ଜେଲ୍ ଡିଜିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ !

Nov 01, 2026 - 12:39
ଜେଲ୍ ଡିଜିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ !

ନନ୍ଦିଘୋଷ ବ୍ୟରୋ: ଜେଲ୍ ଡିଜିଙ୍କ ନାଁରେ ସଙ୍ଗୀନ ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ହୋଟେଲ୍‌କୁ ଏକୁଟିଆ ଡାକିବା ନେଇ ଅଭିଯୋଗ । ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଚାକିରିରେ ହଇରାଣ ଓ କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିବା ଅଭିଯୋଗ । ଏପରିକି ପୂର୍ବରୁ ଜଣେ ଅଧିକାରୀଙ୍କ ବିରୋଧରେ ଦେଇଥିବା FIR ପ୍ରତ୍ୟାହାର ପାଇଁ ଚାପ ପକାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୀଡିତା । ଏନେଇ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ କୁଳଦୀପ ରଥଙ୍କ ନାଁରେ ଚୌଦ୍ୱାର ଥାନାରେ ରୁଜୁ ହୋଇଛି ମାମଲା । ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ଥାନାରେ FIR ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି । BNSର ଧାରା ୭୫(୨), ୩୫୧(୨) ଓ ୩(୫)ରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାୟୀ  ୨୦୨୫ ଅଗଷ୍ଟ ୨୯ ତାରିଖରେ କଟକର ଏକ ହୋଟେଲ୍‌କୁ ତାଙ୍କୁ ଏକୁଟିଆ ଆସିବାକୁ କୁହାଯାଇଥିଲା । ପରେ ସେପ୍ଟେମ୍ବର ୨୫/୨୬ ତାରିଖରେ ମଧ୍ୟ ହୋଟେଲ୍ ପ୍ରମୋଦକୁ ଡାକିବା ପାଇଁ ଫୋନ୍ ଆସିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ପୂର୍ବତନ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଜାଲ୍ ଦସ୍ତଖତ ଓ ସରକାରୀ ରେକର୍ଡରେ ହେରଫେର ଅଭିଯୋଗରେ ସେ FIR ଦେଇଥିଲେ । ଏହି ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଓ ନିଲମ୍ବନ ଭଳି ପଦକ୍ଷେପ ନିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ଜୀବନ ଓ କ୍ୟାରିୟର ପ୍ରତି ଧମକ ମିଳିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଏହି ସଙ୍ଗୀନ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।