କାହିଁକି ଛାତ୍ର ନିର୍ବାଚନରେ ଚିତପଟାଙ୍ଗ ମାରିଲା କଂଗ୍ରେସ ?
କୁଆଡ଼େ ଗଲା କଂଗ୍ରେସର ବଳ ? କାହିଁକି ଛାତ୍ର ନିର୍ବାଚନରେ ଦଳ ମାରିଲା ଚିତପଟାଙ୍ଗ ? ରାଜନୈତିକ ବ୍ୟାପାର କମିଟି ବୈଠକରେ ମାନସମନ୍ଥନ । ପଂଚାୟତରେ ଏକଜୁଟ ହୋଇ ଲଢିବାକୁ ସଂକଳ୍ପ । ଓଡିଶାରେ କାହିଁକି ଆଗେଇ ପାରୁନି କଂଗ୍ରେସ ସଂଗଠନ ? କେଉଁଠି ରହୁଛି ଭୁଲ ? ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଓ ବିଜେପି ଦବଦବା ଜାହିର କରିଥିବା ବେଳେ କଂଗ୍ରେସ କାହିଁକି ଚିତପଟାଙ୍ଗ ମାରିଲା ତାକୁ ନେଇ କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମାନସମନ୍ଥନ କରାଯାଇଛି । ଦଳର ଭୋଟ ହାର ୧୩ ପ୍ରତିଶତରୁ ଯେ ବଢିନାହିଁ ତାହା ଛାତ୍ର ସଂସଦ ନିର୍ବାଚନରେ ପୁଣି ଥରେ ପ୍ରମାଣିତ ହୋଇଛି । ଦଳର ଏପରି ସ୍ଥିତିକୁ ନେଇ ଏଆଇସିସି ଚିନ୍ତା ପ୍ରକଟ କରିବା ସହ ନେତାଙ୍କୁ ଠାରୁ ଉତ୍ତର ଚାହିଁଥିଲେ । କଂଗ୍ରେସର ମଙ୍ଗୁଆଳମାନେ ଏନେଇ ମତାମତ ଦେବା ସହ ସଂଗଠନ ନେଇ ଚିନ୍ତା ପ୍ରକଟ କରିଥିଲେ । ପଂଚାୟତ ନିର୍ବାଚନରେ ଏକଜୁଟ ହୋଇ ଲଢିବାକୁ ପିସିସି ବୈଠକରେ ସଂକଳ୍ପ ନେଇଥିଲେ । ପିସିସି ସଭାପତି କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ କଂଗ୍ରେସକୁ ଜାଣିଶୁଣି ହରାଇ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ଫଳାଫଳ ସହ ଏମଏମଡିଆର, କୋଟିଆ ଓ କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ପିଏସି ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଦଳ । ପୂର୍ବତନ ପିସିସି ସଭାପତି ଛାତ୍ର ସଂସଦ ନିର୍ବାଚନର ବିଫଳତାକୁ ସ୍ବୀକାର କରିଛନ୍ତି ।
ଓଡିଶାରେ କଂଗ୍ରେସର ଭୋଟହାର ଓ ସାଂଗଠନିକ ସ୍ଥିତି ନେଇ ପ୍ରଭାରୀ ଓ ସହ-ପ୍ରଭାରୀ ଚିନ୍ତା ପ୍ରକଟ କରିଥିଲେ । କଲେଜ ନିର୍ବାଚନ ଫଳାଫଳକୁ ଦେଖି ଆଜି ବି ଦଳର ସଂଗଠନ ଯେ ଦୁର୍ବଳ ସେକଥାକୁ ଅନୁଭବ ମଧ୍ୟ କରିଥିଲେ । ଆଗକୁ କିପରି କଂଗ୍ରେସ ଟ୍ରାକକୁ ଫେରିବ ସେଥିପାଇଁ ପିସିସି ବୈଠକରେ ପ୍ରସ୍ତୁତ ହୋଇଥିଲା ଲମ୍ବା ରୋଡ ମ୍ୟାପ । ପଞ୍ଚାୟତ ଓ ପୌର ପାଇଁ ଏକାଠି ଲଢ଼ିବା ସହ ଗୋଟିଏ ଧାରରେ ଚାଲିବା ପାଇଁ ପଣ କରିଛନ୍ତି ରାଜ୍ୟ କଂଗ୍ରେସ ନେତୃତ୍ୱ ।
ଛାତ୍ର ସଂସଦ ନିର୍ବାଚନରେ ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ଝଟକା ଲାଗିବା ଏଆଇସିସିକୁ ଚିନ୍ତାରେ ପକାଇଛି । କଂଗ୍ରେସ ଭୋଟ ହାର କିପରି ବଢିବ ଓ ଦଳ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ କିପରି ଜିତିବ ସେ ଚିନ୍ତାରେ ଘାଣ୍ଟି ହେଉଛି ରାଜ୍ୟ କଂଗ୍ରେସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।