ତିର୍ତ୍ତୋଲ ଥାନା ମହିଳ ଗାଁରେ ବାଣ ବିସ୍ଫୋରଣ

Oct 09, 2026 - 11:17
ତିର୍ତ୍ତୋଲ ଥାନା ମହିଳ ଗାଁରେ ବାଣ ବିସ୍ଫୋରଣ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହିଳ ଗାଁରେ ବାଣ ବିସ୍ଫୋରଣ । ଘର ଭିତରେ ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ବାପ ପୁଅ ମୃତ । ବିସ୍ଫୋରଣ ପରେ ଘର ମାଲିକ ମନୋରଞ୍ଜନ ସ୍ୱାଇଁଙ୍କ ସମେତ ଆହତଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେକୁ ନିଆଯାଇଥିଲା l ଘଟଣା ସ୍ଥଳରେ ମନୋରଞ୍ଜନ ସ୍ଵାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ସୋନୁ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ଦୁଇ ମହିଳା, ତାଙ୍କ ଘରେ ରହୁଥିବା ନୟାଗଡ଼ ଅଞ୍ଚଳର ରାହୁଲ ରାଏଙ୍କ ସମେତ ୭ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି l ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଏବଂ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିନ୍ତି l ବେଆଇନ ବାଣ କାରଖାନା କେବେଠାରୁ ଏଠାରେ ଆରମ୍ଭ ହୋଇଥିଲା ? ଘର ଭିତରେ କାହା କାହା ଅନୁମତିରେ ବାଣ ପ୍ରସ୍ତୁତ କରାଯାଉଥିଲା ? ବାରୁଦ କେଉଁଠୁ ଆଣିଥିଲେ ? ସନେଇ ତଦନ୍ତ କରୁଛି ପୋଲିସ ।…

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।