29 OCTOBER 2026

Welcome!

Unlock your personalized experience.
Sign Up

El Nino impact: ଭାରତରେ ମାର୍ଚ୍ଚ ସୁଦ୍ଧା ୫୫ ହଜାର ଅତିରିକ୍ତ ମୃତ୍ୟୁ ଆଶଙ୍କା, ବିଶ୍ୱରେ ୩.୭୩!

Oct 29, 2026 - 16:31
El Nino impact: ଭାରତରେ ମାର୍ଚ୍ଚ ସୁଦ୍ଧା ୫୫ ହଜାର ଅତିରିକ୍ତ ମୃତ୍ୟୁ ଆଶଙ୍କା, ବିଶ୍ୱରେ ୩.୭୩!

ନୂଆଦିଲ୍ଲୀ: ଆଗାମୀ ମାସଗୁଡ଼ିକରେ ପ୍ରବଳ ଗ୍ରୀଷ୍ମପ୍ରବାହ ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଏଲ୍‌ ନିନୋର ପ୍ରଭାବରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭାରତରେ ପ୍ରାୟ ୫୫ ହଜାର ଅତିରିକ୍ତ ତାପଜନିତ ମୃତ୍ୟୁ ଘଟିପାରେ ବୋଲି ଏକ ନୂଆ ଗବେଷଣାଭିତ୍ତିକ ଆକଳନରୁ ଜଣାପଡ଼ିଛି। ଜଳବାୟୁ ପ୍ରଭାବ ଅଧ୍ୟୟନ ସଂସ୍ଥାର ଏହି ଆକଳନ ଆଗାମୀ ଦିନରେ ଭୟଙ୍କର ଗରମର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛି।

ଏଲ୍‌ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ଜଳର ତାପମାତ୍ରା ବଢ଼ିବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା। ଏହା ପବନର ଗତି, ବର୍ଷା ଓ ବିଶ୍ୱର ତାପମାତ୍ରାକୁ ପ୍ରଭାବିତ କରେ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ପ୍ରଶାନ୍ତ ମହାସାଗରର ତାପମାତ୍ରାରେ ସ୍ୱାଭାବିକଠାରୁ ୩.୦୮ ଡିଗ୍ରି ସେଲସିୟସ୍‌ ବୃଦ୍ଧି ରେକର୍ଡ କରାଯାଇଛି। ଆକଳନ ଅନୁଯାୟୀ, ଅକ୍ଟୋବରରୁ ଆସନ୍ତା ମାର୍ଚ୍ଚ ମଧ୍ୟରେ ସାରା ବିଶ୍ୱରେ ପ୍ରାୟ ୩ ଲକ୍ଷ ୭୩ ହଜାର ଅତିରିକ୍ତ ତାପଜନିତ ମୃତ୍ୟୁ ହୋଇପାରେ। ନାଇଜେରିଆରେ ପ୍ରାୟ ୫୬ ହଜାର ଓ ଇଣ୍ଡୋନେସିଆରେ ୨୯ ହଜାର ମୃତ୍ୟୁର ଆଶଙ୍କା ରହିଛି।

ଏଲ୍‌ ନିନୋ ପ୍ରଭାବ : ଦେଶର ଅଧିକାଂଶ ସ୍ଥାନରେ ନଭେମ୍ବରରେ ଗରମ ହେବ ବୋଲି ସତର୍କ କଲା ଆଇଏମ୍‌ଡି

ବିଶ୍ୱ ପାଣିପାଗ ସଂଗଠନର ଆକଳନ ଅନୁଯାୟୀ, ଏଲ୍‌ ନିନୋ ଡିସେମ୍ବରରେ ଶୀର୍ଷ ସ୍ତରରେ ପହଞ୍ଚିପାରେ ଓ ୨୦୨୭ର ପ୍ରାରମ୍ଭ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ। ତେଣୁ ଅତ୍ୟଧିକ ଗରମରୁ ଲୋକଙ୍କୁ ସୁରକ୍ଷା ଦେବା, ପାନୀୟ ଜଳ ଯୋଗାଣ, ଶୀତଳ ଆଶ୍ରୟସ୍ଥଳ ଓ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ। ତେବେ ଏହି ସଂଖ୍ୟାଗୁଡ଼ିକ ଆକଳନ ମାତ୍ର, ନିଶ୍ଚିତ ମୃତ୍ୟୁସଂଖ୍ୟା ନୁହେଁ। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପୂର୍ବରୁ ସତର୍କ କରିସାରିଛି ଯେ, ଏହି ବର୍ଷର ଏଲ୍ ନିନୋ ୧୯୫୦ ପରଠାରୁ ସବୁଠାରୁ ଶକ୍ତିଶାଳୀ ଏବଂ ଏହାର ଶୀର୍ଷ ଏପର୍ଯ୍ୟନ୍ତ ଆସିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।