ଡିଜେ ମାଡ଼ରେ ହଜୁଛି ପାରମ୍ପରିକ ବାଦ୍ୟ
ନନ୍ଦିଘୋଷ ବ୍ୟୁରୋ: ଆଉ ବାଜୁନି ତବଲା କି ସାହାନାଇ । ଡିଜେ ସାଉଣ୍ଡ ଆଗରେ ହଜିଗଲାଣି ୫୦ ବର୍ଷର ପରମ୍ପରା ! ସଙ୍କଟରେ ବାଦ୍ୟ କଳାକାର । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୋଣାର୍କ ଅଞ୍ଚଳର ଅନେକ କଳାକାରଙ୍କ ହାତରୁ ବାଦ୍ୟଯନ୍ତ୍ର ଖସି ପଡ଼ିଲାଣି । କାନ୍ଥରେ ଝୁଲୁଛି ଧୂଳି ଲାଗିଥିବା ଢୋଲ, ତୁରୀ ସାଙ୍ଗକୁ ବିରାଟ ଲାଇଟ । ଆଗରୁ ଏହି କଳାକାରମାନେ ବାହାଘର, ବ୍ରତଘରରେ ବ୍ୟାଣ୍ଡ ବଜାଇ ଦିନକୁ ୪ ଶହରୁ ୫ ଶହ ଟଙ୍କା ପାଉଥିଲେ । ସେଥିରେ ପରିବାର ଚଳାଉଥିଲେ । ଏବେ ମାସ ମାସ ଧରି ଗୋଟେ ବି ବଇନା ହେଉନାହିଁ । ଅନେକ କଳାକାର ପେଟପାଟଣା ପାଇଁ ବାହାର ରାଜ୍ୟ ଚାଲିଯାଇଛନ୍ତି।
ଗୋଟେ ବ୍ୟାଣ୍ଡ ପାର୍ଟି ଉପରେ ୩୦ ରୁ ୪୦ ପରିବାର ନିର୍ଭର କରନ୍ତି । ପୂର୍ବରୁ ବାହାଘର ସିଜିନରେ ଶହେ କଲ ପାଉଥିବା ବ୍ୟାଣ୍ଡ ପାର୍ଟି ମାଲିକ ଏବେ ନିରୁପାୟ । ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଖତ ଖାଉଛି । ବ୍ୟାଙ୍କ ଋଣ ଶୁଝି ନପାରି ମାଲିକ କାନ୍ଦୁଛନ୍ତି । ସରକାର କଳାକାରଙ୍କୁ ମାସିକ ଭତ୍ତା ଦିଅନ୍ତୁ, ପୂଜା ପର୍ବାଣୀରେ ବ୍ୟାଣ୍ଡକୁ ବାଧ୍ୟତାମୂଳକ କରନ୍ତୁ । ନହେଲେ ହଜିଯିବ ଓଡ଼ିଶାର ପରମ୍ପରା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।