Education: ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍‌ରେ ବ୍ୟାପକ ତ୍ରୁଟି; ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

Sep 11, 2026 - 08:18
Education: ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍‌ରେ ବ୍ୟାପକ ତ୍ରୁଟି; ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

"ରାଉରକେଲା: ଓଡ଼ିଶା ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍‌ (ଓଏସ୍‌ଏସ୍‌ପି)ରେ ବ୍ୟାପକ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଛି।

ଯଦ୍ବାରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସହଶ୍ରାଧିକ ଛାତ୍ରଛାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଓଏସ୍‌ଏସ୍‌ପି ପୋର୍ଟାଲ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ସ୍କୋଲାର୍‌ସିପ୍‌ ପାଇଁ ଆବେଦନ କରିଥାନ୍ତି।Advertisment ପ୍ରାକ୍-ମାଟ୍ରିକ (ନବମ ଓ ଦଶମ) ଓ ପୋଷ୍ଟ୍‌-ମାଟ୍ରିକ (ଯୁକ୍ତ ୨, ଯୁକ୍ତ ୩, ଓ ପିଜି) ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ ଯୋଗ୍ୟ।

କିନ୍ତୁ ଆବେଦନ ପ୍ରକ୍ରିୟାବେଳେ ବୈଷୟିକ ସମସ୍ୟା, ଛାତ୍ରଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି।

ଏନେଇ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଉପଶାସନ ସଚିବଙ୍କୁ ଏକ ଚିଠି ଲେଖି ଅବଗତ କରାଇଥିବା ଜଣାପଡ଼ିଛି।

ଚିଠି ଅନୁଯାୟୀ, ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ନିକଟରେ ଆରମ୍ଭ ହୋଇଥିବା "ଜ୍ଞାନୋଦୟ" ଯୋଜନାରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜିସ୍ତରର ନାମଲେଖା ଫି" ଛାଡ଼ କରାଯାଇଛି।

କିନ୍ତୁ ଅନ୍ୟାନ୍ୟ ଆନୁଷଙ୍ଗିକ ଫି" ସମ୍ପର୍କରେ ସରକାରୀ ନିର୍ଦ୍ଦେଶନାମାରେ ସ୍ପଷ୍ଟତା ନଥିବାରୁ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିଜ ଇଚ୍ଛା ମୁତାବକ ଭିନ୍ନ ଭିନ୍ନ ଫି" ଢାଞ୍ଚା ଅପଲୋଡ୍ କରିଛନ୍ତି।

ଏହାଦ୍ବାରା ବୃତ୍ତି ମଞ୍ଜୁର କରୁଥିବା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ପ୍ରକୃତ କୋର୍ସ୍‌ ଫି" ଚିହ୍ନଟ କରିବାରେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଅପରପଟରେ ଅନ୍‌ଲାଇନ୍ ଆବେଦନ ସମୟରେ ପୋର୍ଟାଲ୍‌ରେ ଏକାଧିକ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି।

ବିଶେଷକରି ଏନ୍‌ପିସିଆଇ ସର୍ଭର୍‌ କାମ କରୁନଥିବାରୁ ବାରମ୍ବାର "ସର୍ଭିସ ନଟ୍ ଅପରେସନାଲ୍‌" ମେସେଜ୍ ଆସୁଛି।

ଏହାସହ ନର୍ସିଂ ଭଳି କେତେକ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀ ପୂର୍ବ ପରୀକ୍ଷାର ସୂଚନା ଦେଇନପାରି ଆବେଦନରୁ ବଞ୍ଚିତ ହେଉଛନ୍ତି।

ଇ-ଡିଷ୍ଟ୍ରିକ୍ଟ ସର୍ଭର୍‌ ଜନିତ ସମସ୍ୟା ଯୋଗୁ ଜାତି ଓ ଆୟ ପ୍ରମାଣପତ୍ର ମଧ୍ୟ ଯାଞ୍ଚ ହୋଇପାରୁନାହିଁ।

ପ୍ରାକ୍-ମାଟ୍ରିକ ଆବେଦନ କ୍ଷେତ୍ରରେ, ଆଧାରକାର୍ଡ୍‌ରେ ପିତାମାତାଙ୍କ ସମାନ ମୋବାଇଲ୍ ନମ୍ବର ଲିଙ୍କ୍ ଥିବାରୁ ମୋବାଇଲ୍ ନମ୍ବର ଅନ୍ୟ ଆବେଦନକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଦର୍ଶାଉଛି, ଯାହା ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ବାଧା ସାଜିଛି।

ଏମିତିକି କେତେକ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ତାଲିକା ମଧ୍ୟ ପୋର୍ଟାଲ୍‌ରେ ଦେଖାଯାଉନାହିଁ।

ଏହିସବୁ ଜଟିଳ ସମସ୍ୟାର ତୁରନ୍ତ ସମାଧାନ କରି ସ୍କୋଲର୍‌ସିପ୍‌ ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ତ୍ବରିତ କରିବାକୁ ଦାବି ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।