ଜନ କଲ୍ୟାଣ ପାଇଁ ହେଉନାହିଁ ଉପଯୁକ୍ତ ବିଜ୍ଞାପନ
ଭୁବନେଶ୍ବର : ଜନ କଲ୍ୟାଣ ପାଇଁ ହେଉନାହିଁ ଉପଯୁକ୍ତ ବିଜ୍ଞାପନ । କେବଳ ପୋଷ୍ଟର ମାରି ଚୁପ୍ ସରକାର । ମେଡିକାଲରେ ଲମ୍ବା ଲାଇନ୍ କମାଇବା ପାଇଁ ରହିଛି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା । ହେଲେ ରୋଗୀଙ୍କୁ ବୁଝିବାରେ ଦେଖାଦେଉଛି ସମସ୍ୟା । ଯୋଜନା ବିଷୟରେ କେହି ଜାଣି ନଥିବା ଅଭିଯୋଗ । ଏ ଦୃଶ୍ୟ କ୍ୟାପିଟାଲ ହସ୍ପିଟାଲର । ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀ ଟିକେଟ୍ ଟିଏ ପାଇଁ ଲମ୍ବା ଧାଡିରେ ଛିଡା ହୋଇଛି । ସେ ଅନଲାଇନ୍ ଟିକେଟ ବ୍ୟବସ୍ଥା ବିଷୟରେ ଜାଣି ନଥିବା କହିଛି । ମେଡିକାଲ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ସଚେତନତା ଅଭାବରୁ ଏଭଳି ସମସ୍ୟା ଦେଖାଦେଇଛି । ଗତ ମାସରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ ଅନଲାଇନରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଆରୋଗ୍ୟ ସେତୁ ଆପ୍ ଜରିଆରେ ସାଧାରଣ ରୋଗୀ ନିଜ ନାମ ଘରେ ବସି ପଞ୍ଜୀକରଣ କରି ଆଭା ଟୋକନ ପାଇପାରିବେ । ପରେ ଆଭା ଟୋକନ ଜରିଆରେ ହସ୍ପିଟାଲରେ ଥିବା ସ୍ବତନ୍ତ୍ର କେନ୍ଦ୍ର ମାଧ୍ୟମରେ କମ ସମୟରେ ଟିକେଟ ପାଇ ଡାକ୍ତରଙ୍କୁ ଦେଖାଇପାରିବେ ରୋଗୀ । ଏହି ବ୍ୟବସ୍ଥା ନେଇ ହସ୍ପିଟାଲର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଦେଇ ଚୁପ ବସିଛନ୍ତି ହସ୍ପିଟା କର୍ତ୍ତୃପକ୍ଷ । କିପରି ରୋଗୀ ପଞ୍ଜୀକରଣ କରିବେ ସେନେଇ ସଠିକ୍ ଭାବେ କୌଣସି ସଚେତନତା କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟାଲରେ ଟିକେଟ ପାଇଁ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁଛି । ….
କେବଳ ଏହି ହସ୍ପିଟାଲ ନୁହଁ ସମସ୍ତ ସରକାରୀ ବଡ଼ ବଡ଼ ହସ୍ପିଟାଲରେ ଏଭଳି ସମସ୍ୟା ଦେଖା ଦେଉଛି । ସକାଳ ୫ଟାରୁ ଧାଡ଼ିରେ ଛିଡ଼ା ହୋଇ ମଧ୍ୟ ସକାଳ ୯ଟା ସୁଦ୍ଧା ମିଳୁନି ଟିକେଟ୍। ଟିକେଟ ପଞ୍ଜୀକରଣ ପାଇଁ ଧାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଯାହା ଫଳରେ ଅନେକ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମଧ୍ୟ କିଛି ରୋଗୀ ନିରାଶ ହୋଇ ଫେରିବା ଦେଖିବାକୁ ମିଳୁଛି। ରୋଗୀଙ୍କ ପାଇଁ ସଠିକ୍ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ରୋଗୀ ଓ ଅଭିଭାବକ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।