ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ଆପତ୍ତି ଉଠାଇଛି ବିଜେଡି

Sep 22, 2026 - 20:22
ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ଆପତ୍ତି ଉଠାଇଛି ବିଜେଡି

ଭୁବନେଶ୍ବର : ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ବିଜେଡି ଆପତ୍ତି ଉଠାଇଛି । ବିଜେପି ବିଏଲଓଙ୍କୁ ଲଗାଇ ଭୋଟର ତାଲିକାରୁ ନାମ କାଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟ କଟାଯାଇଛି । ଏସଆଇଆରରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି ଜଣେ ସାଧାରଣ ଭୋଟର ପକ୍ଷେ ବୁଝିବା କଷ୍ଟକର । 2002 ମସିହା ଭୋଟର ତାଲିକା ସହ ଏହାକୁ ସ୍ଥାପନା କରାଯାଇଥିଲା ।୨୦୦୨ରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଭୋଟର ଥିଲେ।ମ୍ୟାପିଂ ସମୟରେ ୩କୋଟି ୧୪ ଲକ୍ଷ ଭୋଟର ମ୍ୟାପିଂ କଲେ। ଗ୍ୟାପ ଭୋଟର କୁଆଡେ ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି ।୨୦ ଲକ୍ଷ ୧୨ ନୁହେଁ ୨୭ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବିଜେଡି ଦାବି କରିଛି । ସେହିପରି ସିଇଓ ମଧ୍ୟ ସଠିକ୍ ତଥ୍ୟ ସାର୍ବଜନୀନ କରନ୍ତୁ । ପ୍ରକୁତରେ କେତେ ଭୋଟରଙ୍କ ନା କଟିଛି । କାରଣ ପ୍ରିଣ୍ଟ ଗଣମାଧ୍ୟମରେ ଆଜି ପ୍ରକାଶ ପାଇଥିବା ଏହି ତଥ୍ୟର ତାଳମେଳ ନଥିବା ଅଭିଯୋଗ କରିଛି ବିଜେଡି । କିଏ ୧୭ ଲକ୍ଷ ଭୋଟର କଟିଥିବା ଲେଖିଛି ତ ଆଉ କେଉଁ ପେପର୍ ୨୦ ଲକ୍ଷ ନାଁ କରିଥିବା ଉଲ୍ଲେଖ କରିଛି । ଏଣୁ ସଠିକ୍ ତଥ୍ୟ ଲୋକ ଲୋଚନକୁ ଅଣାଯାଉ । ଯେଉଁ ଭୋଟର ନାଁ କଟିଛି, କେଉଁ କାରଣରୁ କଟିଲା ତାହା ପରି ପ୍ରକାଶ କରନ୍ତୁ ବୋଲି ବିଜେଡି ଅଭିଯୋଗ ଆଣିଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।