Editorial: ଆତ୍ମ-ବିନାଶ!

Sep 17, 2026 - 08:42
Editorial: ଆତ୍ମ-ବିନାଶ!

"ଯେହେତୁ ଏଇ ଦୌଡ଼ରେ ସାମିଲ ଧାବକମାନେ ଆତ୍ମନିୟନ୍ତ୍ରଣ କାର୍ଯ୍ୟକାରୀ କରିବାର ସମ୍ଭାବନା ନାହିଁ, ସେମାନଙ୍କୁ ସଂଯତ କରିବା ପାଇଁ ବାହ୍ୟ ନିୟନ୍ତ୍ରଣର ପ୍ରୟୋଗ ହେଉଛି ଏକମାତ୍ର ଉପାୟ।

ଆମୋଡେଇ ତେଣୁ ଶକ୍ତିଶାଳୀ "ଏଆଇ" ମଡେଲମାନଙ୍କର ବାହ୍ୟ ବିଶେଷଜ୍ଞମାନଙ୍କ ଦ୍ବାରା ଯାଞ୍ଚ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ତାଙ୍କ ପ୍ରସ୍ତାବ ଅନୁସାରେ ଏଭଳି ମଡେଲମାନଙ୍କୁ ବ୍ୟବହାର ନିମିତ୍ତ ଉପଲବ୍‌ଧ କରାଯିବା ପୂର୍ବରୁ ବାହ୍ୟ ବିଶେଷଜ୍ଞମାନଙ୍କ ଦ୍ବାରା ସେଗୁଡ଼ିକର ଟିକିନିଖି ଯାଞ୍ଚ କରାଯିବା ଆବଶ୍ୟକ।Advertisment Vikram: ପୁଣି ଗିରଫ ହେବେ ବିକ୍ରମ!

ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି ପ୍ରଳୟ ସନ୍ନିକଟ।

ମାଳିକାରୁ ମାୟାନ୍ କ୍ୟାଲେଣ୍ଡର୍ ପର୍ଯ୍ୟନ୍ତ, ହ୍ୟାଲିଙ୍କ ଧୂମକେତୁରୁ "ୱାଇ୨କେ" ସଂକଟ ପର୍ଯ୍ୟନ୍ତ ଇତିହାସ ସାରା ଆମେ ନିୟମିତ ଭାବରେ ବିଭିନ୍ନ ସମୟରେ ସୃଷ୍ଟିର ବିଲୟ ଆସନ୍ନ ବୋଲି ଭବିଷ୍ୟବାଣୀ ଓ ସତର୍କ ସୂଚନା ଶୁଣି ଆସିଛୁ।

ଏଇ ଧାରାର ଏକ ସଦ୍ୟତମ ପରିପ୍ରକାଶ ସ୍ବରୂପ ପ୍ରାୟ ସପ୍ତାହକ ତଳେ ଲାଗ ଲାଗ ଏପରି ଦୁଇ ଜଣଙ୍କ ତୁଣ୍ଡରୁ ଏକ ଅନୁରୂପ ଆଶଙ୍କା ପ୍ରକାଶ ପାଇଛି, ଯାହା ପୃଥିବୀବାସୀଙ୍କୁ ଏଇ ସତର୍କ ସୂଚନାକୁ ଗୁରୁତ୍ବର ସହିତ ବିଚାର କରିବାକୁ ବାଧ୍ୟ କରିଛି।ସଂପ୍ରତି କୃତ୍ରିମ ବୁଦ୍ଧିମତ୍ତା ବା "ଏଆଇ"ର ବିସ୍ଫୋରକ ଆବିର୍ଭାବ ଓ ଅପ୍ରତିହତ ପ୍ରସାର ଘଟିବାକୁ ଆରମ୍ଭ କରିବା ପରେ ତାହା ଅବଲୀଳାକ୍ରମେ ମନୁଷ୍ୟର ନିୟନ୍ତ୍ରଣରୁ ମୁକ୍ତ ହୋଇଯାଇ ମନୁଷ୍ୟ ଜାତି ପାଇଁ ବିଭିନ୍ନ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇ ଚାଲିଥିଲା, ତାହାକୁ ସ୍ବୀକୃତି ପ୍ରଦାନ କଲାଭଳି ଏକ ମନ୍ତବ୍ୟ ପ୍ରଦାନ କରି ୯ ସେପ୍‌ଟେମ୍ବର ଦିନ ଜେକବ୍ କକ୍ସନ୍ ନାମକ ଅଗ୍ରଣୀ "ଏଆଇ" କଂପାନି "ଆନ୍ଥ୍ରୋପିକ୍"ର ୨୭ ବର୍ଷୀୟ ଯୁବ ଗବେଷକ ନିଜର ଲୋଭନୀୟ ଚାକିରିରୁ ଇସ୍ତଫା ପ୍ରଦାନ କରିଦେଇଛନ୍ତି।ଏଥିପୂର୍ବରୁ କକ୍ସନ୍ ଅନ୍ୟ ଏକ ଅଗ୍ରଣୀ ଏଆଇ କଂପାନି "ଓପନ୍ ଏଆଇ"ରେ ନିଯୁକ୍ତ ଥିଲେ ଏବଂ ଉଭୟ କଂପାନିରେ ମିଶି ମୋଟ ପ୍ରାୟ ତିନି ବର୍ଷର କାର୍ଯ୍ୟ ଅନୁଭୂତି ସଂଗ୍ରହ କରିସାରିଥିଲେ।

ସେ ତାଙ୍କର ଇସ୍ତଫା ପ୍ରଦାନର ଯେଉଁ କାରଣ ଦର୍ଶାଇଛନ୍ତି, ତାହା ହେଲା ସେ ଏଇ କଂପାନିମାନଙ୍କର କାର୍ଯ୍ୟରେ ଆବିଷ୍କାର କରିଥିବା ଆତ୍ମ-ବିନାଶକାରୀ ଗତିପଥ।

କକ୍ସନ୍ ପ୍ରକାଶ କରିଛନ୍ତି ଯେ ଏଇ କଂପାନିମାନଙ୍କରେ କାର୍ଯ୍ୟରତ ବୈଜ୍ଞାନିକ ଓ ଗବେଷକମାନେ ନିଜେ ନିଜକୁ ବିକଶିତ କରିବାର ସାମର୍ଥ୍ୟ ବହନ କରୁଥିବା "ଏଆଇ ସୁପର୍ ଇଣ୍ଟେଲିଜେନ୍‌ସ" ସୃଷ୍ଟି କରିବା ଦିଗରେ ଦ୍ରୁତ ବେଗରେ ଆଗେଇବାରେ ଲାଗିଛନ୍ତି ଏବଂ ସେମାନେ ମଧ୍ୟ ବିଶ୍ବାସ କରନ୍ତି ଯେ ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଏଇ "ସୁପର୍ ଇଣ୍ଟେଲିଜେଣ୍ଟ ଏଆଇ" ଦ୍ବାରା ସମଗ୍ର ମାନବ ଜାତିର ସଂପୂର୍ଣ୍ଣ ବିନାଶ ସାଧିତ ହେବାକୁ ଯାଉଛି।ଏହାର ଠିକ୍ ପରଦିନ "ଆନ୍ଥ୍ରୋପିକ୍" ତରଫରୁ ସେମାନଙ୍କ ଦ୍ବାରା କରାଯାଇଥିବା ଏକ ଗୋପନୀୟ ସମ୍ଭାବ୍ୟ ବିପଦ ଆକଳନ ସଂପର୍କିତ ରିପୋର୍ଟ ପ୍ରକାଶ ପାଇଲା, ଯେଉଁଥିରେ ସେଇ କଂପାନି ପ୍ରତିହତ କରିଥିବା "ଏଆଇ" ଦ୍ବାରା ହୋଇଥିବା ୩୮ଟି ଦୁରୁପଯୋଗ ଉଦ୍ୟମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା।

ସାଇବର୍ ଆକ୍ରମଣରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଓ ଜୈବ ଆୟୁଧ ନିର୍ମାଣ ପର୍ଯ୍ୟନ୍ତ ଏଇ ପ୍ରଳୟଙ୍କରୀ ତାଲିକାରେ ଅନ୍ତର୍ଭୁକ୍ତ ଥିଲା।

ଏହାର ଦୁଇ ଦିନ ପରେ "ଆନ୍ଥ୍ରୋପିକ୍"ର ମୁଖ୍ୟ ଡାରିଓ ଆମୋଡେଇ ନିଜର ଏକ ୩,୮୦୦ ଶବ୍ଦବିଶିଷ୍ଟ ରଚନା ପ୍ରକାଶ କଲେ, ଯେଉଁଥିରେ ସେ "ଏଆଇ" ବିପଦ ସଂପର୍କରେ ସତର୍କଘଣ୍ଟି ବଜାଇବା ସହିତ ଏହାକୁ ପ୍ରତିହତ କରିବା ପାଇଁ ନିୟମିତ ନିରୀକ୍ଷଣ ସହିତ "ଏଅାଇ"ର ଅଗ୍ରଗତିକୁ ଲଗାମ ଦିଆଯିବା ନିମିତ୍ତ ଆହ୍ବାନ ଦେଇଥିଲେ।

ଆମୋଡେଇ ସେଥିରେ ଯେଉଁ ଏକ ଭୟାନକ ସମ୍ଭାବନା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ତାହା ହେଲା ଦୁଷ୍ଟ "ସୁପର୍ ଇଣ୍ଟେଲିଜେଣ୍ଟ ଏଆଇ ଏଜେଣ୍ଟ"ମାନେ ପରସ୍ପର ମଧ୍ୟରେ ଯୋଗାଯୋଗ କରି ମନୁଷ୍ୟ ସମାଜ ତିଷ୍ଠି ରହିବା ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଥିବା ଅନୁଷ୍ଠାନମାନ - ବ୍ୟାଙ୍କ୍‌ରୁ ହସ୍‌ପିଟାଲ, ଶକ୍ତି ଉତ୍ପାଦନ ଓ ବିତରଣ କେନ୍ଦ୍ର ଆଦି ପର୍ଯ୍ୟନ୍ତ - ଙ୍କୁ ଦଖଲ କରି ସେଗୁଡ଼ିକୁ ଅଚଳ କରିଦେବା।ଏହା ଯଦି କାହାକୁ କପୋଳକଳ୍ପିତ ମନେ ହେଉଥାଏ, ସେମାନଙ୍କୁ ବାସ୍ତବତାର ସମ୍ମୁଖୀନ ହେବାରେ ସହାୟକ ହେବ "ସୁପର୍ ଇଣ୍ଟେଲିଜେଣ୍ଟ ଏଆଇ" ଦ୍ବାରା ହାସଲ ହୋଇଥିବା ଏକ ଚମକପ୍ରଦ ସଫଳତା ସମ୍ବନ୍ଧରେ ସଦ୍ୟ ପ୍ରକାଶିତ ଏକ ସୂଚନା।

ଏହା ଅନୁସାରେ ବିଗତ ୯୦ ବର୍ଷ ଧରି ସମାହିତ ହୋଇପାରୁ ନ ଥିବା ଗଣିତର ଯେଉଁ ସାତଟି ତଥାକଥିତ "ମିଲେନିଅମ ପ୍ରାଇଜ ପ୍ରବ୍‌ଲେମ୍" ପିଢ଼ି ପରେ ପିଢ଼ି ତୀକ୍ଷ୍‌ଣ ଧୀ-ସଂପନ୍ନ ମାନବ ଗଣିତଜ୍ଞମାନଙ୍କୁ ଏ ପର୍ଯ୍ୟନ୍ତ ହତାଶ କରିଆସୁଥିଲେ, ସେଥିମଧ୍ୟରୁ ଗୋଟିଏ- "ନେଭିଅର୍-ଷ୍ଟୋକ୍‌ସ" ପ୍ର‌ବ୍‌ଲେମ୍‌ର ସମାଧାନ ଏବେ "ଓପନ୍ ଏଆଇ" କଂପାନିର "ଏଆଇ ଏଜେଣ୍ଟ"ମାନଙ୍କର ମିଳିତ ଉଦ୍ୟମ ଦ୍ବାରା ସମ୍ଭବ ହୋଇପାରିଛି।ଏସବୁ ଦେଖି ମନେ ହେଉଛି ଯେ ଶିବ ଭସ୍ମାସୁରକୁ ସଂସାର ଭସ୍ମ କରିବାର ଶକ୍ତି ପ୍ରଦାନ କରିଥିବା ଭଳି ମନୁଷ୍ୟ "ଏଆଇ"କୁ ପ୍ରଳୟ ଘଟାଇବାର ଶକ୍ତି ପ୍ରଦାନ କରିଛି।

କିନ୍ତୁ ଏଥିସହିତ ଅନେକଙ୍କ ମନରେ ଅନ୍ୟ ଏକ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି: ଏହି "ଏଆଇ" ରୂପକ ଭସ୍ମାସୁରକୁ ସୃଷ୍ଟି କରିବା ପରେ ଏବେ ହଠାତ୍ ତା"ର ସ୍ରଷ୍ଟାମାନେ କାହିଁକି ତାହାର ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ସତର୍କ ସୂଚନା ପ୍ରସାର କରିବା ଆରମ୍ଭ କରିଦେଇଛନ୍ତି?

Maoist: ପୁଲିସ କବଜାରେ ଟପ ମାଓ ନେତା ସର୍ବେଶ ଓରଫ ମଙ୍ଗୁ!

ସନ୍ଦେହୀମାନେ ଏଇ ପରିପ୍ରେକ୍ଷୀରେ "ଏଆଇ" ପ୍ରତିଯୋଗିତା ଯୋଗୁଁ ଏ କ୍ଷେତ୍ରରେ ଅଗ୍ରଣୀ କଂପାନିମାନଙ୍କ ପାଇଁ ସୃଷ୍ଟି ହୋଇ ଚାଲିଥିବା ଅତି ବିଶାଳ ଋଣବୋଝ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।

ଉଦାହରଣ ସ୍ବରୂପ ୨୦୨୦ରୁ ୨୦୨୪ ମଧ୍ୟରେ ଏ କ୍ଷେତ୍ରରେ ସକ୍ରିୟ ଥିବା ପାଞ୍ଚଟି ଛାମୁଅଁା କଂପାନି ନିଜ ନିଜର ସଂପ୍ରସାରଣ ପାଇଁ ‌େଯଉଁ ଆଖିବୁଜା ଋଣ ସଂଗ୍ରହ କରିଚାଲିଛନ୍ତି, ୨୦୨୬ରେ ତାହା ବର୍ତ୍ତମାନ ସୁଦ୍ଧା ମୋଟ ପ୍ରାୟ ୧୭୦ ବିଲିଅନ୍ ଡଲାର ଛୁଇଁ ସାରିଲାଣି।

କିନ୍ତୁ ଏଥିସତ୍ତ୍ବେ କେହି ଏଇ ଦୌଡ଼ରୁ ଓହରିଯିବା ପାଇଁ ପ୍ରସ୍ତୁତ ନୁହନ୍ତି- କାରଣ ସେମାନଙ୍କର ସଫଳତା ହିଁ ସେମାନଙ୍କ ପାଖକୁ ଋଣଦାତା ଓ ନିବେଶକମାନଙ୍କୁ ଆକର୍ଷିତ କରିଥାଏ।

ସେମାନଙ୍କୁ ତେଣୁ ତିଷ୍ଠି ରହିବାକୁ ହେଲେ ଅବିରାମ ଦୌଡ଼ି ଚାଲିବାକୁ ହେବ, ପିଲାଙ୍କ କାହାଣୀର ସେଇ "ଵଣ୍ଡରଲ୍ୟାଣ୍ଡ"ରେ ଆଲିସ ଆବିଷ୍କାର କରିଥିବା ଭଳି। "ଏଆଇ" କ୍ଷେତ୍ରରେ ଏଇ ପ୍ରତିଯୋଗୀମାନେ ତେଣୁ କେବେହେଲେ ଅାପଣାଛାଏଁ ନିଜ ଗତିକୁ ଶିଥିଳ କରିବେ ନାହିଁ କିମ୍ବା ନିଜ କାର୍ଯ୍ୟରେ ଲଗାମ ଦେବେ ନାହିଁ- ସେଇଥିପାଇଁ ଅତିଷ୍ଠ ହୋଇ ଯୁବ ଗବେଷକ କକ୍ସନ୍ ଇସ୍ତଫା ଦେଇ ପଳାୟନ କରିଛନ୍ତି।ତା"‌ ହେଲେ ପ୍ରଳୟ କ"ଣ ସୁନିଶ୍ଚିତ?

ଏଇ ପୃଷ୍ଠଭୂମିରେ ଆମୋଡେଇ ତାଙ୍କର ସୁଦୀର୍ଘ ସନ୍ଦର୍ଭରେ ଉପସ୍ଥାପିତ କରିଥିବା ଏକ ପ୍ରସ୍ତାବ ଆମ ପାଇଁ ଏଥିରୁ ଉଦ୍ଧାର ପାଇବାର ଏକ କ୍ଷୀଣ ସମ୍ଭାବନା ସୃଷ୍ଟି କରିଥାଏ।

ଯେହେତୁ ଏଇ ଦୌଡ଼ରେ ସାମିଲ ଧାବକମାନେ ଆତ୍ମନିୟନ୍ତ୍ରଣ କାର୍ଯ୍ୟକାରୀ କରିବାର ସମ୍ଭାବନା ନାହିଁ, ସେମାନଙ୍କୁ ସଂଯତ କରିବା ପାଇଁ ବାହ୍ୟ ନିୟନ୍ତ୍ରଣର ପ୍ରୟୋଗ ହେଉଛି ଏକମାତ୍ର ଉପାୟ।

ଆମୋଡେଇ ତେଣୁ ଶକ୍ତିଶାଳୀ "ଏଆଇ" ମଡେଲମାନଙ୍କର ବାହ୍ୟ ବିଶେଷଜ୍ଞମାନଙ୍କ ଦ୍ବାରା ଯାଞ୍ଚ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ତାଙ୍କ ପ୍ରସ୍ତାବ ଅନୁସାରେ ଏଭଳି ମଡେଲମାନଙ୍କୁ ବ୍ୟବହାର ନିମିତ୍ତ ଉପଲବ୍‌ଧ କରାଯିବା ପୂର୍ବରୁ ବାହ୍ୟ ବିଶେଷଜ୍ଞମାନଙ୍କ ଦ୍ବାରା ସେଗୁଡ଼ିକର ଟିକିନିଖି ଯାଞ୍ଚ କରାଯିବା ଆବଶ୍ୟକ।

ସେମାନେ ତାହାର ବିପଜ୍ଜନକ ଦୁରୁପଯୋଗ ସମ୍ଭାବନା ଯାଞ୍ଚ କରିବା ସହିତ ଏହାକୁ ପ୍ରତିହତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାର ଉପସ୍ଥିତି ମଧ୍ୟ କଡ଼ାକଡ଼ି ଭାବରେ ଯାଞ୍ଚ କରିବା ପରେ ଅନୁମୋଦନ ପ୍ରଦାନ କଲେ ଯାଇ ତାହା ବ୍ୟବହୃତ ହୋଇପାରିବ।କିନ୍ତୁ କହିବା ବାହୁଲ୍ୟ, ଏହା କାର୍ଯ୍ୟକାରୀ ହେବା ପାଇଁ ସହମତି ଆବଶ୍ୟକ ଏବଂ ତାହା ଯେ ସହଜ ନୁହେଁ, ଏହା ସୂଚାଇବା ଅନାବଶ୍ୟକ।

ଉଦାହରଣ ସ୍ବରୂପ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ "ଏଆଇ" ପ୍ରତି ଏଭଳି ଭୟକୁ ସଂପୂର୍ଣ୍ଣ ଅମୂଳକ ବୋଲି ଘୋଷଣା କରିସାରିଲେଣି।

ବର୍ତ୍ତମାନ ତେଣୁ ପ୍ରାର୍ଥନା ଆମର ଏକମାତ୍ର ଭରସା କହିଲେ ଅତ୍ୟୁକ୍ତି ହେବ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।