ଦନ୍ତା ଆକ୍ରମଣରେ ଯୁବକ ମୃତ! ଚମ୍ପୁଆରେ ହାତୀ ଆତଙ୍କ
ଚମ୍ପୁଆ: ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ଗୁମୁରା ବିଟ୍ ଅଞ୍ଚଳରେ ଦନ୍ତା ଆତଙ୍କ। ମୃତକ ହେଲେ ଧୋବାକୋଚଡ଼ା ଗାଁର ନାରାୟଣ ନାଏକ। ରାତି ପ୍ରାୟ ୮ ଟାରେ ନାରାୟଣ ଘରକୁ ଫେରୁଥିବା ସମୟରେ ଦନ୍ତାଟି ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ଦଣ୍ଡାହୁଡ଼ି ଓ ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲ ଘୂରି ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀପଲଙ୍କୁ ତୁରନ୍ତ ଘଉଡ଼ାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।