Earth Again Conference 2026: ‘ବିଜ୍ଞାନ କେବଳ ଧଳା କୋଟ୍ ପିନ୍ଧା ପ୍ରୟୋଗଶାଳା ନୁହେଁ’

Oct 04, 2026 - 13:56
Earth Again Conference 2026: ‘ବିଜ୍ଞାନ କେବଳ ଧଳା କୋଟ୍ ପିନ୍ଧା ପ୍ରୟୋଗଶାଳା ନୁହେଁ’

"ଭୁବନେଶ୍ବର: ଯେତେବେଳେ ଆମେ ବିଜ୍ଞାନ କଥା ଚିନ୍ତା କରୁ ପ୍ରାୟତଃ ପ୍ରୟୋଗଶାଳାରେ ଧଳା କୋଟ୍ ପିନ୍ଧିଥିବା ବୈଜ୍ଞାନିକମାନଙ୍କ କଥା ମନକୁ ଆସିଥାଏ।

ସମୟ ସହିତ, ବଡ଼ ତଥ୍ୟ ସେଟ୍ ଆମକୁ ଛୋଟ ଅଧ୍ୟୟନ ଅପେକ୍ଷା ଅଧିକ ଗଭୀର ଏବଂ ସଠିକ୍ ସୂଚନା ପ୍ରଦାନ କରିଥାଏ।

ଅଧିକାଂଶ ସମୟରେ ବୈଜ୍ଞାନିକମାନେ ତଥ୍ୟର ଅଭାବ କିମ୍ବା ସୀମିତ ଅଧ୍ୟୟନ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତ।

ଏହି ସ୍ଥାନରେ ସାଧାରଣ ନାଗରିକମାନେ ଆଗେଇ ଆସି ପ୍ରକୃତି, ବଗିଚା ଏବଂ ବିଭିନ୍ନ ବିଷୟରେ ଫଟୋ କିମ୍ବା ସୂଚନା ସେୟାର୍ କରି ବିଜ୍ଞାନ ଏବଂ ଅନୁସନ୍ଧାନରେ ସହାୟତା କରିଥାନ୍ତି। eBird ଓ iNaturalistର ଏଡିଟର ତଥା ସଂପାଦକ ଅନୁରାଗ ମିଶ୍ର ଏହା କହିଛନ୍ତି।

Advertisment ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ ସମାରୋହରେ ଶ୍ରୀ ମିଶ୍ର କହିଛନ୍ତି, ନାଗରିକମାନେ ଯେତେବେଳେ ବଗିଚା କିମ୍ବା ପ୍ରକୃତି ସମ୍ବନ୍ଧୀୟ ତଥ୍ୟ (ଯେପରିକି ଗଛର ଫଟୋ) ବିଭିନ୍ନ ଆପ୍ଲିକେସନ୍ ଜରିଆରେ ରେକର୍ଡ କରିଥାନ୍ତି।

ତାହା ଏକ ସେଣ୍ଟ୍ରାଲ୍ ଡାଟାବେସ୍‌ରେ ସଞ୍ଚିତ ହୋଇଥାଏ।

ଏହିପରି ବିଶ୍ୱବ୍ୟାପୀ ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ସଂଗୃହିତ ବିରାଟ ତଥ୍ୟ ସେଟ୍ କୁ ବୈଜ୍ଞାନିକମାନେ ସହଜରେ ବ୍ୟବହାର କରିପାରନ୍ତି।

ତାଲିମପ୍ରାପ୍ତ ବୈଜ୍ଞାନିକମାନେ ଏହି ବୃହତ୍ ତଥ୍ୟ ସେଟ୍‌ଗୁଡ଼ିକୁ ଆକ୍ସେସ୍ କରି ସେଥିରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ୟାଟର୍ଣ୍ଣ ଏବଂ ଧାରା ଖୋଜି ବାହାର ଯାହା ପଲିସି ବା ନୀତି ପ୍ରଣୟନରେ ସହାୟକ ହୋଇଥାଏ।

ଏହି ସମସ୍ତ ପ୍ରକ୍ରିୟାକୁ 'ସିଟିଜେନ୍ ସାଇନ୍ସ' ବା ନାଗରିକ ବିଜ୍ଞାନ ଭାବରେ କୁହାଯାଏ।

ଫଟୋରେ "ପୁନଶ୍ଚ ପୃଥିବୀ"ର ଉଦ୍‌ଯାପନୀ ଦିବସ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ଶ୍ରୀ ମିଶ୍ର କହିଛନ୍ତି, ବୈଜ୍ଞାନିକଙ୍କ ସବୁଠାରୁ ବଡ଼ ସମସ୍ୟା "ଡାଟା"ର ଅଭାବ।

କମ୍ ସମୟର ସର୍ଭେ ପରିବର୍ତ୍ତେ ବର୍ଷ ବର୍ଷ ଧରି ବିସ୍ତୃତ ଅଞ୍ଚଳରୁ ମିଳୁଥିବା ବଡ଼ ଧରଣର ଡାଟା ହିଁ ନୂଆ ତଥ୍ୟ ସାମ୍ନାକୁ ଆଣିପାରେ, ଯେଉଁଥିରେ ବୈଜ୍ଞାନିକମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।