Eklavya School: କୋଠା ହସ୍ତାନ୍ତର ହୋଇପାରୁନି, ପାଠପଢ଼ାରୁ ବଞ୍ଚିତ ୬୦ ଛାତ୍ରଛାତ୍ରୀ

Sep 15, 2026 - 10:13
Eklavya School: କୋଠା ହସ୍ତାନ୍ତର ହୋଇପାରୁନି, ପାଠପଢ଼ାରୁ ବଞ୍ଚିତ ୬୦ ଛାତ୍ରଛାତ୍ରୀ

"ରାୟଗଡ଼ା(ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବକ୍ଲରେ ନିର୍ମାଣ ହେଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ।

ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ଦିଆଗଲା ବିଜ୍ଞାପନ କିନ୍ତୁ ନୂତନ ବିଦ୍ୟାଳୟ କୋଠା ହସ୍ତାନ୍ତର ହୋଇପାରିନଥିବାରୁ ଶିକ୍ଷାଦାନ ଆରମ୍ଭ ହୋଇପାରିନାହିଁ ।

ସୂଚନାରୁ ଜଣାପଡିଛି କେନ୍ଦ୍ରସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ (ମୋଟା) ଦ୍ବାରା ପରିଚାଳିତ ଇଏମଆରଏସ ବିଦ୍ୟାଳୟ ରାମନାଗୁଡା ଠାରେ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିଲା ।

ଚଳିତ ବର୍ଷ ୩୦ ଆଦିବାସୀ ଛାତ୍ର ଓ ୩୦ ଆଦିବାସୀ ଛାତ୍ରୀଙ୍କ ପାଇଁ ରାମନାଗୁଡା ଏକଲବ୍ୟରେ ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ଅନଲାଇନ ଆବେଦନ,ଅଫ ଲାଇନ ଆବେଦନ ପାଇଁ କୁହାଯାଇଥିଲା।

ପରବର୍ତ୍ତି  ପ୍ରକ୍ରିୟା ସମାପ୍ତ  ଅଗଷ୍ଟ ମାସ ୧ ତାରିଖରେ ମନୋନୀତ ଛାତ୍ର ଛାତ୍ରଙ୍କ ନାମ ଚୁଡାନ୍ତ ହୋଇଥିଲା ।

ଏହି ବିଦ୍ୟାଳୟରେ ସିବିଏସଇ ଢ଼ାଞ୍ଚାରେ ଛାତ୍ର ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରାଯିବା ସହ  ପ୍ରାୟ ୧୫ ଏକର ଜମିରେ ନିର୍ମାଣ ହୋଇଥିବା ଏହି ବିଦ୍ୟାଳୟରେ ଶିକ୍ଷା ବାଦେ ବିଭିନ୍ନ କ୍ରୀଡା ପାଇଁ ମଧ୍ୟ ଭିତ୍ତିଭୁମି ନିର୍ମାଣଧିନ ରହିଛି ।

କର୍ମଚାରୀଙ୍କ ବାସଗୃହ ସହ ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇସାରିଛି ।

କିଛିମାସ ତଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ନିଜର ଗସ୍ତ ସମୟରେ ବିଦ୍ୟାଳୟର କିଛି ଭତ୍ତିଭୁମି ଅସଂପୂର୍ଣ ରହିଥିବାରୁ ପୂର୍ଣ କରି ବିଦ୍ୟାଳୟ କୋଠା ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ ।

କିନ୍ତୁ ଜିଲ୍ଲାପାଳ ନିର୍ଦେଶ ଦେବାର ୪ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟ କୋଠା ହସ୍ତାନ୍ତର ହୋଇପାରିନଥିବା ସୂଚନାରୁ ଜଣାପଡିଛି ।Advertisment କୋଠା ହସ୍ତାନ୍ତର ବିଳମ୍ବିତ ହୋଇଥିବାରୁ  ରାମନାଗୁଡା ଏକଲବ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ରାୟଗଡା ଇଏମଆରଏସ ସହ ଯୋଡାଯାଇଛି ।

କିନ୍ତୁ ୬୦ ଜଣ ଛାତ୍ର ଛାତ୍ରୀ ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିଲେ ମଧ୍ୟ ପାଠ ପଢ଼ାରୁ ବଞ୍ଚିତ ହୋଇ ରହିଛନ୍ତି ।

ଏନେଇ ରାମନାଗୁଡା  ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ଞାନରଞନ ବଡନାୟକଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି କଣ ପାଇଁ ଆରମ୍ଭ ହୋଇନି ଜାଣିନି ବୋଲି ସୂଚନା ଦେଇଥିଲେ।

ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ ବିଦ୍ୟାଳୟ କୋଠା ନିର୍ମାଣ କରିଥିବା ଏଜେନ୍ସି ଏଯାଏଁ ହସ୍ତାନ୍ତର କରିନାହିଁ ଏବଂ ରାମନାଗୁଡା ଛାତ୍ରଛାତ୍ରୀ ରାୟଗଡ଼ା ଇଏମଆରଏସ  ପ୍ରନ୍ସିପାଲଙ୍କ ଅଧୀନରେ ପରିଚାଳିତ ହୋଇ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସରିଛି ବୋଲି କହିଥିଲେ ।

ଖୁବ ଶୀଘ୍ର ରାମନାଗୁଡା ଇଏମଆରଏସ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀମତୀ ରାଓ ସୂଚନା ଦେଇଥିଲେ ।

ଅପରପକ୍ଷରେ  ନିର୍ମାଣକାରୀ ସଂସ୍ଥା ବିଲ୍ ପେମେଣ୍ଟ ହେଉନଥିବାରୁ କୋଠା ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି ।

୬୦ ଜଣ ଛାତ୍ର ଛାତ୍ରୀଙ୍କ ପାଠପଢ଼ାରୁ ବଞ୍ଚିତ ହେଉଥିବା ଯୋଗୁଁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ଅବିଭାବକ ଦାବି କରିଛନ୍ତି।

Nuakhai: ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।