Elections: ୪ ବର୍ଷରେ ୧୧୧ ସାଂସଦ-ବିଧାୟକଙ୍କ ଦଳବଦଳ, ୬ ରାଜ୍ୟରେ ବଦଳିଲା ରାଜନୈତିକ ଚିତ୍ର: ଏଡିଆର୍‌ ରିପୋର୍ଟ

Sep 24, 2026 - 19:25
Elections: ୪ ବର୍ଷରେ ୧୧୧ ସାଂସଦ-ବିଧାୟକଙ୍କ ଦଳବଦଳ, ୬ ରାଜ୍ୟରେ ବଦଳିଲା ରାଜନୈତିକ ଚିତ୍ର: ଏଡିଆର୍‌ ରିପୋର୍ଟ

"ନୂଆଦିଲ୍ଲୀ: ନିର୍ବାଚନରେ ଲୋକେ ଯେଉଁ ରାଜନୈତିକ ଚିତ୍ର ତିଆରି କରନ୍ତି, ନିର୍ବାଚନ ପରେ ଦଳବଦଳ ଯୋଗୁଁ ତାହା ଅନେକ ସମୟରେ ବଦଳିଯାଏ।

ଗତ ୪ ବର୍ଷରେ ଦେଶର ୧୧୧ ଜଣ ବର୍ତ୍ତମାନର ସାଂସଦ ଓ ବିଧାୟକ ନିର୍ବାଚନ ଜିତିବା ପରେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍) ଓ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍‌ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।

ଏହି ଅବଧି ୨୦୨୨ରୁ ୨୦୨୬ ମଧ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନକୁ ନେଇ ପ୍ରସ୍ତୁତ ହୋଇଛି।Advertisment ନାଗାଲାଣ୍ଡରେ ହୋଇଛି ସର୍ବାଧିକ ଦଳବଦଳ ରିପୋର୍ଟ ଅନୁସାରେ, ୧୧୧ ଜଣଙ୍କ ମଧ୍ୟରେ ୨୬ ଜଣ ଲୋକସଭା ସାଂସଦ, ୭ ଜଣ ରାଜ୍ୟସଭା ସାଂସଦ ଓ ୭୮ ଜଣ ବିଧାୟକ ଅଛନ୍ତି।

୭୮ ବିଧାୟକଙ୍କ ମଧ୍ୟରୁ ୭୦ ଜଣ ନିର୍ବାଚନ ଜିତିବା ପରେ ସିଧାସଳଖ ଦଳ ବଦଳାଇଥିବା ବେଳେ ୮ ଜଣ ଇସ୍ତଫା କିମ୍ବା ଅଯୋଗ୍ୟତା ପରେ ଉପନିର୍ବାଚନ ଲଢ଼ି ପୁଣି ବିଜୟୀ ହୋଇଥିଲେ।

ସର୍ବାଧିକ ଦଳବଦଳ ନାଗାଲାଣ୍ଡରେ ହୋଇଛି।

ସେଠାରେ ୩୨ ଜଣ ନେତା ଦଳ ବଦଳାଇଛନ୍ତି।

ପଶ୍ଚିମବଙ୍ଗରେ ୨୦, ତେଲଙ୍ଗାନାରେ ୯, ଗୋଆ ଓ ପଞ୍ଜାବରେ ୮ ଜଣ ଲେଖାଏଁ, ମହାରାଷ୍ଟ୍ର ଓ ମେଘାଳୟରେ ୬ ଜଣ ଲେଖାଏଁ ଏବଂ ମଣିପୁରରେ ୫ ଜଣ ଦଳ ବଦଳାଇଛନ୍ତି।

ମୋଟ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଭଳି ଘଟଣା ରେକର୍ଡ ହୋଇଛି।

ଦଳ ଛାଡ଼ିବା ମାମଲାରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଏନ୍‌ଡିପିପି)ର ସର୍ବାଧିକ ୨୫ ଜଣ ପ୍ରତିନିଧି ରହିଛନ୍ତି।

ଏହା ପରେ ତୃଣମୂଳ କଂଗ୍ରେସର ୨୦ ଓ କଂଗ୍ରେସର ୧୯ ଜଣ ଦଳ ଛାଡ଼ିଛନ୍ତି।

ବିଆର୍‌ଏସ୍‌ର ୯, ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଓ ଏନ୍‌ସିପିର ୭ ଜଣ ଲେଖାଏଁ, ଶିବସେନା (ୟୁବିଟି)ର ୬, ଜେଡି(ୟୁ)ର ୫ ଓ ଏନ୍‌ପିପିର ୪ ଜଣ ମଧ୍ୟ ଦଳ ବଦଳାଇଛନ୍ତି।

ଏନ୍‌ଡିପିପି, ତୃଣମୂଳ କଂଗ୍ରେସ ଓ କଂଗ୍ରେସରୁ ମିଶି ୬୪ ଜଣ ନେତା ଅନ୍ୟ ଦଳକୁ ଯାଇଛନ୍ତି, ଯାହା ମୋଟ ଦଳବଦଳର ୫୮ ପ୍ରତିଶତ।

୬ଟି ରାଜ୍ୟର ରାଜନୈତିକ ସମୀକରଣରେ ଆସିଛି ପରିବର୍ତ୍ତନ ଅନ୍ୟପକ୍ଷରେ, ନୂଆ ଦଳରେ ଯୋଗଦେବା ମାମଲାରେ ନାଗା ପିପୁଲ୍ସ ଫ୍ରଣ୍ଟ୍ (ଏନ୍‌ପିଏଫ୍)ରେ ସର୍ବାଧିକ ୩୨ ଜଣ ଯୋଗ ଦେଇଛନ୍ତି।

ବିଜେପିରେ ୨୯, ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆରେ ୨୦, କଂଗ୍ରେସରେ ୯, ଶିବସେନାରେ ୮, ଏନ୍‌ପିପିରେ ୬ ଓ ପିପିଏରେ ୪ ଜଣ ଯୋଗ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଏନ୍‌ପିଏଫ୍‌, ବିଜେପି ଓ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ ମିଶି ୧୧୧ ଜଣଙ୍କ ମଧ୍ୟରୁ ୮୧ ଜଣଙ୍କୁ ନିଜ ଦଳରେ ସାମିଲ କରିଛନ୍ତି।

ଏଡିଆର୍ କହିଛି, ଏଭଳି ଦଳବଦଳ ଯୋଗୁଁ ନାଗାଲାଣ୍ଡ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଗୋଆ, ମହାରାଷ୍ଟ୍ର ଓ ମଣିପୁର ଭଳି ୬ଟି ରାଜ୍ୟର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଛି।

କେତେକ ସ୍ଥାନରେ ବିଧାୟକଙ୍କ ଦଳବଦଳ ସରକାର ଗଠନ ଓ ଭାଙ୍ଗିବାରେ ମଧ୍ୟ ପ୍ରଭାବ ପକାଇଥିବା ରିପୋର୍ଟରେ କୁହାଯାଇଛି।

ଦଳବଦଳ ରୋକିବା ପାଇଁ ସମ୍ବିଧାନର ଦଶମ ଅନୁସୂଚୀକୁ ଅଧିକ ସୁଦୃଢ଼ କରିବା, ଏଭଳି ମାମଲାର ସମୟବଦ୍ଧ ନିଷ୍ପତ୍ତି ଏବଂ ରାଜନୈତିକ ଦଳଗୁଡ଼ିକର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏଡିଆର୍ ପରାମର୍ଶ ଦେଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।