ECINet: ଇସିଆଇନେଟ୍ ବାତିଲ କରିବାକୁ କହିଲେ ଥରୁର୍
"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କୁ ନୂଆ ଭୋଟର ଯୋଡ଼ିବା ଓ ନାମ କାଟିବା ସମ୍ପର୍କିତ ପଦକ୍ଷେପ ବିଷୟରେ ଅବଗତ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଉଠିବାର ଦିନକ ପରେ ନିର୍ବାଚନ କମିସନଙ୍କ ସଫ୍ଟୱେର୍ ଇସିଆଇନେଟ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି।
କଂଗ୍ରେସ ସାଂସଦ ଶଶୀ ଥରୁର୍ ଏହାକୁ ବାତିଲ କରିବାକୁ ଆହ୍ବାନ ଦେଇଛନ୍ତି।Advertisment ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ସମୟରେ ଭୋଟରମାନେ ଇସିଆଇନେଟ୍ ମାଧ୍ୟମରେ ଫର୍ମ ଓ ଆବଶ୍ୟକ ଦଲିଲ ଦାଖଲ କରିଥିଲେ।
ପରେ ନିର୍ବାଚନ ଅଧିକାରୀମାନେ ଏହାକୁ ବ୍ୟବହାର କରିଥିଲେ।
ନିର୍ବାଚନ କମିସନ ଚଳିତ ବର୍ଷ ଜାନୁଆରିରେ ଏହି ଆପ୍ ଆରମ୍ଭ କରିଥିଲେ।
ଏହାର ବେଟା ସଂସ୍କରଣ ଗତ ନଭେମ୍ବରରେ ବିହାର ନିର୍ବାଚନ ସମୟରେ ପରୀକ୍ଷା କରାଯାଇଥିଲା।
ସାଧାରଣ ଲୋକଙ୍କୁ ନିର୍ବାଚନ ଫଳାଫଳର ତତ୍କ୍ଷଣାତ୍ ଅପଡେଟ୍ ଦେବା ସହ ଇସିଆଇନେଟ୍ ୱେବସାଇଟ୍ ଓ ଆପ୍ ନିର୍ବାଚନ ଅଧିକାରୀମାନଙ୍କ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ।
ସାତ ଦିନ ମଧ୍ୟରେ ୮ ଥର ଚିଠି ଗୁରୁବାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଇସିଆଇନେଟ୍ର କେନ୍ଦ୍ରୀକରଣ ଏବଂ ରାଜ୍ୟସ୍ତରରେ ଅଧିକାରୀମାନଙ୍କ ଭୂମିକା କମାଇବା ନେଇ ଯେଉଁ ଚେତାବନୀ ଦେଇଥିଲେ, ଗୋଆରେ ସେହି ସମସ୍ୟା ଦେଖାଦେଇଥିବା ଦାବି କରାଯାଇଛି।
ଗୋଆରେ ମାମଲାଟି ଅଧିକ ଗୁରୁତର ହେବାର କାରଣ ହେଉଛି, ସେଠାରେ ଭୋଟର ତାଲିକାରୁ ନାମ ବାଦ ପଡ଼ିବାର ପ୍ରଭାବ କେବଳ ଭୋଟ ଦେବାର ଅଧିକାର ହରାଇବାରେ ସୀମିତ ନୁହେଁ।
ଗୋଆର କେତେକ ସରକାରୀ ଯୋଜନାରେ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଭୋଟର ତାଲିକାକୁ ବ୍ୟବହାର କରାଯାଏ।
ଗୋଆ ମେଡିକ୍ଲେମ୍ ଯୋଜନାରେ ଡାଏଲିସିସ୍, ଏଞ୍ଜିଓପ୍ଲାଷ୍ଟି, ହୃଦ୍ ଅସ୍ତ୍ରୋପଚାର, ଅଙ୍ଗ ପ୍ରତିରୋପଣ ଓ କେମୋଥେରାପି ଭଳି ଚିକିତ୍ସା ପାଇଁ ସହାୟତା ଦିଆଯାଏ।
ଏହି ଯୋଜନାର ଲାଭ ପାଇବାକୁ ରାଜ୍ୟର ଭୋଟର ହେବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁସାରେ, ଗୋଆର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର ଚାରି ଦିନ ପୂର୍ବରୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲ୍ଲୀସ୍ଥିତ ନିର୍ବାଚନ କମିସନଙ୍କୁ ସାତ ଦିନ ମଧ୍ୟରେ ୮ ଥର ଚିଠି ଲେଖିଥିଲେ।
ଇମେଲ୍ ସହିତ ୯୭ ଜଣ ଭୋଟରଙ୍କ ତାଲିକା ସଂଲଗ୍ନ କରାଯାଇଥିଲା।
ସ୍ଥାନୀୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ) ଏହି ଭୋଟରମାନଙ୍କ ଶୁଣାଣି ଓ ଯାଞ୍ଚ କରି ସେମାନଙ୍କୁ ଯୋଗ୍ୟ ବୋଲି ନିଷ୍ପତ୍ତି ନେଇଥିଲେ।
ତେଣୁ ପୂର୍ବରୁ ସେମାନଙ୍କ ନାମ କାଟିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଇମେଲ୍ରେ କୁହାଯାଇଥିଲା।
କିନ୍ତୁ ରିପୋର୍ଟ ଅନୁସାରେ, ଇଆର୍ଓମାନେ ଇସିଆଇନେଟ୍ ସଫ୍ଟୱେର୍ ମାଧ୍ୟମରେ ଏହି ନିଷ୍ପତ୍ତି ବଦଳାଇ ପାରିନଥିଲେ।
ଏଥିପାଇଁ ଆବଶ୍ୟକ ଅନୁମତି ଦିଲ୍ଲୀରୁ ନିୟନ୍ତ୍ରିତ ହେଉଥିଲା।
ଏହି ରିପୋର୍ଟକୁ କଂଗ୍ରେସ ସାଂସଦ ଶଶୀ ଥରୁର୍ "ଅତ୍ୟନ୍ତ ଗୁରୁତର" ବୋଲି କହିଛନ୍ତି।
ଏକ୍ସରେ ପୋଷ୍ଟ୍ କରି ଥରୁର୍ କହିଛନ୍ତି, ଏହି ଘଟଣା ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ସହ ଜଡ଼ିତ।
ଏହା ଡାଏଲିସିସ୍ଠାରୁ ଆରମ୍ଭ କରି ଅଙ୍ଗ ପ୍ରତିରୋପଣ ପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ସୁବିଧାରୁ ମଧ୍ୟ ଲୋକଙ୍କୁ ବଞ୍ଚିତ କରିପାରେ।
ଏଥିପାଇଁ ନିର୍ବାଚନ କମିସନ ପ୍ରଭାବିତ ନାଗରିକ ଓ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।
ଏଥିସହ ଇସିଆଇନେଟ୍କୁ ବାତିଲ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସିଏନ୍ଏନ୍, ଏମ୍ଏସ୍ ନାଓ ଓ ପଲିଟିକୋକୁ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।