି।
ଏନେଇ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି।
ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି।
ଏସବୁ ଦିଗକୁ ଧ୍ୟାନଦେଲେ ଏବେ ବି କୁହାଯାଇ ପାରିବ ସଚେତନର ଅଭାବ ରହୁଛି।
ଯେଉଁ କାରଣରୁ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଉଛି।
ଉଦାହରଣ ସ୍ବରୂପ: ଆଗକୁ କୁହୁଡ଼ି ପଡ଼ିବ, ଏନେଇ ଚାଷୀଙ୍କୁ ସଚେତନ କରିଦେଲେ ସେମାନେ କୁହୁଡ଼ିରୁ ନିଜ ଫସଲ ବଞ୍ଚାଇବା ପାଇଁ ପ୍ରତିରୋଧ ଔଷଧ ଛିଞ୍ଚନ କରି ପାରିବେ।
ଜଳ ସମସ୍ୟା କେମିତି ଦୂର କରି ପାରିବା, ଜଳକୁ କେମିତି ସଂରକ୍ଷଣ କରି ପାରିବା ସେ ଦିଗରେ ସରକାରଙ୍କୁ ନୁହେଁ ପ୍ରତିଟି ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବ।
ଏକ ସର୍ଭେରୁ ଜଣାପଡ଼ିଛି ଗତ ତିନିଦଶନ୍ଦି ଧରି ଅନେକ ଲୋକ ଶୁଦ୍ଧ ଜଳ ଟୋପାଏ ପାଇ ପାରି ନାହାନ୍ତି।
ଏହା ଏକ ବଡ଼ ସମସ୍ୟା।
ବର୍ଷା ଜଳକୁ କିପରି ସଂରକ୍ଷଣ କରାଯିବ ସେଥିପାଇଁ ଶିକ୍ଷା ନିହାତି ଜରୁରୀ।
ବିସିକେଆଇସିର ସିଇଓ ତଥା କିଟ୍ ଟିବିଆଇର ପରାମର୍ଶଦାତା ଏବଂ କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜି, କିଟ୍ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ନମତ୍ରା ମିଶ୍ର ଏହି ଆଲୋଚନାରେ ଅଂଶ ଗ୍ରହଣ କରି କହିଛନ୍ତି, "ବାୟୁ, ଜଳ ପ୍ରଦୂଷଣ ସମସ୍ୟା ସମାଧାନ ପାଇଁ ବିଭିନ୍ନ ଲକ୍ଷ୍ୟ ରଖାଯାଇ ସେଦିଗରେ କାମ ଚାଲିଛି।
ବିଭିନ୍ନ ସଂସ୍ଥା ସହିତ ବିସିକେଆଇସି ଜଡ଼ିତ ହୋଇ ବିଭିନ୍ନ ପ୍ରକାର ସମାଧାନ ମୂଳକ କାର୍ଯ୍ୟ କରୁଛି।
ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗ ଦେଇ ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ନିଜର ଅଭିଭାଷଣରେ କହିଛନ୍ତି, ପରିବେଶ କୁ ବଞ୍ଚାଇବା ସହ ଶିଳ୍ପ ସମୃଦ୍ଧ ହେବା ଆମ ଲକ୍ଷ୍ୟ ହେବା କଥା।
ଶିଳ୍ପ ଆମକୁ ରୋଜଗାର ଦିଏ।
ଅଭିବୃଦ୍ଧି ଆଣିଦିଏ।
ଶିଳ୍ପ ସମୃଦ୍ଧ ହେବା ଅର୍ଥ ନୁହେଁ ଆମେ ପରିବେଶକୁ ନଷ୍ଟ କରିବା।
ଉଭୟକୁ ସମାନ ଦୃଷ୍ଟିରେ ଧ୍ୟାନ ଦେବା।
ଆଜିର ସମୟରେ ପ୍ରତିଟି ଲୋକ ଦୁଇଚକିଆ ଗାଡ଼ି ବ୍ୟବହାର କରନ୍ତି ...
କିନ୍ତୁ ସେଥିରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ୍ ଗାଡ଼ି କିନ୍ତୁ ଖୁବ୍ କମ୍ ଲୋକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର କରନ୍ତି; ଏପରି ହେଲେ କ୍ଲାଇମେଟ୍ କେମିତି ସୁନ୍ଦର ହେବ?
ଭାରତ ୨୨ ଲକ୍ଷ କୋଟିର ଜୈବଇନ୍ଧନ କିଣୁଛି।
ସବୁଜ ଶକ୍ତିର ବ୍ଯବହାର ଭାରତର ଅର୍ଥ ବଞ୍ଚାଇ ପାରିବ।
ଗଭର୍ଣ୍ଣର ସଚିବାଳୟ ଷ୍ଟାଫଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜିଂ ମାଗଣା କରାଯାଇଛି।
ଏହାଦ୍ୱାରା ସେମାନଙ୍କ ଖର୍ଚ୍ଚ ଶୂନ୍ୟ ହୋଇପାରୁଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେଭଳି ମାଗଣା ଚାର୍ଜିଂ ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟପାଳ କହିଛନ୍ତି।
ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରନ୍ତୁ।
ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍।
ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍।
ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି।
ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍।
ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।
ଦୈନିକ "ସମ୍ବାଦ" ଓ "କନକ ନ୍ୟୁଜ୍"ର ସଂପାଦକ ତନୟା ପଟ୍ଟନାୟକ ନିଜର ସ୍ବାଗତ ଭାଷଣରେ କହିଛନ୍ତି, ପୁନଶ୍ଚ ପୃଥିବୀ ଏବେ ଏକ ଘରୋଇ ନାମ।
୨୦୨୧ରେ ଆରମ୍ଭ ହୋଇଥିବା "ପୁନଶ୍ଚ ପୃଥିବୀ" ଅଭିଯାନ ୨୦୩୬ ଯାଏ ଜାରି ରହିବ।
ଏଥିରେ ଆମକୁ ସବୁ ସ୍ତରରୁ ସମର୍ଥନ ମିଳୁଛି।
ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।
ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।
ପରିବେଶ ଯୋଦ୍ଧାଙ୍କୁ ଆମେ ପ୍ରତିବର୍ଷ ସମ୍ମାନିତ କରୁଛି।
ଓଡ଼ିଶାର ଲୋକଭବନ ହେଉଛି ଭାରତର ଏକମାତ୍ର ଲୋକଭବନ ଯାହାକୁ ଗ୍ରିନ୍ ପ୍ଲାଟିନମ୍ ମିଳିଛି।
ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ।
ଆମେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଲାଇମେଟ୍ ପଞ୍ଚାୟତର ଆୟୋଜନ କରିଛି।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ଓ ସମ୍ବର୍ଦ୍ଧିତ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।