Education: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସ ମାମଲାରେ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

Sep 02, 2026 - 19:25
Education: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସ ମାମଲାରେ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

"କଟକ: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସ ଗୁଡିକରେ ଅନ୍ତେବାସୀମାନେ ପ୍ରତିଦିନ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଛାତ୍ରାବାସ ଗୁଡ଼ିକରେ ଗତ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ଏପରି ସମସ୍ୟା ଲାଗି ରହିଛି।

ପୁଣି କ୍ୟାମ୍ପସରେ ଥିବା ଦୁଇଟି କ୍ୟାଣ୍ଟିନରୁ ଗୋଟିଏ (ସେଣ୍ଟ୍ରାଲ କ୍ୟାଣ୍ଟିନ) ବହୁତ ଦିନ ହେଲାଣି ଅଚଳ ଅବସ୍ଥ‌‌ରେ ରହିଛି।

ତେଣୁ ହଷ୍ଟେଲରେ ରହି ବିଶ୍ବବିଦ୍ୟାଳୟ‌ରେ ପାଠ ପଢୁଥିବା ଛାତ୍ରମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment ଛାତ୍ରଙ୍କର ଖାଦ୍ୟ ସଂକ୍ରାନ୍ତରେ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ ନେଇ ଉତ୍କଳ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଦାୟର କରିଥିବା ଆବେଦନକୁ ଓଡିଶା ମାନବ ଅଧିକାର କମିସନ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ମାମଲାକୁ ବିଚାରକୁ ନେଇ କମିସନ ରିପୋର୍ଟ ତଲବ କରିଛନ୍ତି।

ପରବର୍ତ୍ତୀ ତାରିଖ ସୁଦ୍ଧା ତଥ୍ୟ ଭିତ୍ତିକ ବାସ୍ତବ ସ୍ଥିତି ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟ ରେଜିଷ୍ଟଆରଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

କମିସନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ନଭେମ୍ବର ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ ଅଭିଯାନ: ଶନିବାର ପେଟ୍ରୋଲ, ଡିଜେଲ୍‌ ଗାଡ଼ିକୁ ନା ଏଠାରେ ଉଲ୍ଲେଖ ଯୋଗ୍ୟ ଶ୍ରୀ ଦାସ ଏହି ପ୍ରସଂଗରେ କମିସନଙ୍କ ହସ୍ତକ୍ଷେପ ଲୋଡି ପିଟିସନ୍ ଦାୟର କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସ ଗୁଡିକରେ ମେସ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ସେଣ୍ଟ୍ରାଲ କ୍ୟାଣ୍ଟିନକୁ ଖୋଲିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।