ଦିନେ ବି ଗଲାଣି ଛାତ, ଭୁଶୁଡ଼ି ପଡ଼ିଲା
ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧିନ ଅଲଣ୍ଡା ପଞ୍ଚାୟତରେ ଭୁସୁଡ଼ିଲା ନବ ନିର୍ମିତ ଗୃହର ଛାତ। ବ୍ଲକ ପାଣ୍ଠିରେ ଏହି ପଞ୍ଚାୟତର କଲ୍ୟାଣ ମଣ୍ଡପ ସଂଲଗ୍ନରେ ନିର୍ମାଣ ହେଉଥିବା ଏହି ନବନିର୍ମିତ ଗୃହର ଛାତ ପଡିବାର ୧୨ଘଣ୍ଟା ନପୂରୁଣୁ ଛାତଟି ସମ୍ପୂର୍ଣ୍ଣ ଭୁଶୁଡିଯାଇଥିବା ଦେଖିବାକୁ ମିଳିଛି। ବିନା ସୂଚନା ଫଳକରେ ନିର୍ମାଣ ହେଉଥିବା ଏହି ଗୃହଟି ପାଇଁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରଦା କରାଯଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଯୋଗୁଁ ଛାତଟି ସମ୍ପୂର୍ଣ୍ଣ ଭୁସୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ତେବେ ଘଟଣାକୁ ନେଇ ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଅନ୍ୟପଟେ ଗୃହଟିର ଛାତ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ନଥିବାର ଗ୍ରାମବାସୀ ମନେ କହିଥିବା ବେଳେ ନିମାପଡା ବ୍ଲକ ମଣ୍ଡଳ ଉନୟନ ଅଧିକାରୀ ଡ଼ ଅଭିଜିତ ଷଡ଼ଙ୍ଗୀ ଘଟଣାକୁ ନେଇ କହିଛନ୍ତି ଛାତ ଭୁଶୁଡିବା ପଛରେ କିଛି ଖଳ ପ୍ରକୃତି ବେକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଛି ଏବଂ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତା କରାଯାଇ ନାହିଁ।ଆଗକୁ ଏହି ଘଟଣାକୁ ନେଇ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରାଯିବ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।