ଏମଏମଡିଆର ଆଇନ ବିରୋଧରେ ଇଣ୍ଡି ମେଣ୍ଟର ହଲ୍ଲାବୋଲ, ୮ରେ ଓଡ଼ିଶା ବନ୍ଦ
ନନ୍ଦିଘୋଷ ବ୍ୟୁରୋ : ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଇଣ୍ଡି ମେଣ୍ଟର ଗର୍ଜନ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି ସହ ଏସଆଇଆରରେ ରାଜନୈତିକ କରଣ ବିରୋଧରେ ଲୋୟର ପିଏମଜିରେ ହଲ୍ଲାବୋଲ। ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଇଣ୍ଡିମେଣ୍ଟର ନେତା। ଡବଲ ଇଞ୍ଜିନ ସରକାରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଅକ୍ଟୋବର ୮ରେ ଓଡିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ । ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି। ସେହିପରି ଏମଏମଡିଆର ପ୍ରସଙ୍ଗରେ ବିଜେପି ସାଂସଦ ବାଢୁଥିବା ଯୁକ୍ତିକୁ କଡ଼ା ସମାଲୋଚନା କରିଛନ୍ତି ସିପିଆଇଏମ ବରିଷ୍ଠ ନେତା ଜନାର୍ଦ୍ଦନ ପତି। ୨୦୦୪ରେ ଯେଉଁମାନେ ଏମଏମଡିଆରକୁ ବିରୋଧ କରୁଥିଲେ, ସେମାନେ କିପରି ଏବେ ଭିନ୍ନ ଯୁକ୍ତି ବାଢୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହି କଳା ଆଇନ ପ୍ରତ୍ୟାହାର ନହେଲେ ବିଜେପି ସରକାରକୁ ଗାଦିରୁ ହଟାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା। ।ବିଧାନସଭା ଘେରାଉ ବେଳେ ପୋଲିସ ଓ ଇଣ୍ଡି ମେଣ୍ଟ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ୍ ଭାଙ୍ଗି ବିଧାନସଭାକୁ ଆଡକୁ କଂଗ୍ରେସ ନେତା ଓ କର୍ମୀମାନେ ମାଡି ଆସିବାରୁ ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲା ପୋଲିସ। ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ସହ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେବା ଯାଏ କଂଗ୍ରେସ ଚୁପ ହୋଇ ବସିବ ନାହିଁ ବୋଲି ଚେତାବନୀ ଦେଇଛି । ଯାହାର ଜବାବ ରଖିଛି ବିଜେପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।