କଳାହାଣ୍ଡିରେ ମକାର ଅଭାବୀ ବିକ୍ରି
ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ । ଧର୍ମଗଡ଼, କୋକସରା ଓ ଗୋଲାମୁଣ୍ଡା ବ୍ଲକର ଶତାଧିକ ଆଦିବାସୀ ମହାଜନ ଠାରୁ ଋଣ ଆଣି ମକା ଚାଷ କରୁଛନ୍ତି । ହେଲେ ଅଞ୍ଚଳରେ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦଲାଲଙ୍କ ହାତରେ କ୍ଵିଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ଟେକି ଦେଉଛନ୍ତି ଅମଳ ଫସଲ।
ମକାର ଅଭାବୀ ବିକ୍ରି ଓ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ମିଳିପାରୁନାହିଁ । ସେପଟେ କିନ୍ତୁ ମାଲାମାଲ ହେଉଛନ୍ତି ଦଲାଲ । ଧାନ, କପା ପରେ ଅନନ୍ୟ ଅର୍ଥକାରୀ ଫସଲ ହେଉଛି କପା । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, କୋକସରା ଓ ଗୋଲାମୁଣ୍ଡା ବ୍ଲକର ଶତାଧିକ ଚାଷୀ ବହୁଳ ଭାବେ ମକା ଚାଷ କରିଥାଆନ୍ତି । ମହାଜନ ଠାରୁ ଋଣ ଆଣି ଏକର ଏକର ଜମିରେ ମକା ଚାଷ କରିଥାନ୍ତି । ହେଲେ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ମକା ଚାଷୀଙ୍କୁ ପ୍ରୋତ୍ସାହନ ମିଳୁଥିଲା । ବିହନ ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଥିଲା । କ୍ଵିଣ୍ଟାଲ ପିଛା ୨ ହଜାର ଟଙ୍କାରେ ବିକ୍ରି କରୁଥିଲେ ।
ଚଳିତ ବର୍ଷ ଅମଳ ଆରମ୍ଭରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଜିଲ୍ଲାରେ ମଣ୍ଡି କିମ୍ବା ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଦଲାଲ ଓ ମହାଜନଙ୍କ ହାତରେ ମକା କ୍ଵିଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ଟେକି ଦେଉଛନ୍ତି ଚାଷୀ । ପାହାଡ଼ି ଅଞ୍ଚଳର ଆଦିବାସୀ ମାନେ ହେକ୍ଟର ହେକ୍ଟର ଜମିରେ ମକା ଚାଷ କରୁଛନ୍ତି l ବିଗତ ବର୍ଷ ମାନଙ୍କରେ ଏହି ଜିଲ୍ଲାରୁ ମକା ବାହାର ରାଜ୍ୟକୁ ରପ୍ତାନୀ ହେଉଥିଲା । ଚଳିତ ବର୍ଷ ସରକାର ଓ କୃଷି ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।