Election Commission: ଟିଏମ୍ସି ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ଇସିଙ୍କୁ ରାହୁଲ ଗାନ୍ଧୀ ଓ କେଜ୍ରିୱାଲଙ୍କ ତୀବ୍ର ସମାଲୋଚନା
"ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ଦଳୀୟ ଚିହ୍ନ ଫ୍ରିଜ୍ କରାଯିବା ପ୍ରସଙ୍ଗରେ ନିର୍ବାଚନ କମିସନ (ଇସି)ଙ୍କୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି।
ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିର୍ବାଚନ କମିସନଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଆସନ୍ତା ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ।
ବିରୋଧୀ ଦଳଗୁଡ଼ିକୁ ଦୁର୍ବଳ କରିବା ପାଇଁ ବିଜେପି ଓ ନିର୍ବାଚନ ପ୍ୟାନେଲ ଏକାଠି କାମ କରୁଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। "ଦଳ ଚୋରି"କୁ ଭାରତର ଗଣତାନ୍ତ୍ରିକ ଅବନତିର ସଦ୍ୟତମ ସଙ୍କେତ ବୋଲି ରାହୁଲ କହିଛନ୍ତି।
ନେତୃତ୍ୱ ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଗୁଡ଼ିକୁ ଦଳର ନାମ ଓ ପାରମ୍ପରିକ ନିର୍ବାଚନ ଚିହ୍ନ ବ୍ୟବହାର କରିବାକୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ବାରଣ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟ ଆସିଛି।Advertisment ଭୋଟ ଚୋରି, ସରକାର ଚୋରି ଓ ଏବେ ଦଳ ଚୋରି: ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାଚନ କମିସନ ଶିବସେନା ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ବିବାଦ କ୍ଷେତ୍ରରେ ଏହିପରି ପଦକ୍ଷେପ ନେଇଥିଲେ ଓ ବର୍ତ୍ତମାନ ତୃଣମୂଳ କଂଗ୍ରେସ କ୍ଷେତ୍ରରେ ମଧ୍ୟ ସମାନ ହୋଇଛି।
ରାଜନୈତିକ ଦଳଗୁଡ଼ିକୁ କେମିତି ଭଙ୍ଗାଯିବ ସେଥିପାଇଁ ବିଜେପି ଓ ଇସି ହାତ ମିଳାଇଛନ୍ତି।
ଦଳ ଭଙ୍ଗା ଯିବା ପରେ ଦଳୀୟ ଚିହ୍ନ ଛଡ଼େଇ ନିଆଯାଉଛି, ତା"ପରେ ପୂରା ଦଳକୁ ଚୋରି କରାଯାଉଛି ଓ ଏପରିକି ଲକ୍ଷ ଲକ୍ଷ ଭାରତୀୟଙ୍କ ଭୋଟ ମଧ୍ୟ ଚୋରି କରାଯାଉଛି।
ଭୋଟ ଚୋରି, ସରକାର ଚୋରି ଓ ଏବେ ଦଳ ଚୋରି।
ଏହା ଆମ ଗଣତନ୍ତ୍ରର ପତନର ପ୍ରତୀକ ପାଲଟିଛି ବୋଲି ରାହୁଲ "ଏକ୍ସ"ରେ ପୋଷ୍ଟ କରିଛନ୍ତି।
ଭୋଟରଙ୍କ ସୁରକ୍ଷା କରି ନିର୍ବାଚନ ଆୟୋଗ ନିଜର ସାମ୍ବିଧାନିକ ଦାୟିତ୍ବ ପୂରଣ କରିବା ଅପେକ୍ଷା ବିଜେପିକୁ ସାହାଯ୍ୟ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି।
କେଜ୍ରିୱାଲ ମଧ୍ୟ "ଏକ୍ସ"ରେ ପୋଷ୍ଟ କରି କହିଛନ୍ତି, ଏହା ଦେଶବାସୀଙ୍କୁ ମୋଦୀଙ୍କ ଜନ୍ମଦିନର ଉପହାର।
କ"ଣ ସେମାନେ ଏହି ଭାବେ ନିର୍ବାଚନ ଜିତିବେ ବୋଲି ଆପ୍ ନେତା ପ୍ରଶ୍ନ କରିଛନ୍ତି।
Election Symbol: ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀକୁ ଉପନିର୍ବାଚନ ପାଇଁ ନୂଆ ନାମ ଓ ଦଳୀୟ ଚିହ୍ନ ମିଳିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।