Ekamra Kshetra: ଏକାମ୍ରକ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପାଖରେ ଆଜିଠୁ ଷୋଳପୂଜା

Oct 03, 2026 - 08:37
Ekamra Kshetra: ଏକାମ୍ରକ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପାଖରେ ଆଜିଠୁ ଷୋଳପୂଜା

"ପୁରୁଣା ଭୁବନେଶ୍ୱର: ଶନିବାର ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରର ମା" ଭୁବନେଶ୍ୱରୀ (ଗୋପାଳୁଣୀ) ଦେବୀଙ୍କ ଷୋଳପୂଜା ଆରମ୍ଭ ହେବ।

ପୁରୀରୁ ରାଜଗୁରୁ ବରଣ ହୋଇ ଆସି ଦେଉଳ ପୁରୋହିତଙ୍କ ଦ୍ୱାରା ସଙ୍କଳ୍ପ ଗ୍ରହଣ ପରେ ମା"ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ କରିବେ।

ଏହି ଅବସରରେ ଏକାମ୍ରକ୍ଷେତ୍ରର ଅଷ୍ଟଚଣ୍ଡୀଙ୍କ ପୀଠରେ ମଧ୍ୟ ଷୋଳପୂଜା ଅନୁଷ୍ଠିତ ହେବ।

କେଦାରଗୌରୀ ମନ୍ଦିର ପରିସରର ଗୌରୀ, କୋଟିତୀର୍ଥ ଗଳିସ୍ଥିତ ଅମ୍ବିକା, ବିନ୍ଦୁସାଗର ପୂର୍ବଘାଟସ୍ଥିତ ଦ୍ୱାରବାସିନୀ, ଦକ୍ଷିଣଘାଟସ୍ଥିତ ମୋହିନୀ, ପୂଜାପଣ୍ଡା ସାହିସ୍ଥିତ ରାମାୟଣୀ ଏବଂ ତିନିମୁଣ୍ଡିଆ ଛକସ୍ଥିତ କପାଳୀଙ୍କ ପୀଠରେ ପାରମ୍ପରିକ ବିଧି ଅନୁଯାୟୀ ପୂଜା ହେବ।

ତଳବଜାରସ୍ଥିତ ବିନ୍ଧ୍ୟବାସିନୀଙ୍କ ଶାରଦୀୟ ପୂଜା ତ୍ରିଦିବସୀୟ ହୋଇଥାଏ।

Advertisment Horoscope 2026 October 03: ଜାଣନ୍ତୁ ଆଜିର ରାଶିଫଳ ସେହିପରି ବିନ୍ଦୁସାଗର ଦକ୍ଷିଣଘାଟସ୍ଥିତ ଉତ୍ତରାୟଣୀଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯିବ।

ଷୋଳପୂଜା ସମୟରେ ଗୌରୀ ପ୍ରତ୍ୟହ ଦିବ୍ୟ ସର୍ବାଙ୍ଗ ଚନ୍ଦନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରସ୍ଥିତ ପାର୍ବତୀ, ପରକରଣ ସାହିର ଚାରନାରାୟଣୀ, ବଡ଼ୁ ସାହିର ମାର୍କଣ୍ଡେଶ୍ୱର ମନ୍ଦିର ସଂଲଗ୍ନ ଆଖଡ଼ାଚଣ୍ଡୀ, ବିଏମ୍‌ ହାଇସ୍କୁଲ ପଡ଼ିଆ ନିକଟସ୍ଥ ଦକ୍ଷିଣଚଣ୍ଡୀ, ବଢ଼େଇବାଙ୍କ ଛକସ୍ଥିତ କପାଳୀ ମଠର ବନଦେବୀ ଦୁର୍ଗା, ହରଚଣ୍ଡୀ ସାହିର ଜାଗେଶ୍ୱରୀ, ସାମନ୍ତରାପୁରର ଭୁବାସିନୀ, ଶିଶୁପାଳଗଡ଼ର ଗଡ଼ଚଣ୍ଡୀ, କପିଳେଶ୍ୱର ମନ୍ଦିର ପରିସରର କାଳିକା ଏବଂ ସୁନ୍ଦରପଦା ଗ୍ରାମରେ ନନ୍ଦ ନିଯୋଗଙ୍କ ଦ୍ୱାରା ପୂଜିତ ଦେବୀ ଦୁର୍ଗା ଓ ଦେବୀ ଭୁବନେଶ୍ୱରୀଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତିରେ ଷୋଳପୂଜା ଅନୁଷ୍ଠିତ ହେବ।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।