ଅଧାବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ, ଘଣ୍ଟାଏ ଫସି ରହିଲେ ନାବାଳିକା
ସୁନ୍ଦରଗଡ଼: ଅଧା ରାସ୍ତାରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ । ଏକ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଫଶି ରହିଲେ ରୋଗୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡରୁ ଆସିଛି ଆମ୍ବୁଲାନ୍ସ ସେବାର ନଗ୍ନ ଚିତ୍ର । ଗତକାଲି ସନ୍ଧ୍ୟାରେ ଷେଣ୍ଢପୁର ଗାଁର ଜଣେ ନାବାଳିକାଙ୍କ ଦେହ ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସକୁ ଡାକିଥିଲେ ପରିବାର ଲୋକେ । ନାବାଳିକାଙ୍କୁ ନେଇ ମେଡିକାଲ ଯିବା ବାଟରେ ଆମ୍ବୁଲାନ୍ସର ଚକା ଫାଟିଗଲା । ଫଳରେ ଗାଡ଼ିଟି ୧୪୩ ନମ୍ବର ଜାତୀୟ ରାଜପଥ କେନାଭେଟା ନିକଟରେ ଅଟକି ରହିଲା । ପ୍ରାୟ ଏକ ଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀଙ୍କୁ ସ୍ଥାନାନ୍ତର କରାଗଲା । କିଛି ଘଣ୍ଟା ପୂର୍ବରୁ ଲହୁଣୀପଡ଼ାରେ ଆଉ ଏକ ଚକ ପଙ୍କଚର ହୋଇଥିଲା । ଷ୍ଟେପିନ ଲଗାଇ କାମ ଚଳାଉଥିବା ବେଳେ ପୁନର୍ବାର ଚକା ପଙ୍କଚର ହୋଇଯାଇଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।