Electrical Wire Theft: ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଚୋରି, ପୁଲିସକୁ ଡେମୋ ଦେଖାଇଲା ଅଭିଯୁକ୍ତ

Sep 12, 2026 - 13:24
Electrical Wire Theft: ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଚୋରି, ପୁଲିସକୁ ଡେମୋ ଦେଖାଇଲା ଅଭିଯୁକ୍ତ

"ରଣପୁର: ଗତ କିଛି ଦିନ ଧରି ନୟାଗଡ଼ ଜିଲ୍ଲା ବାଲୁଗାଁ ଡିଭିଜନ ଅଧୀନ ରଣପୁର ବିଦ୍ୟୁତ ପରିବଣ୍ଟନ କାର୍ଯ୍ୟାଳୟ ପରିସରରୁ ଜମା ହୋଇଥିବା ବିଦ୍ୟୁତ୍ ତାର ଚୋରି ହେବା ନେଇ କର୍ମଚାରୀମାନେ ପରିବଣ୍ଟନ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୁଦର୍ଶନ କଦମ ସିଂଙ୍କୁ ଜଣାଇଥିଲେ।

ପରିସରରେ ସି ସି କ୍ୟାମେରା ଓ ସୁରକ୍ଷା ଜଗୁଆଳି ବ୍ୟବସ୍ଥା ନକରି ଯନ୍ତ୍ରୀକାର୍ଯ୍ୟରତ କର୍ମଚାରୀଙ୍କ ଉପରେ ସନ୍ଦେହ ପ୍ରକଟ କରି ଦୋଷାରୋପ କରୁଥିଲେ।

ପଦକ୍ଷେପ ନେବାପାଇଁ ତାଗିଦ କରିଥିଲେ।Advertisment ସେପ୍ଟେମ୍ବର ୧୧ ତାରିଖରେ ରଣପୁର ପୁଲିସ ଜିମା ଦେଇଥିଲେ କାର୍ଯ୍ୟରତ କର୍ମଚାରୀ ଲଷ୍ମୀଧର ମହାନ୍ତି ଓ କବିରାଜ ପରିଡା ଗତ ସେପ୍ଟେମ୍ବର ୧୦ ତାରିଖ ରାତିରେ ଚୋର ଧରିବା ପାଇଁ ଛକି ରହିଥିଲେ।

ରାତି ଦୁଇଟା ପରେ ଚୋର ପଛପଟ ଗେଟ୍ ଡେଇଁ ଚୋରି କରିବା ସମୟରେ ଜୀବନକୁ ବାଜି ଲଗାଇ ଜଣେ ଚୋରକୁ କାବୁ କରିବା ସମୟରେ ଅନ୍ୟ ଜଣେ ଦଉଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ।

କାର୍ ଧରି ବାହାରେ ଅପେକ୍ଷା କରିଥିବା ଚୋର ମଧ୍ୟ ପଳାଇ ଯାଇଥିଲା।

ସେପ୍ଟେମ୍ବର ୧୧ ତାରିଖରେ ରଣପୁର ପୁଲିସ ଜିମା ଦେଇଥିଲେ।

ଅଭିଯୁକ୍ତ ଜଣକ ନୟାଗଡ଼ କୋସ୍କାର ସମୀର ମହାନ୍ତି(୧୮)।

ସମୀର କହୁଛି ସେ ଖୋର୍ଦ୍ଧା ମାଗି କମ୍ପାନୀରେ କାର୍ଯ୍ୟ କରିବା ସହ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିବା ଓ ବରମୁଣ୍ଡା ଶବର ସାହିରେ ସପରିବାର ରହୁଛି।

ନୟାଗଡ ଅଂଚଳର କିଛି ଯୁବକଙ୍କ ସାଙ୍ଗରେ ବିଦ୍ୟୁତ୍ ତାର ଚୋରି କରିବାକୁ ଆସିଥିଲା।

ତଦନ୍ତରେ ସ୍ୱୀକାର ପରେ ରଣପୁର ଥାନା ପୁଲିସ ଅତିରିକ୍ତ ଉପ ନିରୀକ୍ଷକ ମାଧବ ଚନ୍ଦ୍ର ଦିଗଲଙ୍କ ଆଗରେ ଅଭିଯୁକ୍ତ ସମୀର ଚୋରି ଡେମୋ ଦେଖାଇଥିବା ଜଣା ପଡିଛି।

ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଶ୍ରୀ ଦିଗଲଙ୍କ ଠାରୁ ସୂଚନା ମିଳିଛି।

Fire Department Employee: ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।