Education: ନବରଂଗପୁରରେ ସାଇକେଲ ପାଇବାରୁ ୧୯,୨୨୦ ପିଲା ବଞ୍ଚିତ
"ନବରଙ୍ଗପୁର (ସୁରେଶ ନାଇଡୁ): ଓଡ଼ିଶା ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ସାଇକେଲ, ପୋଷାକ, ଜୋତା ଏବଂ ବହି ବଣ୍ଟନ କରାଯାଉଛି।
ସାଧାରଣତଃ ନବମ ଶ୍ରେଣୀରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ସାଇକେଲ ପ୍ରଦାନ କରାଯାଏ।
ଯାହାଦ୍ୱାରା ସେମାନେ ସହଜରେ ସ୍କୁଲକୁ ଯାତାୟାତ କରିପାରିବେ ଏବଂ ପାଠପଢ଼ା ଅଧାରୁ ଛାଡ଼ିବେ ନାହିଁ।
Advertisment ତେବେ ଯେଉଁ ଲକ୍ଷ୍ୟ ନେଇ ଏହି ଯୋଜନା ପ୍ରଣୟନ କରାଯାଇଛି, ତାହା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପ୍ରତି ଉପହାସ ପାଲଟିଛି।
୨୦୨୬-୨୭ ଶିକ୍ଷା ବର୍ଷର ଏହାରି ମଧ୍ୟରେ ୭ମାସ ବିତିଲାଣି।
ବହୁ ଦୂର୍ଗମ ଗାଁର ଛାତ୍ରଛାତ୍ରୀମାନେ ସାଇକେଲ ନଥିବାରୁ ବିଭିନ୍ନ ବଡ ରାଜସ୍ବ ଗାଁ କିମ୍ବା ବ୍ଲକ, ଜିଲ୍ଲା ସଦରମହକୁମାକୁ ଆସି ପଢ଼ୁଥିବା ଛାତ୍ରଛାତ୍ରୀମାନେ ୫ରୁ ୭କିଲୋ ମିଟର ଦେଢ଼ଘଣ୍ଟା ପୂର୍ବରୁ ଚାଳିଚାଳି ହାଇସ୍କୁଲକୁ ଯାଉଛନ୍ତି।
ସ୍କୁଲ ଛୁଟିର ଦେଢ଼ଘଣ୍ଟା ପରେ ଘରେ ପହଚୁଂଛନ୍ତି।
ସାଇକେଲ ପାଇଁ ଅପେକ୍ଷାଜିଲ୍ଲାରେ ୧୯,୨୨୦ ପିଲା ସାଇକେଲ ପାଇଁ ଗତ ୫ମାସରୁ ଅପେକ୍ଷା କରି ରହିଛନ୍ତି।
୨୦୨୪-୨୫ ଶିକ୍ଷା ବର୍ଷରେ ଜିଲ୍ଲାର ୧୩ ହଜାର ପିଲା ସାଇକେଲ ପାଇ ନଥିଲେ।
ଏହାକୁ ନେଇ ଅଭିଭାବକ ମାନେ ଅଭିଯୋଗ କରିବା ପରେ ବି ଫଳ ଶୁନ।
ଠିକ୍ ସେହିପରି ଏହି ବର୍ଷ ବି ହେବ କି ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ।
୧୯,୨୨୦ ଜଣଙ୍କୁ ମିଳିନି ସାଇକେଲଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ସାଧାରଣବର୍ଗର ୪୬୫୯, ଅନୁସୂଚିତ ଜାତି ୨୬୭୮, ଅନୁସୂଚିତ ଜନଜାତି ୩୬୫୬ ଏଭଳି ୧୦,୯୯୩ଜଣ ସାଇକେଲ ପାଇନାହାନ୍ତି।
ଅନୁଦାନ ପ୍ରାପ୍ତ ସ୍କୁଲର ସାଧାରଣବର୍ଗରେ ୩୨୧, ଅନୁସୂଚିତ ଜାତି ୨୧୧, ଅନୁସୂଚିତ ଜନଜାତି ୩୬୦ ଏଭଳି ୮୯୨ଜଣ।
ନୂଆରେ ଅନୁଦାନ ପ୍ରାପ୍ତ ସ୍କୁଲର ସାଧାରଣବର୍ଗର ୧୨୫୬, ଅନୁସୂଚିତ ଜାତି ୮୫୪, ଅନୁସୂଚିତ ଜନଜାତି ୧୨୨୪ଏଭଳି ୩୩୩୬ଜଣ।
ଓଡିଆ ଆଦର୍ଶ ବିଦ୍ୟାଳୟ (ଓଏଭି) ସାଧାରଣବର୍ଗରେ ୧୯୮, ଅନୁସୂଚିତ ଜାତି ୨୦୫, ଅନୁସୂଚିତ ଜନଜାତି ୩୭୭ ଏଭଳି ୭୮୦ଜଣ।
ସେବାଶ୍ରମ(ଏସଏସଡି) ବିଦ୍ୟାଳୟରେ ସାଧାରଣ ବର୍ଗରେ ୭୧୨, ଅନୁସୂଚିତ ଜାତି ୧୧୫୩, ଅନୁସୂଚିତ ଜନଜାତି ୧୩୫୪ଏଭଳି ୩୨୧୯ଜଣ ଏଭଳି ସର୍ବମୋଟ ଜିଲ୍ଲାରେ ୧୯,୨୨୦ଜଣ ସାଇକେଲ ଏଯାଏଁ ପାଇନାହାନ୍ତି।
Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ଜିଲ୍ଲାରେ ଅଧିକାଂଶ ଅନୁସୂଚିତ ଜାତି, ଗରିବଜିଲ୍ଲାରେ ଅଧିକାଂଶ ଅନସୂଚିତ ଜନଜାତି, ଅନୁସୂଚିତ ଜାତି ଓ ଗରିବ ଶ୍ରେଣୀର ଲୋକେ ବସବାସ କରୁଛନ୍ତି।
ବଜାରରେ ୫ହଜାରୁ ଊର୍ଦ୍ଧ୍ବ ଟଙ୍କାର ହିଁ ଭଲ ସାଇକେଲ ମିଳୁଛି।
ବଜାର ଦର ହିସାବରେ ସାଇକେଲ କିଣିକି ଦେବା ପାଇଁ ଆର୍ଥିକସ୍ତରରେ ସଶକ୍ତ ନୁହନ୍ତି।
ସରକାର ୩୫୦୦ଟଙ୍କା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଲେ ବଳକା ଟଙ୍କା ଅଭିଭାବକ ମାନେ ମିଶାଇ ସାଇକେଲ କିଣୁଛନ୍ତି।
ନବରଙ୍ଗପୁର ସହର ଉପକଣ୍ଠ ୫ରୁ ୭କିଲୋ ମିଟର ମଧ୍ୟରେ ଥିବା କୁସୁମି, ବଡ କୁସୁମି, ଦେଦେଶପାଲ୍ଲୀ, ସିନ୍ଧିଗାଁ, ମେଂଜର, ବେହେରାଗୁଡା, ପାତ୍ରମୁଣ୍ଡା, ଅଗ୍ନିପୁର ପଂଚାୟତର ବିଭିନ୍ନ ଗାଁର ୯ମରେ ପଢ଼ୁଥିବା ପିଲାମାନେ ସ୍କୁଲକୁ ଚାଳି ଚାଳି ଯାଉଥିବା ଦେଖିବାକୁ ମିଳିଛି।
କୁସୁମି ଗାଁର ଭକ୍ତ ଭତ୍ରା, ନୀଳ ହରିଜନ, ମାଧବ ପୁଜାରୀ, ହରିହର ଭତ୍ରା ୮ମଯାଏଁ ଗାଁ ସ୍କୁଲରେ ପଢ଼ୁଥିଲେ।
ଏବେ ନବରଙ୍ଗପୁର ସହରର ପୌରପାଳିକା ଓ ପିଏମଶ୍ରୀ ଆରସିଡି ନୋଡାଲ ହାଇସ୍କୁଲରେ ପଢ଼ୁଛନ୍ତି।
ତେବେ ସେମାନଙ୍କ ବାପା ଓ ମାଆ ଦିନ ମଜୁରିଆ ଥିବାରୁ ସାଇକେଲ କିଣିବା ସମ୍ଭବ ପର ନୁହେଁ ବୋଲି କହିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଗତ ମେ ୨୬ ତାରିଖରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ନିକଟକୁ ଯାଇଛି ଓ ଶୀଘ୍ର ମଂଜୁର ହେବ ବୋଲି କହିଛନ୍ତି ନୋଡାଲ ଅଧିକାରୀ ଏଡିଇଓ ପ୍ରକାଶ କୁମାର ମହାଳିକ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।