କ’ଣ ପାଇଁ ହୋଇଥାଏ ସନ୍ତ କର୍କଟ? ଜାଣନ୍ତୁ ଏହାର କାରଣ ଓ ନିରାକରଣ
ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସମଗ୍ର ବିଶ୍ବରେ ମହିଳାମାନଙ୍କଠାରେ ସନ୍ତ କର୍କଟ ଭଳି ସମସ୍ୟା ଦେଖାଦେଉଛି । ଏହା ଏକ ଗୁରୁତର ରୋଗ ଅଟେ । ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି । ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ସ୍ତନ କର୍କଟକୁ ସବୁଠାରୁ ବିପଦଜନକ ବୋଲି ଧରାଯାଏ ।
ସନ୍ତ କର୍କଟର ଲକ୍ଷଣ…
ଏହାର ଲକ୍ଷଣ ଆରମ୍ଭରୁ ଦେଖା ଦେଇନଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇଥାଏ ।
- ସନ୍ତ କିମ୍ବା ବାହୁ ତଳେ ଗଣ୍ତି
- ସନ୍ତରେ ଯନ୍ତ୍ରଣା ହେବା କିମ୍ବା ଫୁଲିବା
- ସନ୍ତ ଟାଣ ହୋଇଯିବା
- ସନ୍ତ ଉପରେ କୁଣ୍ତେଇ ହେବା
- ସନ୍ତରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା
ସ୍ତନ କର୍କଟ କାରଣ…
ଶାରୀରିକ ଅସୁସ୍ଥତା ଓ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ୍ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । ଅବଶ୍ୟ, କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ ।
- ହରମନ୍ ଅସନ୍ତୁଳନ
- ଅନିୟମିତ ଜୀବନଶୈଳୀ
- ସନ୍ତ କୋଷଗୁଡ଼ିକର ଅସ୍ବାଭାବିକ ଭାବେ ବୃଦ୍ଧି
- ମେଦବହୁଳତା ବା ମୋଟାପଣ
- ଅସନ୍ତୁଳନ ଖାଦ୍ୟ
- ବ୍ୟାୟାମ ନକରିବା
- ଅଧିକ ବୟସରେ ଗର୍ଭଧାରଣ କରିବା ବା ଶିଶୁ ଜନ୍ମ ଦେବା
- ଗର୍ଭନିରୋଧକ ଔଷଧ ସେବନ
- ମଦ୍ୟପାନ ଓ ଧୂମପାନ ଅଭ୍ୟାସ
ଅସ୍ତ୍ରୋପଚାର: କର୍କଟ ପ୍ରଭାବିତ ଅଂଶ ବା ସମ୍ପୂର୍ଣ୍ଣ ସ୍ତନକୁ ଅପରେସନ କରି ବାହାର କରାଯାଏ। ଏହାକୁ ଲମ୍ପେକ୍ଟୋମି କିମ୍ବା ମାଷ୍ଟେକ୍ଟୋମି କୁହାଯାଏ ।
ହରମୋନ ଥେରାପି: କେତେକ ସ୍ତନ କର୍କଟ ଶରୀରର ହରମୋନ ଯୋଗୁଁ ବଢିଥାଏ । ଏହି ଥେରାପି ଦ୍ବାରା ସେହି ହରମୋନକୁ ବ୍ଲକ୍ କରାଯାଏ ।
ରେଡିଏସନ୍ ଥେରାପି: ଏଥିରେ ଉଚ୍ଚ ଶକ୍ତି ସମ୍ପନ୍ନ ରଶ୍ମି (X-rays) ପ୍ରୟୋଗ କରି ବାକି ରହିଯାଇଥିବା କ୍ୟାନ୍ସର କୋଷଗୁଡ଼ିକୁ ମାରିଦିଆଯାଏ ।
କେମୋଥେରାପି: ଶକ୍ତିଶାଳୀ ଔଷଧ ସାହାଯ୍ୟରେ କର୍କଟ କୋଷଗୁଡ଼ିକୁ ନଷ୍ଟ କରାଯାଏ କିମ୍ବା ସେମାନଙ୍କର ବୃଦ୍ଧିକୁ ରୋକାଯାଏ । ସଠିକ୍ ଚିକିତ୍ସା ପାଇଁ ଜଣେ କ୍ୟାନ୍ସର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଜରୁରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।