El-Nino effect: ଏଲ୍-ନିନୋ ପ୍ରଭାବ: ଗରମ ଅଗଷ୍ଟ, ମୌସୁମୀ ସକ୍ରିୟ, ବର୍ଷା ଲାଗିରହିବ
"ଭୁବନେଶ୍ବର: ୨୦୨୬ ଅଗଷ୍ଟ ସବୁଠୁ ଗରମ ମାସ ରହିଥିଲା।
୧୯୦୧ ମସିହା ପରେ ଦେଶର ଅଧିକ ଗରମ ଅନୁଭୂତ ହୋଇଥିବା ଅଗଷ୍ଟ ମାସଗୁଡ଼ିକ ମଧ୍ୟରେ ଏହା ସର୍ବାଧିକ।
ମାସର ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୦.୬୭ ଡିଗ୍ରି ସେଲ୍ସିୟସ୍ ଅଧିକ ଥିଲା।
ଅଗଷ୍ଟ ମାସରେ ଦେଶର ସ୍ବାଭାବିକ ହାରାହାରି ତାପମାତ୍ରା ୨୭.୩୪ ଡିଗ୍ରି ରହିବା କଥା।
ହେଲେ ଚଳିତ ଅଗଷ୍ଟ ମାସରେ ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରି ରହିଥିଲା।
ଦିନର ସର୍ବୋଚ୍ଚ ତାପମାତ୍ରା ଅପେକ୍ଷା ରାତିର ସର୍ବୋଚ୍ଚ ତାପମାତ୍ରା ଅଧିକ ବୃଦ୍ଧି ପାଇଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।Advertisment ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଅଗଷ୍ଟ ମାସରେ ରାତିର ହାରାହାରି ତାପମାତ୍ରା ୨୩.୬୮ ଡିଗ୍ରି ରହିଥାଏ।
ତେବେ ଚଳିତବର୍ଷ ଏଥିରେ ୦.୬୮ ଡିଗ୍ରି ସେଲ୍ସିୟସ୍ ବୃଦ୍ଧି ପାଇ ୨୪.୩୬ ଡିଗ୍ରିରେ ପହଞ୍ଚିଥିଲା।
ଅନୁରୂପ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୦.୬୫ ଡିଗ୍ରି ସେଲ୍ସିୟସ୍ ଅଧିକ ରହିଥିଲା।
ଅଗଷ୍ଟ ମାସରେ ଦିନର ହାରାହାରି ତାପମାତ୍ରା ୩୧.୦୧ ଡିଗ୍ରି ରହିବା କଥା।
ହେଲେ ଚଳିତ ବର୍ଷ ଏହା ୩୧.୬୬ ଡିଗ୍ରିରେ ପହଞ୍ଚିଥିଲା।
ରାତିର ତାପମାତ୍ରା ବୃଦ୍ଧି ୨୦୨୬ ଅଗଷ୍ଟ ରେକର୍ଡ କରିଥିବା ବେଳେ ଦିନ ହାରାହାରି ତାପମାତ୍ରା ୫ମ ସ୍ଥାନରେ ରହିଛି।
ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ରାତିର ତାପମାତ୍ରା ଅଧିକ ରହିଥିଲା।
ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ବିଷୁବୀୟ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଏଲ୍-ନିନୋ ପରିସ୍ଥିତି ଲାଗିହିଛି। ତେଣୁ କେନ୍ଦ୍ରୀୟ ଓ ପୂର୍ବ ବିଷୁବୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠ ତାପମାତ୍ରା(ଏସ୍ଏସ୍ଟି) ସ୍ୱାଭାବିକଠାରୁ ଅଧିକ ରହିଛି।
ପ୍ରଭାବରେ ଅଗଷ୍ଟ ମାସରେ ଅଧିକ ଗରମ ଅନୁଭୂତ ହୋଇଛି।
୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ମାସର ହାରାହାରି ତାପମାତ୍ରା ୦.୬୭ ଡିଗ୍ରି ବୃଦ୍ଧିପୂର୍ବ, ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଉଷ୍ମ ରାତି ଆସନ୍ତା ମାସଗୁଡ଼ିକରେ ଏଭଳି ସ୍ଥିତି ଲାଗିରହିପାରେ।
ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିଥିବା ବେଳେ ଏହି ମାସରେ ୨୧୩.୩ ମିମି ନିଅଣ୍ଟିଆ ବର୍ଷା ଦେଖାଯାଇଛି, ଯାହାକି ୨୦୦୧ ପରଠାରୁ ଏହା ସପ୍ତମ ସର୍ବନିମ୍ନ।
ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ, ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ସିକିମ୍, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମିଜୋରାମରେ ସ୍ବାଭାବିକ ବର୍ଷା ହୋଇଛି।
ହେଲେ ଦକ୍ଷିଣ ଭାରତର ସମସ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି।
ମୌସୁମୀ ଆଗମନକୁ ୩ ମାସ ବିତିଯାଇଥିଲେ ମଧ୍ୟ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପୁଡୁଚେରି, ଲାକ୍ଷାଦ୍ବୀପରେ ସ୍ବାଭାବିକ ବର୍ଷା ହୋଇପାରି ନାହିଁ।
ସ୍ୱାଭାବିକ ବର୍ଷା ଅପେକ୍ଷା କମ୍ ବର୍ଷା ପଛରେ ଏକ ପ୍ରମୁଖ କାରଣ ହେଉଛି ବିଷୁବୀୟ ପ୍ରଶାନ୍ତ ମହାସାଗରରେ ଜାରି ରହିଥିବା ଏଲ-ନିନୋ ପରିସ୍ଥିତି।
ଯଦିଓ ଅଗଷ୍ଟ ମାସରେ ୪ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ଏବଂ ଏବଂ ସାମୂହିକ ଭାବେ ୨୬ ଦିନ ଧରି ବର୍ଷା ଜାରି ରହିଥିଲେ ମଧ୍ୟ ଦେଶରେ ନିଅଣ୍ଟିଆ ବର୍ଷା ହୋଇଛି।
ବର୍ଷା ମୁଖ୍ୟତଃ ଇଣ୍ଡୋ-ଗାଙ୍ଗୋଟିକ୍ ସମତଳ ଅଞ୍ଚଳରେ ସୀମିତ ରହିଥିଲା।
ଅନ୍ୟାନ୍ୟ ସ୍ଥାନରେ ବର୍ଷାର ଅଭାବ ରହିଥିବା ଆଇଏମଡି କହିଛି।
ଏଥିସହ ସେପ୍ଟେମ୍ବର ମାସରେ ମାସିକ ହାରାହାରି ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ଆଇଏମ୍ଡି ଆକଳନ କରିଛି।
Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୌସୁମୀ ସକ୍ରିୟ, ବର୍ଷା ଲାଗିରହିବ ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ଉପକୂଳ, ଝାଡ଼ଖଣ୍ଡ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ରହିଛି।
ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।
ଏଥିସହ ୩ଟି ଟ୍ରଫ୍ ଲାଇନ୍ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ହୋଇଥିବାରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି।
ପ୍ରଭାବରେ ବୁଧବାର ପୂର୍ବାହ୍ଣ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।
ବାଙ୍ଗିରିପୋଷିରେ ୩୦୯.୨ ମିମି ବର୍ଷା ହୋଇଥିବା ବେଳେ ସରସକଣାରେ ୨୯୭ ମିମି, ଜାମସଳାଘାଟରେ ୨୮୫.୨ ମିମି, ଚନ୍ଦନପୁରରେ ୨୫୯ ମିମି, ବିଜତଳାରେ ୧୪୦ ମିମି, ବାହାଲଦାରେ ୧୨୫ ମିମି, ଜମଦାରେ ୧୧୩ ମିମି, କୁସୁମୀରେ ୧୦୪ ମିମି ବର୍ଷା ରେକର୍ଡ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।