Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲାର ପ୍ରଥମ କୁଣ୍ହା କିଷାନ ଆଦିବାସୀ ମାଟିଆ ସମ୍ପ୍ରଦାୟର ଜଗତ ମୋହନ ପ୍ରଧାନ ପ୍ରଥମ ପ୍ରୟାସରେ ଡାକ୍ତରୀ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ପଢ଼ୁଛନ୍ତି।
ସୁକିନ୍ଦା ବ୍ଲକ ବନ୍ଧଗାଁ ଆଶ୍ରମ ସ୍କୁଲ ମାଟ୍ରନ ଗୀତାଞ୍ଜଳି କିଷାନ ଓ ଲେମ୍ବୋ ଗାଁର କ୍ଷୁଦ୍ରଚାଷୀ ଲୋକନାଥ ପ୍ରଧାନଙ୍କ ପୁଅ ଜଗତଙ୍କୁ ଜିଲ୍ଲା କୁଣ୍ହା କିଷାନ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।
Advertisment ଗାଁ ପାଖ ଅଶୋକଝର ପର୍ଯ୍ୟଟନ କ୍ଷେତ୍ର ଫରେଷ୍ଟ ପାର୍କରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାବେଶରେ ଯାଜପୁର ଜିଲ୍ଲା କୁଣ୍ହା କିଷାନ ସମାଜର ସଭାପତି ସୁକିନ୍ଦା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ପ୍ରଧାନ, ଉପସଭାପତି ରବୀନ୍ଦ୍ର କୁମାର ପ୍ରଧାନ, ସମ୍ପାଦକ କାହ୍ନୁଚରଣ ପ୍ରଧାନ, କୋଷାଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ସଙ୍ଗଠନ ସମ୍ପାଦକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ ଓ ତାଙ୍କ ଜେଜେବାପା ବେଣୁଧର ପ୍ରଧାନ ଜଗତଙ୍କୁ ସ୍ବତନ୍ତ୍ର ପ୍ରଶଂସାପତ୍ର, ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କାମନା କରିଥିଲେ।
ରାମ୍ପିଲୋ ଏକଲବ୍ୟ ମଡେଲ ସ୍କୁଲରୁ କୃତୀତ୍ବର ସହ ମାଟ୍ରିକ୍ ଓ ଯୁକ୍ତ ୨ ପାସ କରିଥିବା ଜଗତଙ୍କ ଓଡ଼ିଶା ରୢାଙ୍କ ୧୨୪ ଓ ସର୍ବ ଭାରତୀୟ ରୢାଙ୍କ ୯୫୪୪ ରହିଛି।
Dead Body recovered ରଙ୍ଗମାଟିଆ ଚୁଆ ନିକଟରୁ ଯୁବକଙ୍କ ଶବ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।