ଦଶହରାରେ ରାବଣ ନୁହେଁ ‘‘ଅସରପା ପୋଡି’’ !

Oct 18, 2026 - 15:05
ଦଶହରାରେ ରାବଣ ନୁହେଁ ‘‘ଅସରପା ପୋଡି’’ !

ନନ୍ଦିଘୋଷ ବ୍ୟୁରୋ: ରାମଲୀଳାକୁ ଅପମାନ ! ଦଶହରାରେ ରାବଣ ବଦଳରେ ଜଳିବ ଅସରପା । ବିବାଦ ବଢିବା ପରେ ସାମ୍ନାକୁ ଆସିଲା ସତ । ଜାତୀୟ ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏଭଳି ଖବର । ଏଠାରେ ଏକ ରାମଲୀଳା କାର୍ଯ୍ୟକ୍ରମରେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପ୍ରତିମୂର୍ତ୍ତି ସହିତ ଏକ ୩୦ ଫୁଟ ଉଚ୍ଚ ଅସରପାର କୁଶପୁତ୍ତଳିକା ଦାହ କରାଯିବ । ଯାହାକୁ ନେଇ ଦେଖାଦେଇଛି ବିବାଦ । କିଛି ସୋସିଆଲ ମିଡିଆ ୟୁଜର ଧାର୍ମିକ କାର୍ଯ୍ୟକ୍ରମ ସହିତ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛନ୍ତି, କିନ୍ତୁ ଆୟୋଜକଙ୍କ କହିବା କଥା ଯେ ଏହି ପଦକ୍ଷେପ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।  ପିତମପୁରାରେ ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି କହିଛି ଯେ, କକ୍ରୋଚ ମଇଳାର ପ୍ରତୀକ । ତେଣୁ ସ୍ବଚ୍ଚ ଭାରତ ଏବଂ ସ୍ବଚ୍ଛ ଦିଲ୍ଲୀ ଅଭିଯାନର ଅଂଶ ଭାବରେ ସ୍ବଚ୍ଛତା ବିଷୟରେ ସେଚତନକା ପ୍ରସାର କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ସେପଟେ ଅନେକ ସୋସିଆଲ ମିଡିଆ ୟୁଜର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସମସାମୟିକ ରାଜନୈତିକ ଘଟଣାଗୁଡକୁ ଏକ ଧାର୍ମିକ ମହୋତ୍ସବ ସହ ଜୋଡିବା ଦ୍ବାରା ଏହା ଲୋକଙ୍କ ଭାବନାକୁ ଆଘାତ ଦେଇପାରେ ଏବଂ ପର୍ବର ପାରମ୍ପରିକ ଗୁରୁତ୍ବରୁ ଧ୍ୟାନ ହଟାଇପାରେ । ଏନେଇ ଜଣେ ୟୁଜର ଲେଖିଛନ୍ତି, ‘‘ଦଶହରା ଅସତ୍ୟ ଉପରେ ସତ୍ୟର ବିଜୟ । ଏହି ସୁନ୍ଦର ପରମ୍ପରାକୁ ସମସାମୟିକ ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ପାଇଁ ଏକ ମଞ୍ଚରେ କାହିଁକି ପରିଣତ କରାଯିବ ?’’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଅସରପାକୁ ରାବଣ ସହ ତୁଳନା କରିବା ଦ୍ବାରା ସିଜେପି ଉପରେ କୌଣସି ପ୍ରଭାବ ପଡିବ ନାହିଁ କିନ୍ତୁ, ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇପାରେ । ଏହାଛଡା ଆଉ ଜଣେ ୟୁଜର ଦିଲ୍ଲୀର ପରିବେଶଗତ ଚିନ୍ତାକୁ ଉଦ୍ଧୃତ କରି ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଯେତେବେଳେ ପୂରା ସହର ପୂର୍ବରୁ ହିଁ ବାୟୁ ପ୍ରଦୂଷଣ ସହିତ ସଂଘର୍ଷ କରୁଛି, ସେତେବେଳେ ଏତେ ବଡ କୁଶପୁତ୍ତଳିକା ଜାଳିବା କଣ ଦରକାର ।

ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ରାଜନୈତି ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଚର୍ଚ୍ଚା ହେଉଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।