Edible Oil Prices May Fall Soon: ଖାଇବା ତେଲ ଦର କମିବ, ସରକାର ନେଲେ ବଡ଼ ପଦକ୍ଷେପ

Sep 24, 2026 - 19:56
Edible Oil Prices May Fall Soon: ଖାଇବା ତେଲ ଦର କମିବ, ସରକାର ନେଲେ ବଡ଼ ପଦକ୍ଷେପ

କମିବ ଖାଇବା ତେଲ ଦର । ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଆମଦାନୀ ହେଉଥିବା ପ୍ରମୁଖ କଞ୍ଚା ଖାଇବା ତେଲ ଉପରେ ବେସିକ୍ କଷ୍ଟମ୍ସ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର ।

ସନଫ୍ଲାୱର ତେଲ ଉପରେ ଶୁଳ୍କ ୧୦ ପ୍ରତିଶତରୁ ଶୂନକୁ ହ୍ରାସ ପାଇଛି । ସେହିପରି ସୋୟାବିନ୍ ଓ ପାମ୍ ତେଲ ଉପରେ ଶୁଳ୍କ ୧୦ରୁ ୫ ପ୍ରତିଶତକୁ କମିଛି । ଏହାର ପ୍ରଭାବରେ ଆମଦାନୀ ଖର୍ଚ୍ଚ କମିବା ସହ ଖାଇବା ତେଲର ଖୁଚୁରା ଦର ମଧ୍ୟ କମିବା ଆଶା କରାଯାଉଛି ।

ଗ୍ରାହକଙ୍କୁ ଏହି ଲାଭ ତୁରନ୍ତ ଦେବାକୁ ତେଲ କମ୍ପାନୀ ଓ ଶିଳ୍ପ ସଂଗଠନଗୁଡ଼ିକୁ ସରକାର ପରାମର୍ଶ ଦେଇଛନ୍ତି । ଲ୍ୟାଣ୍ଡେଡ୍ କଷ୍ଟ କମିଥିବା ଅନୁସାରେ ଡିଲର ଦର ଓ MRP ସଂଶୋଧନ କରିବାକୁ କୁହାଯାଇଛି । ଅନ୍ତର୍ଜାତୀୟ ଓ ଘରୋଇ ବଜାର ଦର ଉପରେ ସରକାର ନଜର ରଖିବ ବୋଲି କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।