କ୍ୟାମ୍ପସରେ ନିର୍ବାଚନୀ ତାତି, ପ୍ରଚାର ଜୋରଦାର

Oct 11, 2026 - 18:37
କ୍ୟାମ୍ପସରେ ନିର୍ବାଚନୀ ତାତି, ପ୍ରଚାର ଜୋରଦାର

ନନ୍ଦିଘୋଷ ବ୍ୟୁରୋ:  ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଚାଲିଛି ଜୋରଦାର କ୍ୟାମ୍ପେନ । ବିଜେଡି ସରକାରଙ୍କ ଅମଳରେ ହୋଇଥିବା ବିକାଶକୁ ଅସ୍ତ୍ରକରି ଭୋଟ ନିଜ ସପକ୍ଷରେ ଆଣିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ବିସିଜେଡି । ଏହାସହ କଲେଜରେ ଥିବା ବିଭିନ୍ନ ମୌଳିକ ସମସ୍ୟାକୁ ମୁଦ୍ଦା କରି ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି ପ୍ରାର୍ଥୀ । ନିର୍ବାଚନ ପ୍ରଚାରରେ ଏବିଭିପି ମଧ୍ୟ ପଛରେ ପଡ଼ିନାହିଁ । ପ୍ରାର୍ଥିପତ୍ର ଯାଞ୍ଚ ପରେ ୬୯ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଥିବା ବେଳେ ୧୮ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୂଅ ।

ନିର୍ବାଚନକୁ ନେଇ ଅନେକ କଲେଜରେ ଦେଖିବାକୁ ମିଳିଛି ହଙ୍ଗାମା । ପ୍ରାର୍ଥୀପତ୍ର ନାକଚ ହେବାପରେ କଟକ ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ସମେତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ଏବଂ ଖ୍ରୀଷ୍ଟ କଲେଜରେ ନିର୍ବାଚନ ବନ୍ଦ୍ କରିବା ପାଇଁ ଏବିଭିପି ଛାତ୍ର ଛାତ୍ରୀ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନିନ୍ଦା କରାଯାଇଛି । ସେପଟେ ୟପୁର ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରାଜନିତି ଜୋର ଧରିଛି । ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ଛାତ୍ର ମାନଙ୍କୁ ଜିତେଇବାକୁ ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ । ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଇଥିବା ଛାତ୍ରମାନଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।