31 OCTOBER 2026

Welcome!

Unlock your personalized experience.
Sign Up

Earthquake: ୧୨ ନିଖୋଜଙ୍କୁ ଖୋଜିବାକୁ ଭୁସ୍ଖଳନ ସ୍ଥଳରେ ପହଁଚିଲେ ଏନଡିଆରଏଫ, ଓଡ୍ରାଫ ବାହିନୀ

Oct 31, 2026 - 11:43
Earthquake: ୧୨ ନିଖୋଜଙ୍କୁ ଖୋଜିବାକୁ ଭୁସ୍ଖଳନ ସ୍ଥଳରେ ପହଁଚିଲେ ଏନଡିଆରଏଫ, ଓଡ୍ରାଫ ବାହିନୀ

ଭଞ୍ଜନଗର/ ଘୁ.ଉଦୟଗିରି: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ମୂଷଳଧାରା ଓ ଅବିଶ୍ରାନ୍ତ ବର୍ଷା କନ୍ଧମାଳରେ ବଡ଼ ବିପତ୍ତି ସୃଷ୍ଟି କରିଛି। ଅନେକ ସ୍ଥାନରେ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି। ଗଞ୍ଜାମ ଓ କନ୍ଧମାଳଜିଲ୍ଲା ସୀମାନ୍ତରେ ଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁ ଭୂସ୍ଖଳନରେ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଛି। ସେଠାରେ ରହୁଥିବା ୯ଟି ପରିବାରର ୨୬ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଆଜି ସକାଳୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସଶସ୍ତ୍ର ଏସଓଜି ବାହିନୀ ସହ ଓଡ଼୍ରାଫ୍, ଏନଡିଆରଏଫ,ଦମକଳ ବାହିନୀ ଉଦ୍ଧାରକାରୀ ଟିମରେ ସାମିଲ ହୋଇଛନ୍ତି। ଉଭୟ ଜିଲ୍ଲାର ପ୍ରଶାସନିକ ଟିମ୍ ସହ ଭଞ୍ଜନଗର ବିଧାୟକ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଉଛି |

ଆହୁରି ପଢନ୍ତୁ: Box office: ବକ୍ସ ଅଫିସ୍‌ରେ ଫ୍ଲପ୍ ସତ୍ତ୍ୱେ ରେକର୍ଡ! ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡାଙ୍କ 'ରଣବଳୀ'

ଅନ୍ୟ ପଟେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ରାତି ତମାମ କିଲାପାଙ୍ଗା ସ୍କୁଲ ରେ ରହି ତଦାରଖ କରୁଥିବା ବେଳେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର,ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର ଏବଂ ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଉପସ୍ଥିତ ଥିଲେ।ସକାଳୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶାଙ୍କର ବେହେରା ଏବଂ ବିଧାୟକ ପ୍ରଦ୍ୟୁମ୍ନ ନାୟକ ସିପାଏଜୁ ଗାଁରେ ପହଞ୍ଚିଛନ୍ତି।ସିପେଏଜୁ ଗାଁ  ପାହାଡ଼ ତଳେ ମେଡ଼ିକାଲ ଟିମ,ଅଗ୍ନିଶମ ଟିମ,ଏବଂ ପୁଲିସ ଫୋର୍ସ ସଜାଗ ହୋଇ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।