Election Commission: ଭୋଟର ତାଲିକାରୁ ନାମ କଟିଥିଲେ ବି ଚିନ୍ତା ନାହିଁ, ଭରିପାରିବେ ଫର୍ମ-୬

Nov 04, 2026 - 13:29
Election Commission: ଭୋଟର ତାଲିକାରୁ ନାମ କଟିଥିଲେ ବି ଚିନ୍ତା ନାହିଁ, ଭରିପାରିବେ ଫର୍ମ-୬

ନୂଆଦିଲ୍ଲୀ: ଭୋଟ ର ତାଲିକାରୁ ନାଁ କଟିଯାଇଛି କି?

ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ପୂର୍ବରୁ ଭୋଟର ଭାବେ ପଞ୍ଜିକୃତ ଥିଲେ ମଧ୍ୟ ନୂଆ କରି ନାଁ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ।

ମଙ୍ଗଳବାର ଏନେଇ ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିସନ ।

Advertisment ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌)ରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଯେଉଁମାନଙ୍କ ନାଁ ନାହିଁ, ସେମାନେ ଫର୍ମ-୬ ଜରିଆରେ ଚୂଡ଼ାନ୍ତ ତାଲିକାରେ ନିଜ ନାଁ ସାମିଲ କରିବାକୁ ଆବେଦନ କରିପାରିବେ।

ତେବେ ଫର୍ମ-୬ରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାଁ ଯୋଡ଼ିବାକୁ ଆବେଦନ କରୁଥିବା ନେଇ ଘୋଷଣା କରିବାକୁ ପଡ଼ୁଥିବାରୁ ପୂର୍ବରୁ ପଞ୍ଜିକୃତ ଭୋଟରମାନେ ଦ୍ୱନ୍ଦ୍ୱରେ ଥିଲେ।

ଏହାକୁ ମିଥ୍ୟା ଘୋଷଣା ଭାବେ ଧରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସେମାନେ ଆଶଙ୍କା କରୁଥିଲେ।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କମିସନ ଏହି ଦ୍ୱନ୍ଦ୍ୱ ଦୂର କରି କମିସନ କହିଛନ୍ତି, ଚିଠା ତାଲିକାରୁ ନାଁ ବାଦ୍ ପଡ଼ିଥିବାରୁ ଫର୍ମ-୬ ଦାଖଲ କରିବା ମାତ୍ରେ ତାହା ମିଥ୍ୟା ଘୋଷଣା ହେବ ନାହିଁ।

କେବଳ ପୂର୍ବରୁ ନାଁ ଥିବା କାରଣରୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ମାମଲା ହୋଇପାରିବ ନାହିଁ।

ତେବେ ଅନ୍ୟ ସ୍ଥାନରେ ପଞ୍ଜିକରଣ କିମ୍ବା ଜାଣିଶୁଣି ମିଥ୍ୟା ତଥ୍ୟ ଦେବା କ୍ଷେତ୍ରରେ ଏହି ସୁରକ୍ଷା ଲାଗୁ ହେବ ନାହିଁ।ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ କମିସନ ଚିଠି ଲେଖିଛନ୍ତି।

ଦିଲ୍ଲୀରେ ୨୮୭ ଦିନରେ ସବୁଠୁ ଅଧିକ ପ୍ରଦୂଷଣ: ଏକ୍ୟୁଆଇ ୩୫୦ରେ ପହଞ୍ଚିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।